ମୋଦୀ ଏନଡିଏ ମେଣ୍ଟର ନେତା ନିର୍ବାଚିତ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ଏନଡିଏ ମେଣ୍ଟ କେନ୍ଦ୍ରରେ ଲଗାତାର ତୃତୀୟ ଥର ସରକାର ଗଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଫଳାଫଳ ଘୋଷଣା ପରେ ବୁଧବାର ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏନଡିଏର ପ୍ରଥମ ବୈଠକରେ ମୋଦୀ ସର୍ବସମ୍ମତି କ୍ରମେ ମେଣ୍ଟର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ମୋଦୀ ଆଜି ହିଁ ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଢ଼ିବା ପାଇଁ ଦାବି କରିପାରନ୍ତି। ଏହି ବୈଠକରେ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ଓ ଜେଡିୟୁ [...]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ଏନଡିଏ ମେଣ୍ଟ କେନ୍ଦ୍ରରେ ଲଗାତାର ତୃତୀୟ ଥର ସରକାର ଗଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଫଳାଫଳ ଘୋଷଣା ପରେ ବୁଧବାର ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏନଡିଏର ପ୍ରଥମ ବୈଠକରେ ମୋଦୀ ସର୍ବସମ୍ମତି କ୍ରମେ ମେଣ୍ଟର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ମୋଦୀ ଆଜି ହିଁ ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଢ଼ିବା ପାଇଁ ଦାବି କରିପାରନ୍ତି।
ଏହି ବୈଠକରେ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ଓ ଜେଡିୟୁ ସଭାପତି ନୀତୀଶ କୁମାରଙ୍କ ସହ ୧୬ ଦଳର ୨୧ ଜଣ ନେତା ଯୋଗ ଦେଇଥିଲେ। ସୂଚନାନୁସାରେ, ଜୁନ୍ ୭ରେ ଏନଡିଏ ସାଂସଦ ମାନଙ୍କ ଏକ ବୈଠକ ହେବ। ନୂଆ ସରକାରର ରୂପରେଖ ନେଇ ଏନଡିଏର ସବୁ ସହଯୋଗୀ ଦଳ ସହ ଆଲୋଚନା କରିବାକୁ ରାଜନାଥ ସିଂହ, ଅମିତ ଶାହା ଏବଂ ଜେପି ନଡ୍ଡାଙ୍କୁ ଦାୟିତ୍ଵ ଦିଆଯାଇଛି।
ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇସ୍ତଫା ଏବଂ ଲୋକସଭା ଭଙ୍ଗ କରିବାକୁ ସୁପାରିସ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସପ୍ତଦଶ ଲୋକସଭାକୁ ଭଙ୍ଗ କରିଛନ୍ତି।
ଏଥର ଆସନ ସଂଖ୍ୟା କମିଥିଲେ ମଧ୍ୟ ମୋଦୀଙ୍କ ନେତୃତ୍ଵରେ ଏନଡିଏ ଲଗାତାର ତୃତୀୟ ଥର ସରକାର ଗଢ଼ିବ । ଗତଥର ଏକାକୀ ୩୦୩ ଆସନ ହାତେଇଥିବା ବିଜେପି ଏଥର ୨୪୦ ଆସନରେ ସୀମିତ ରହିଯାଇଛି। ଏନଡିଏ ମେଣ୍ଟ କିନ୍ତୁ ୨୯୩ ଆସନ ସହ ମ୍ୟାଜିକ ନମ୍ବର (୨୭୨) ଟପିଥିବାରୁ ପୁଣି ସରକାର ଗଠନ କରିବା ପାଇଁ ପ୍ରସ୍ତୁତ ହେଉଛି।
ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ୧୬ ଆସନ ସହ ଏନଡିଏର ଦ୍ୱିତୀୟ ବୃହତ୍ତମ ଦଳ ହୋଇଥିବା ବେଳେ ନୀତୀଶ କୁମାରଙ୍କ ଜେଡିୟୁ ୧୨ ଆସନ ସହ ଏନଡିଏରେ ତୃତୀୟ ବୃହତ୍ତମ ଦଳ ହୋଇପାରିଛି। ଏଥର ବିଜେପିକୁ ଏହି ଦୁଇ ଦଳର ସାହାରାରେ ରହିବାକୁ ପଡ଼ିବ।
ଅନ୍ୟପକ୍ଷରେ ୨୦୧୯ ତୁଳନାରେ ଏଥର କଂଗ୍ରେସର ଆସନ ସଂଖ୍ୟା ପ୍ରାୟତଃ ଦୁଇ ଗୁଣ ବଢ଼ିଛି । କଂଗ୍ରେସ ଚଳିତ ଥର ୯୯ ଆସନ ପାଇଥିବା ବେଳେ ପୂରା ‘ଇଣ୍ଡିଆ’ ମେଣ୍ଟ ୨୩୪ ଆସନ ହାତେଇଛନ୍ତି। ଇଣ୍ଡିଆ ମେଣ୍ଟ ପାଇଁ ଏହା ଏକ ନୈତିକ ବିଜୟ ବୋଲି କୁହାଯାଉଛି।
ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ଏସଆରସି ତଦନ୍ତ ଆରମ୍ଭ, ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି
Next Articleବିଜେଡି ସୁପ୍ରିମୋଙ୍କୁ ଭେଟିଲେ ଦଳର ନବନିର୍ବାଚିତ ବିଧାୟକ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
