News Room Odisha
BREAKING
Odia

ସରକାରୀ ବଙ୍ଗଳା ଖାଲି ପାଇଁ ନୋଟିସ୍ ବିରୋଧରେ ହାଇକୋର୍ଟ ଗଲେ ମହୁଆ

ନୂଆଦିଲ୍ଲୀ: ସରକାରୀ ବଙ୍ଗଳା ଖାଲି କରିବାକୁ ଇଷ୍ଟେଟ୍ ନିର୍ଦ୍ଦେଶାଳୟର ନୋଟିସ୍ ବିରୋଧରେ ବହିଷ୍କୃତ ଲୋକସଭା ସାଂସଦ ମହୁଆ ମୈତ୍ର ଗୁରୁବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।ମହୁଆଙ୍କ ଆବେଦନ ଜଷ୍ଟିସ ଗିରିଶ କଠପାଲିଆଙ୍କ ଖଣ୍ଡପୀଠ ଦ୍ବାରା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଛି । ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କୁ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍ ଜାରି କରିଥିଲେ ଇଷ୍ଟେଟ୍ ନିର୍ଦ୍ଦେଶାଳୟ । ଗୌତମ ଆଦାନୀଙ୍କ ଗ୍ରୁପ୍ ବିରୋଧରେ ସଂସଦରେ ପ୍ରଶ୍ନ ପଚାରିବା ପାଇଁ [...]

Admin•January 18, 2024
Share Article:

ନୂଆଦିଲ୍ଲୀ: ସରକାରୀ ବଙ୍ଗଳା ଖାଲି କରିବାକୁ ଇଷ୍ଟେଟ୍ ନିର୍ଦ୍ଦେଶାଳୟର ନୋଟିସ୍ ବିରୋଧରେ ବହିଷ୍କୃତ ଲୋକସଭା ସାଂସଦ ମହୁଆ ମୈତ୍ର ଗୁରୁବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।ମହୁଆଙ୍କ ଆବେଦନ ଜଷ୍ଟିସ ଗିରିଶ କଠପାଲିଆଙ୍କ ଖଣ୍ଡପୀଠ ଦ୍ବାରା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଛି ।

ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କୁ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍ ଜାରି କରିଥିଲେ ଇଷ୍ଟେଟ୍ ନିର୍ଦ୍ଦେଶାଳୟ ।

ଗୌତମ ଆଦାନୀଙ୍କ ଗ୍ରୁପ୍ ବିରୋଧରେ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ମହୁଆ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ଠାରୁ ଟଙ୍କା ସହ ଦାମୀ ଉପହାର ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ମାମଲାରେ ଗତବର୍ଷ ଡିସେମ୍ବର ୮ରେ ଲୋକସଭାରୁ ବହିଷ୍କୃତ ହେବାପରେ ମହୁଆଙ୍କୁ ଆବଣ୍ଟିତ ସରକାରୀ ବଙ୍ଗଳା ରଦ୍ଦ ହୋଇଥିଲା । ପରେ ଜାନୁଆରୀ ୭ ସୁଦ୍ଧା ଘର ଖାଲି କରିବାକୁ ଏହି ଟିଏମସି ନେତ୍ରୀଙ୍କୁ କୁହାଯାଇଥିଲା।

#Odia#Odisha#News
Share Article:

Related Articles