କଂଗ୍ରେସ ଛାଡ଼ିବା ପରେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଉପସ୍ଥିତିରେ ଶିବସେନାରେ ଯୋଗଦେଲେ ମିଲିନ୍ଦ ଦେଓରା
ମୁମ୍ବାଇ: କଂଗ୍ରେସ ଛାଡ଼ିବା ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମିଲିନ୍ଦ ଦେଓରା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ଶିବସେନାରେ ଯୋଗ ଦେଇଛନ୍ତି । ଦକ୍ଷିଣ ମୁମ୍ବାଇ ଲୋକସଭା ଆସନର ପୂର୍ବତନ ସାଂସଦ ଦେଓରା ରବିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଏକ କାର୍ଯ୍ୟକ୍ରମରେ ଶାସକ ଦଳରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ଦେଓରା ‘ଏକ୍ସ’ ପୋଷ୍ଟରେ କଂଗ୍ରେସରୁ ଇସ୍ତଫା ଘୋଷଣା କରିଥିଲେ। ସେ କହିଥିଲେ, “ମୋର ରାଜନୈତିକ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଆଜି ଶେଷ [...]
ମୁମ୍ବାଇ: କଂଗ୍ରେସ ଛାଡ଼ିବା ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମିଲିନ୍ଦ ଦେଓରା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ଶିବସେନାରେ ଯୋଗ ଦେଇଛନ୍ତି ।
ଦକ୍ଷିଣ ମୁମ୍ବାଇ ଲୋକସଭା ଆସନର ପୂର୍ବତନ ସାଂସଦ ଦେଓରା ରବିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଏକ କାର୍ଯ୍ୟକ୍ରମରେ ଶାସକ ଦଳରେ ଯୋଗ ଦେଇଥିଲେ।
ଏହା ପୂର୍ବରୁ ଦେଓରା ‘ଏକ୍ସ’ ପୋଷ୍ଟରେ କଂଗ୍ରେସରୁ ଇସ୍ତଫା ଘୋଷଣା କରିଥିଲେ।
ସେ କହିଥିଲେ, “ମୋର ରାଜନୈତିକ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଆଜି ଶେଷ ହୋଇଛି। ଦଳ ସହିତ ମୋର ପରିବାରର ୫୫ ବର୍ଷ ସମ୍ପର୍କକୁ ଶେଷ କରି ମୁଁ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛି। ବର୍ଷ ବର୍ଷ ଧରି ସେମାନଙ୍କ ନିରନ୍ତର ସମର୍ଥନ ପାଇଁ ମୁଁ ସମସ୍ତ ନେତା, ସହକର୍ମୀ ଏବଂ କର୍ମୀଙ୍କ ନିକଟରେ କୃତଜ୍ଞ। ”
ଶିବସେନା (ୟୁବିଟି) ଦକ୍ଷିଣ ମୁମ୍ବାଇ ଲୋକସଭା ଆସନ ଦାବି କରିବା ପରେ ଦେଓରା ଅସନ୍ତୁଷ୍ଟ ଥିଲେ। ସେ ଅତୀତରେ ଏହି ଆସନରୁ ପ୍ରତିନିଧିତ୍ୱ କରିଛନ୍ତି।
ତେବେ ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ସେ ଏହି ଆସନରେ ଶିବସେନାର ଅରବିନ୍ଦ ସାୱନ୍ତଙ୍କ ଠାରୁ ପରାସ୍ତ ହୋଇଥିଲେ। ସାୱନ୍ତ ଠାକରେ ଗୋଷ୍ଠୀରେ ଅଛନ୍ତି | କଂଗ୍ରେସ ଏବଂ ଏନସିପି ସହିତ ଠାକରେଙ୍କ ଦଳ ହେଉଛି ବିରୋଧୀ ମହା ବିକାଶ ଆଘାଡି (ଏମଭିଏ) ମେଣ୍ଟର ଅଂଶ ।
ଏହାପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ଅଶୋକ ଚୌହାନ କହିଥିଲେ ଯେ ଏବେ ଯେଉଁ ସାଂସଦ ଅଛନ୍ତି ତାଙ୍କୁ ଏହି ଆସନରୁ ବଞ୍ଚିତ କରାଯିବା ଉଚିତ ନୁହେଁ । ଅର୍ଥାତ ଦକ୍ଷିଣ ମୁମ୍ବାଇ ଲୋକସଭା ଆସନ କଂଗ୍ରେସ ପରିବର୍ତ୍ତେ ଠାକେର ନେତୃତ୍ୱାଧୀନ ଶିବସେନାକୁ ଯିବ।
Odisha bizman’s decomposed body found in his house, murder suspected
Next Articleଜାନୁଆରୀ ୧୭ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନ ସରକାରୀ ଛୁଟି
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
