News Room Odisha
BREAKING
Odia

ବକ୍ସିଂରୁ ଅବସର ଖବରକୁ ଖଣ୍ଡନ କଲେ ମେରୀ କମ୍

ନୂଆଦିଲ୍ଲୀ: ମହାନ ବକ୍ସର ତଥା ୬ ଥର ବିଶ୍ୱ ଚାମ୍ପିୟନ ଏମସି ମେରୀ କମ ଅବସର ଖବରକୁ ଅସ୍ୱୀକାର କରିଛନ୍ତି। ସେ ଏପର୍ଯ୍ୟନ୍ତ ଖେଳକୁ ବିଦାୟ ନେବାକୁ କୌଣସି ଔପଚାରିକ ଘୋଷଣା କରିନାହାଁନ୍ତି ବୋଲି ୪୧ ବର୍ଷୀୟା ଏହି ବକ୍ସର କହିଛନ୍ତି । ଲଣ୍ଡନ ଅଲିମ୍ପିକ୍ସ ୨୦୧୨ ବ୍ରୋଞ୍ଜ ପଦକ ବିଜେତା ମେରୀ କମ ଏକ ବିବୃତ୍ତିରେ କହିଛନ୍ତି, ମୁଁ ଅବସର ଘୋଷଣା କରି ନାହିଁ । ମୋର ବୟାନକୁ ଭୁଲ ଭାବେ ପ୍ରକାଶ କରାଯାଇଛି। ଯେବେ [...]

Admin•January 25, 2024
Share Article:

ନୂଆଦିଲ୍ଲୀ: ମହାନ ବକ୍ସର ତଥା ୬ ଥର ବିଶ୍ୱ ଚାମ୍ପିୟନ ଏମସି ମେରୀ କମ ଅବସର ଖବରକୁ ଅସ୍ୱୀକାର କରିଛନ୍ତି।

ସେ ଏପର୍ଯ୍ୟନ୍ତ ଖେଳକୁ ବିଦାୟ ନେବାକୁ କୌଣସି ଔପଚାରିକ ଘୋଷଣା କରିନାହାଁନ୍ତି ବୋଲି ୪୧ ବର୍ଷୀୟା ଏହି ବକ୍ସର କହିଛନ୍ତି ।

ଲଣ୍ଡନ ଅଲିମ୍ପିକ୍ସ ୨୦୧୨ ବ୍ରୋଞ୍ଜ ପଦକ ବିଜେତା ମେରୀ କମ ଏକ ବିବୃତ୍ତିରେ କହିଛନ୍ତି, ମୁଁ ଅବସର ଘୋଷଣା କରି ନାହିଁ । ମୋର ବୟାନକୁ ଭୁଲ ଭାବେ ପ୍ରକାଶ କରାଯାଇଛି। ଯେବେ ବି ମୁଁ ଅବସର ଘୋଷଣା କରିବି, ମୁଁ ନିଜେ ସମସ୍ତଙ୍କୁ ଜଣାଇବି । ”

ଦିବ୍ରୁଗଡରେ ବୁଧବାର ଏକ କାର୍ଯ୍ୟକ୍ରମରେ ମେରୀ କମ କହିଥିଲେ ଯେ ଆମେଚର ବକ୍ସରମାନଙ୍କ ପାଇଁ ବୟସ ସୀମା ୪୦ ବର୍ଷ ଧାର୍ଯ୍ୟ ହୋଇଥିବାରୁ ସେ ଅବସର ନେବାକୁ ବାଧ୍ୟ ହୋଇଛନ୍ତି ।

ତେବେ ଆଜି ଏହି ପୂର୍ବତନ ରାଜ୍ୟସଭା ସାଂସଦ ନିଜ ଅବସର ଖବରକୁ ଖଣ୍ଡନ କରିଛନ୍ତିି। ସେ କହିଛନ୍ତି, ମୁଁ କିଛି ମିଡିଆ ରିପୋର୍ଟ ଦେଖିଛି ଯେଉଁଥିରେ କୁହାଯାଇଛି ଯେ ମୁଁ ଖେଳକୁ ଅଲବିଦା କହିଛି ଯାହା ସତ ନୁହେଁ।

ଟୋକିଓ ଅଲିମ୍ପିକ୍ସରେ ପ୍ରି-କ୍ୱାର୍ଟର ଫାଇନାଲରେ ହାରିବା ପରଠୁ ମେରୀ ବକ୍ସିଂ ରିଙ୍ଗଠାରୁ ଦୂରରେ ଅଛନ୍ତି। ପେସାଦାର ବକ୍ସିଂରେ କୌଣସି ବୟସ ସୀମା ନଥିଲେ ମଧ୍ୟ ସେ ଏଥିରେ ଡେବ୍ୟୁ କରିନାହାଁନ୍ତି । ତେଣୁ ତାଙ୍କ ଭବିଷ୍ୟତ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଛି ।

୬ ଏସୀୟ ଟାଇଟଲ୍ ଏବଂ ସମାନ ସଂଖ୍ୟକ ବିଶ୍ୱ ଚାମ୍ପିଅନସିପ୍ ସ୍ୱର୍ଣ୍ଣ ଜିତିଥିବା ମେରୀ କମ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଖେଲ ରତ୍ନ ପୁରସ୍କାର ବି ପାଇଛନ୍ତି। ତାଙ୍କୁ ୨୦୨୦ରେ ଦେଶର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା।

#Odia#Odisha#News
Share Article:

Related Articles