News Room Odisha
BREAKING
Odia

ମାଳଦ୍ୱୀପ ନିର୍ବାଚନରେ ପୁଣି ମୋଇଜୁଙ୍କ ଦଳକୁ ବହୁମତ

ମାଲେ: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାସନାଲ କଂଗ୍ରେସ (ପିଏନସି) ଦଳ ସଂସଦୀୟ ନିର୍ବାଚନରେ ବହୁମତ ହାସଲ କରିଛି। ରିପୋର୍ଟ ଅନୁଯାୟୀ, ମୁଇଜୁଙ୍କ ଦଳ ୯୩ଟି ଆସନ ମଧ୍ୟରୁ ୬୦ରୁ ଅଧିକ ଆସନ ଜିତିଛି । ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ପରିଚିତ ମୁଇଜୁ ଲଗାତାର ଦ୍ବିତୀୟ ଥର ମାଳଦ୍ବୀପ ରାଷ୍ଟ୍ରପତି ହେବା ନିଶ୍ଚିତ ହୋଇଛି। ମାଲଦ୍ୱୀପର ନିର୍ବାଚନ କମିଶନ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ସ୍ଥାନୀୟ ସମୟ ରବିବାର ଅପରାହ୍ନ ୫ଟା [...]

Admin•April 22, 2024
Share Article:

ମାଲେ: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାସନାଲ କଂଗ୍ରେସ (ପିଏନସି) ଦଳ ସଂସଦୀୟ ନିର୍ବାଚନରେ ବହୁମତ ହାସଲ କରିଛି। ରିପୋର୍ଟ ଅନୁଯାୟୀ, ମୁଇଜୁଙ୍କ ଦଳ ୯୩ଟି ଆସନ ମଧ୍ୟରୁ ୬୦ରୁ ଅଧିକ ଆସନ ଜିତିଛି । ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ପରିଚିତ ମୁଇଜୁ ଲଗାତାର ଦ୍ବିତୀୟ ଥର ମାଳଦ୍ବୀପ ରାଷ୍ଟ୍ରପତି ହେବା ନିଶ୍ଚିତ ହୋଇଛି।

ମାଲଦ୍ୱୀପର ନିର୍ବାଚନ କମିଶନ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ସ୍ଥାନୀୟ ସମୟ ରବିବାର ଅପରାହ୍ନ ୫ଟା ପର୍ଯ୍ୟନ୍ତ ପ୍ରାୟ ଦୁଇ ଲକ୍ଷ ଲୋକ ଭୋଟ୍ ଦେଇଛନ୍ତି। ଦେଶର ୯୩ଟି ଆସନରେ ୭୨.୯୬ ପ୍ରତିଶତ ମତଦାନ ହୋଇଥିବା ଦାବି କରିଛନ୍ତି ନିର୍ବାଚନ କମିଶନ।

ଭୋଟ୍ ଦେଇଥିବା ମତଦାତାଙ୍କ ମଧ୍ୟରେ ୧୦୪,୮୨୬ ଜଣ ପୁରୁଷ ଏବଂ ୧୦୨,୮୬୭ ଜଣ ମହିଳା ଥିଲେ। ୯୩ଟି ଆସନ ପାଇଁ ୧୩୦ ସ୍ୱାଧୀନ ପ୍ରାର୍ଥୀଙ୍କ ସହ ମଇଦାନରେ ମୋଟ ୩୬୮ ଜଣ ପ୍ରାର୍ଥୀ ଥିଲେ।

ଗତ ବର୍ଷ ସେପ୍ଟେମ୍ବରରେ ମହମ୍ମଦ ସୋଲିହଙ୍କୁ ହରାଇଇ ମୁଇଜୁ ରାଷ୍ଟ୍ରପତି ହୋଇଥିଲେ।

#Odia#Odisha#News
Share Article:

Related Articles