News Room Odisha
BREAKING
Odia

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ଓଡ଼ିଶାରେ ଜନ୍ମ ହୋଇଥିବା ଅନେକ ଶିଶୁଙ୍କ ନାଁ ରଖାଗଲା ରାମ, ସୀତା

କେନ୍ଦ୍ରାପଡା: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ଓଡ଼ିଶାର କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାରେ ଜନ୍ମ ହୋଇଥିବା ଅନେକ ଶିଶୁଙ୍କ ବାପାମା’ ନିଜ ପିଲାର ନାଁ ରାମ ଓ ସୀତା ରଖିଛନ୍ତି। ଜାନୁଆରୀ ୨୨ରେ କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲାର ସରକାରୀ ତଥା ବେସରକାରୀ ଡାକ୍ତରଖାନାରେ ଜନ୍ମ ହୋଇଥିବା ଅତି କମରେ ୬ ଶିଶୁଙ୍କୁ ସେମାନଙ୍କ ବାପମା’ ପ୍ରଭୁ ରାମ ଓ ଦେବୀ ସୀତାଙ୍କ ନାମରେ ନାମିତ କରିଛନ୍ତିି । ନବଜାତଙ୍କ ମଧ୍ୟରେ ପୁଅ ଓ [...]

Admin•January 23, 2024
Share Article:

କେନ୍ଦ୍ରାପଡା: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ଓଡ଼ିଶାର କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାରେ ଜନ୍ମ ହୋଇଥିବା ଅନେକ ଶିଶୁଙ୍କ ବାପାମା’ ନିଜ ପିଲାର ନାଁ ରାମ ଓ ସୀତା ରଖିଛନ୍ତି।

ଜାନୁଆରୀ ୨୨ରେ କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲାର ସରକାରୀ ତଥା ବେସରକାରୀ ଡାକ୍ତରଖାନାରେ ଜନ୍ମ ହୋଇଥିବା ଅତି କମରେ ୬ ଶିଶୁଙ୍କୁ ସେମାନଙ୍କ ବାପମା’ ପ୍ରଭୁ ରାମ ଓ ଦେବୀ ସୀତାଙ୍କ ନାମରେ ନାମିତ କରିଛନ୍ତିି । ନବଜାତଙ୍କ ମଧ୍ୟରେ ପୁଅ ଓ ଝିଅ ଅଛନ୍ତି।

ଯଦିଓ ଓଡ଼ିଶାରେ ଜନ୍ମର ୨୧ତମ ଦିନରେ ପୂଜା ପରେ ନବଜାତ ଶିଶୁର ନାମକରଣ କରିବା ପରମ୍ପରା ରହିଛି, ତେବେ ସୋମବାର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବିଭୋର ହୋଇ ଅନେକ ଅଭିଭାବକ ନିଜ ନବଜାତ ଶିଶୁର ନାଁ ରାମ ଓ ସୀତା ରଖିଛନ୍ତି।

ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ପ୍ରିୟଙ୍କା ମଲିକ ନାମ୍ନୀ ଜଣେ ମହିଳା କହିଛନ୍ତି, ‘ସନାତନ ଧର୍ମର ସମସ୍ତ ଅନୁଗାମୀମାନଙ୍କ ପାଇଁ ଏହା (ଜାନୁଆରୀ ୨୨) ଏକ ଗୁରୁତ୍ୱପୂର୍ଣ୍ଣ ଦିନ | ଏହି ଦିନ ଆମ ପରିବାରରେ ନୂଆ ଅତିଥି ଆସିଥିବାରୁ ଆମ ଖୁସି ଦ୍ୱିଗୁଣିତ ହୋଇଯାଇଥିଲା। ”

ସୋମବାର କେନ୍ଦ୍ରାପଡ଼ା ସହରର ଏକ ଘରୋଇ ନର୍ସିଂହୋମରେ ପୁଅ ଜନ୍ମ କରିବା ପରେ ରେଣୁବାଳା ରାଉତ ବେଶ୍ ଆନନ୍ଦିତ ହୋଇଛନ୍ତି। ରେଣୁବାଳାଙ୍କ ସ୍ୱାମୀ ଅଜୟ କହିଛନ୍ତି, ‘ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ମୁଁ ଏକ ପୁଅର ବାପା ହୋଇଛି। ଶୁଭ ଦିନରେ ଆମ ପୁଅର ଜନ୍ମକୁ ନେଇ ଆମେ ବହୁତ ଖୁସି। ଆମେ ଆମ ପୁଅର ନାଁ ରାମ ରଖିବାକୁ ନିଷ୍ପତ୍ତି ନେଇଛୁ।

ରାଜ୍ୟର ବିଭିନ୍ନ ସ୍ଥାନରେ ବହୁ ବାପାମା’ ସୋମବାର ଜନ୍ମ ହୋଇଥିବା ନିଜ ଶିଶୁମାନଙ୍କୁ ରାମ ଓ ସୀତା ନାମରେ ନାମିତ କରିଛନ୍ତି।

#Odia#Odisha#News
Share Article:

Related Articles