News Room Odisha
BREAKING
Odia

ମଣିଷ ଠାରେ ସଫଳତାର ସହ ବ୍ରେନ୍ ଚିପ୍ ରୋପଣ କଲା ମସ୍କଙ୍କ କମ୍ପାନୀ ନ୍ୟୁରାଲିଙ୍କ

ନ୍ୟୁୟର୍କ : ଟେସଲା ଓ ‘ଏକ୍ସ’ର ମାଲିକ ଏଲନ୍ ମସ୍କଙ୍କ କମ୍ପାନୀ ନ୍ୟୁରାଲିଙ୍କ ପ୍ରଥମ ଥର ପାଇଁ ମନୁଷ୍ୟ ମସ୍ତିଷ୍କରେ ଏକ ଓୟାରଲେସ୍ ଚିପ୍ ସଫଳତାର ସହ ରୋପଣ କରିଛି। ମସ୍କ ‘ଏକ୍ସ’ରେ ଏକ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଏହି ପ୍ରୟୋଗର ପ୍ରାଥମିକ ଫଳାଫଳ ଉତ୍ସାହଜନକ ରହିଛି । ଯେଉଁ ରୋଗୀଙ୍କ ମସ୍ତିସ୍କରେ ଏହି ଚିପ୍ ଲଗାଯାଇଛି ସେ ମଧ୍ୟ ସୁସ୍ଥ ହେଉଛନ୍ତି। ଏହି ପ୍ରୟୋଗ ‘ପାରକିନସନ୍ ଡିସିଜ୍’ ଭଳି ସ୍ନାୟୁଗତ [...]

Admin•January 30, 2024
Share Article:

ନ୍ୟୁୟର୍କ : ଟେସଲା ଓ ‘ଏକ୍ସ’ର ମାଲିକ ଏଲନ୍ ମସ୍କଙ୍କ କମ୍ପାନୀ ନ୍ୟୁରାଲିଙ୍କ ପ୍ରଥମ ଥର ପାଇଁ ମନୁଷ୍ୟ ମସ୍ତିଷ୍କରେ ଏକ ଓୟାରଲେସ୍ ଚିପ୍ ସଫଳତାର ସହ ରୋପଣ କରିଛି।

ମସ୍କ ‘ଏକ୍ସ’ରେ ଏକ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଏହି ପ୍ରୟୋଗର ପ୍ରାଥମିକ ଫଳାଫଳ ଉତ୍ସାହଜନକ ରହିଛି । ଯେଉଁ ରୋଗୀଙ୍କ ମସ୍ତିସ୍କରେ ଏହି ଚିପ୍ ଲଗାଯାଇଛି ସେ ମଧ୍ୟ ସୁସ୍ଥ ହେଉଛନ୍ତି। ଏହି ପ୍ରୟୋଗ ‘ପାରକିନସନ୍ ଡିସିଜ୍’ ଭଳି ସ୍ନାୟୁଗତ ରୋଗର ଚିକିତ୍ସା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇପାରେ।

ମସ୍କଙ୍କ କମ୍ପାନୀ ‘ନ୍ୟୁରାଲିଙ୍କ’ କହିଛି, ଆମେ ଚାହୁଁଛୁ ମଣିଷର ମସ୍ତିଷ୍କକୁ କିପରି କମ୍ପ୍ୟୁଟର ସହିତ ସଂଯୋଗ କରାଯିବ, ଯାହା ଦ୍ୱାରା ସେ ଜଟିଳ ସ୍ନାୟୁଗତ ରୋଗର ମୁକାବିଲା କରିବାରେ ସକ୍ଷମ ହେବ ।

ମଣିଷ ଉପରେ ଚିପ୍ ପରୀକ୍ଷାନିରୀକ୍ଷା କରିବାକୁ ମସ୍କଙ୍କ କମ୍ପାନୀକୁ ଗତ ବର୍ଷ ମେ ମାସରେ ଅନୁମତି ମିଳିଥିଲା |କେଶ ଠାରୁ ବି ପତଳା ଏହି ଚିପକୁ ପୂର୍ବରୁ ଏକ ରୋବଟରେ ବ୍ୟବହାର କରାଯାଇଥିଲା । କମ୍ପାନୀ ଏହି ଚିପ୍ ଉପରେ ଗତ ୬ ବର୍ଷ ଧରି କାମ କରିଆସୁଛି। ଏହି ଚିପକୁ ମସ୍ତିଷ୍କର ସେହି ଅଂଶରେ ଲଗାଯାଇଛି ଯାହା ମଣିଷର ‘ଗତିବିଧି’କୁ ନିୟନ୍ତ୍ରଣ କରିଥାଏ |

ମସ୍କଙ୍କ ନ୍ୟୁରାଲିଙ୍କ ବିଶ୍ବର ଏକମାତ୍ର ମସ୍ତିଷ୍କ ଚିପ୍ ଉତ୍ପାଦନକାରୀ କମ୍ପାନୀ ନୁହେଁ । ପୂର୍ବରୁ ମଧ୍ୟ କିଛି କମ୍ପାନୀ ଏଭଳି ପରୀକ୍ଷାନିରୀକ୍ଷା କରିସାରିଛନ୍ତି |

#Odia#Odisha#News
Share Article:

Related Articles