News Room Odisha
BREAKING
Odia

ଆନ୍ତଃଧର୍ମ ଦମ୍ପତିଙ୍କୁ ଆକ୍ରମଣ ଘଟଣାରେ ନୂଆ ମୋଡ଼, ଅଭିଯୁକ୍ତଙ୍କ ବିରୋଧରେ ଗଣବଳାତ୍କାର ମାମଲା ରୁଜୁ

ହାବେରୀ (କର୍ଣ୍ଣାଟକ): ହୋଟେଲ ରୁମରେ ପଶି ଆନ୍ତଃଧର୍ମର ଦମ୍ପତିଙ୍କୁ ଆକ୍ରମଣ ଘଟଣାର ଅଭିଯୁକ୍ତଙ୍କ ବିରୋଧରେ ଗଣ ବଳାତ୍କାର କେସ୍ ରୁଜୁ ହୋଇଛି। ଶୁକ୍ରବାର ପୋଲିସ ଏହି ସୂଚନା ଦେଇଛି। ପୋଲିସ କହିଛି, ମହିଳା ଜଣକ ପୋଲିସ ନିକଟରେ ଦେଇଥିବା ଅଭିଯୋଗରେ କହିଛନ୍ତି ଯେ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା । ଜାନୁଆରୀ ୮ର ଘଟିଥିବା ଏହି ଘଟଣାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ତିନି ଜଣଙ୍କୁ ଗିରଫ କରାଯାଇଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, “ଗୁରୁବାର ଅପରାହ୍ନରେ ପୀଡ଼ିତାଙ୍କ [...]

Admin•January 12, 2024
Share Article:

ହାବେରୀ (କର୍ଣ୍ଣାଟକ): ହୋଟେଲ ରୁମରେ ପଶି ଆନ୍ତଃଧର୍ମର ଦମ୍ପତିଙ୍କୁ ଆକ୍ରମଣ ଘଟଣାର ଅଭିଯୁକ୍ତଙ୍କ ବିରୋଧରେ ଗଣ ବଳାତ୍କାର କେସ୍ ରୁଜୁ ହୋଇଛି। ଶୁକ୍ରବାର ପୋଲିସ ଏହି ସୂଚନା ଦେଇଛି।

ପୋଲିସ କହିଛି, ମହିଳା ଜଣକ ପୋଲିସ ନିକଟରେ ଦେଇଥିବା ଅଭିଯୋଗରେ କହିଛନ୍ତି ଯେ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା । ଜାନୁଆରୀ ୮ର ଘଟିଥିବା ଏହି ଘଟଣାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ତିନି ଜଣଙ୍କୁ ଗିରଫ କରାଯାଇଛି।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, “ଗୁରୁବାର ଅପରାହ୍ନରେ ପୀଡ଼ିତାଙ୍କ ବୟାନ ମାଜିଷ୍ଟ୍ରେଟଙ୍କ ନିକଟରେ ରେକର୍ଡ କରାଯାଇଥିଲା । ପୀଡ଼ିତା ଅଭିଯୋଗ କରିଥିଲେ ଯେ ୭ ଜଣ ଲୋକ ତାଙ୍କୁ ବଳାତ୍କାର କରିଥିଲେ। ସେମାନେ ମହିଳାଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ। ”

ଅଧିକାରୀ କହିଛନ୍ତି, “ମହିଳାଙ୍କ ଦାବି ପରେ, ଆମେ ଏହି ମାମଲାରେ ୩୭୬-ଡି ଦଫା ଯୋଡିଛୁ। ଏହି ଘଟଣାରେ ଆମେ ଏପର୍ଯ୍ୟନ୍ତ ତିନି ଜଣଙ୍କୁ ଗିରଫ କରିଛୁ। ”

ସେ କହିଛନ୍ତି, ଘଟଣାର ଦିନକ ପରେ ଅନ୍ୟ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଦୁର୍ଘଟଣାର ସମ୍ମୁଖୀନ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ତାଙ୍କୁ ଗିରଫ କରାଯିବ। ଆମ ଦଳ ଏହି ମାମଲାରେ ଅନ୍ୟ ସନ୍ଦିଗ୍ଧମାନଙ୍କୁ ଖୋଜିବାକୁ ଚେଷ୍ଟା କରୁଛି | ଆମେ ସମସ୍ତଙ୍କୁ ଚିହ୍ନଟ କରିଛୁ। ”

