News Room Odisha
BREAKING
Odia

କେରଳ ଛୁଇଁଲା ମୌସୁମୀ, ତାତିରୁ ମିଳିବ ଆଶ୍ବସ୍ତି

ନୂଆଦିଲ୍ଲୀ: ପ୍ରତୀକ୍ଷାର ଅନ୍ତ ଘଟିଛି। ଦେଶରେ ପ୍ରବେଶ କରିଛି ମୌସୁମୀ। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି। ମୌସୁମୀର ଆଗମନ ସହ ଦେଶବାସୀଙ୍କୁ ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ଖୁବ୍ ଶୀଘ୍ର ଆଶ୍ବସ୍ତି ମିଳିବ। ପାଣିପାଗ ବିଭାଗ କହିଛି ଯେ ଧାର୍ଯ୍ୟ ସମୟର ଦୁଇ ଦିନ ପୂର୍ବରୁ ମୌସୁମୀ କେରଳ ଛୁଇଁଛି। ଆଜି ଅର୍ଥାତ୍ ମଇ ୩୦ରେ ଉତ୍ତର-ପୂର୍ବ ଭାରତର ଅଧିକାଂଶ ଅଞ୍ଚଳ [...]

Admin•May 30, 2024
Share Article:

ନୂଆଦିଲ୍ଲୀ: ପ୍ରତୀକ୍ଷାର ଅନ୍ତ ଘଟିଛି। ଦେଶରେ ପ୍ରବେଶ କରିଛି ମୌସୁମୀ। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି। ମୌସୁମୀର ଆଗମନ ସହ ଦେଶବାସୀଙ୍କୁ ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ଖୁବ୍ ଶୀଘ୍ର ଆଶ୍ବସ୍ତି ମିଳିବ।

ପାଣିପାଗ ବିଭାଗ କହିଛି ଯେ ଧାର୍ଯ୍ୟ ସମୟର ଦୁଇ ଦିନ ପୂର୍ବରୁ ମୌସୁମୀ କେରଳ ଛୁଇଁଛି। ଆଜି ଅର୍ଥାତ୍ ମଇ ୩୦ରେ ଉତ୍ତର-ପୂର୍ବ ଭାରତର ଅଧିକାଂଶ ଅଞ୍ଚଳ ମଧ୍ୟ ମୌସୁମୀ ଦ୍ଵାରା ଆଚ୍ଛାଦିତ ହେବ।

କେରଳର କୋଟାୟାମ ଜିଲ୍ଲାର ଅନେକ ସ୍ଥାନରେ ପ୍ରଥମ ମୌସୁମୀ ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳରେ ପହଞ୍ଚିଥିବା ବେଳେ ଆଜି ଉତ୍ତର-ପୂର୍ବ ଭାରତର ଅଧିକାଂଶ ଭାଗକୁ ଛୁଇଁବ। ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ୍ ୧ରେ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। କିନ୍ତୁ ଏହା ଦୁଇ ଦିନ ପୂର୍ବରୁ ପହଞ୍ଚି ଯାଇଛି ।

#Odia#Odisha#News
Share Article:

Related Articles