ପୋଲିସର ସୂଚନାନୁସାରେ, ଜାନୁଆରୀ ୮ରେ ଅପରାହ୍ନ ୧ଟାରେ ଜଣେ ୨୬ ବର୍ଷ ବୟସ୍କା ବିବାହିତା ମହିଳା ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ସହ ଏକ ହୋଟେଲରେ ପହଞ୍ଚିଥିଲେ। ଏହି ମହିଳା ସଂଖ୍ୟାଲଘୁ ସମ୍ପ୍ରଦାୟର ଥିଲେ | ପୁରୁଷ ଓ ମହିଳାଙ୍କ ମଧ୍ୟରେ ତିନି ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା।

ପୋଲିସ କହିଛି ଯେ ପୁରା ଘଟଣା ହୋଟେଲ ରୁମରେ ଘଟିଥିଲା ଏବଂ ଅଭିଯୁକ୍ତମାନେ ଏହାର ଏକ ଭିଡିଓ କରିଥିଲେ। ପରେ ଭିଡ଼ିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ୍ କରାଯାଇଥିଲା |

ଭିଡିଓରେ ୬ ଜଣ ପୁରୁଷ ଗୋଟିଏ ରୁମର କବାଟ ବାଡଉଥିବା ଦେଖିବାକୁ ମିଳୁଛି। ଜଣେ ବ୍ୟକ୍ତି କବାଟ ଖୋଲିବା କ୍ଷଣି କିଛି ଲୋକ ଭିତରେ ପଶି ମହିଳାଙ୍କ ଆଡକୁ ଯାଉଛନ୍ତି ।

ପୋଲିସ କହିଛି ଯେ ଏହି ଦମ୍ପତି ହୋଟେଲରେ ପ୍ରବେଶ କରିଥିବାବେଳେ ଜଣେ ଅଟୋ ରିକ୍ସା ଡ୍ରାଇଭର ସେମାନଙ୍କୁ ଦେଖିଥିଲେ। ଅନ୍ୟ ଧର୍ମର ଜଣେ ପୁରୁଷଙ୍କ ସହ ବୁର୍ଖା ପିନ୍ଧିଥିବା ଜଣେ ମହିଳାଙ୍କୁ ଦେଖି ସେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ଏହି ଲୋକମାନେ ମଧ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ଥିଲେ।

ସେମାନେ ହୋଟେଲ ରୁମରେ ପଶି ଦମ୍ପତିଙ୍କୁ ଆକ୍ରମଣ କରିବା ପରେ ଉଭୟଙ୍କୁ ରୁମରୁ ଟାଣି ନେଇଥିଲେ।

ଅଭିଯୁକ୍ତମାନେ ତିନି ମୋଟର ସାଇକେଲରେ ଆସି ଦମ୍ପତିଙ୍କୁ ନିଜ କାରରେ ନେଇ ହୋଟେଲଠାରୁ ଏକ କିଲୋମିଟର ଦୂର ଏକ ନିର୍ଜନ ସ୍ଥାନକୁ ନେଇଥିଲେ। ସେଠାରେ ପହଞ୍ଚିବା ପରେ ସେମାନେ ଏହି ଦମ୍ପତିଙ୍କୁ ପୁଣି ପିଟିଥିଲେ।

ପୋଲିସ ଅଧିକାରୀ କହିଛନ୍ତି ଯେ ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତମାନେ ତାଙ୍କୁ ବଳାତ୍କାର ମଧ୍ୟ କରିଥିଲେ। ଏହା ପରେ ଅଭିଯୁକ୍ତ ତାଙ୍କୁ ୫୦୦ ଟଙ୍କା ଦେଇ ସେମାନଙ୍କ ଘରକୁ ଯିବାକୁ କହିଥିଲେ। ମହିଳା ଜଣକ ସିର୍ସିରେ ତାଙ୍କ ସ୍ୱାମୀଙ୍କ ପାଖକୁ ଚାଲି ଯାଇଥିଲେ।

ପୋଲିସ କହିଛି ଯେ ଅଭିଯୁକ୍ତମାନେ କୌଣସି ସଂଗଠନ ସହ ଜଡିତ ନୁହଁନ୍ତି । ଏପର୍ଯ୍ୟନ୍ତ ତଦନ୍ତରୁ ଗିରଫ ଲୋକଙ୍କର କୌଣସି ଅପରାଧିକ ପୃଷ୍ଠଭୂମି ନଥିବା ଜଣାପଡ଼ିଛି । କିନ୍ତୁ ଅଧିକ ତଦନ୍ତର ଆବଶ୍ୟକତା ରହିଛି।

#Odia#Odisha#News
Share Article:

Related Articles