News Room Odisha
BREAKING
Odia

ନୟାବ ସିଂହ ସୈନି ହେବେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼: ହରିୟାଣା ବିଜେପି ସଭାପତି ନୟାବ ସିଂହ ସୈନି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଚଣ୍ଡିଗଡ଼ରେ ଅନୁଷ୍ଠିତ ବୈଠକରେ ସୈନି ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି । ବିଜେପିର ଜଣେ ବରିଷ୍ଠ ନେତା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସୈନି ଆଜି ସନ୍ଧ୍ୟା ୫ଟାରେ ଶପଥ ନେବେ । ବିଜେପି ବିଧାୟକ ଦଳର ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଦଳର ଜାତୀୟ ସାଧାରଣ ସମ୍ପାଦକ ତରୁଣ [...]

Admin•March 12, 2024
Share Article:

ଚଣ୍ଡିଗଡ଼: ହରିୟାଣା ବିଜେପି ସଭାପତି ନୟାବ ସିଂହ ସୈନି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଚଣ୍ଡିଗଡ଼ରେ ଅନୁଷ୍ଠିତ ବୈଠକରେ ସୈନି ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି । ବିଜେପିର ଜଣେ ବରିଷ୍ଠ ନେତା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସୈନି ଆଜି ସନ୍ଧ୍ୟା ୫ଟାରେ ଶପଥ ନେବେ ।

ବିଜେପି ବିଧାୟକ ଦଳର ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଦଳର ଜାତୀୟ ସାଧାରଣ ସମ୍ପାଦକ ତରୁଣ ଚୁଘ୍ ଏବଂ ହରିୟାଣା ପ୍ରଭାରୀ ବିପ୍ଲବ ଦେବ ମଧ୍ୟ ଉପସ୍ଥିତ ଥିଲେ।

କୁରୁକ୍ଷେତ୍ରରୁ ସାଂସଦ ଥିବା ସୈନି ଗତ ବର୍ଷ ଅକ୍ଟୋବରରେ ରାଜ୍ୟ ବିଜେପି ସଭାପତି ଭାବେ ନିଯୁକ୍ତ ହୋଇଥିଲେ।

ଜନନାୟକ ଜନତା ପାର୍ଟି (ଜେଜେପି) ଓ ବିଜେପି ମଧ୍ୟରେ ମେଣ୍ଟ ଭାଙ୍ଗିବା ପରେ ଆଜି ସକାଳେ ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ରାଜ୍ୟ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ସମେତ ୧୪ ଜଣ ମନ୍ତ୍ରୀ ଥିଲେ। ଏଥିରେ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲାଙ୍କ ଜେଜେପିର ତିନି ଜଣ ସଦସ୍ୟ ଥିଲେ।

ଦୁଷ୍ୟନ୍ତ ଚୌତାଲା ସୋମବାର ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଲୋକସଭା ନିର୍ବାଚନ ପାଇଁ ଆସନ ଭାଗବଣ୍ଟା ନେଇ ଆଲୋଚନା କରିଥିଲେ। ହରିୟାଣା ବିଜେପିର ଏକ ଗୋଷ୍ଠୀ ଜେଜେପି ସହ ମେଣ୍ଟକୁ ବିରୋଧ କରୁଥିଲେ । ଦ୍ରୁତ ଗତିରେ ବଦଳୁଥିବା ରାଜ୍ୟ ରାଜନୈତିକ ପାଣିପାଗ ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ମନୋହର ଲାଲ ଖଟ୍ଟର ଇସ୍ତଫା ଦେଇଥିଲେ । ଏହା ପରେ ରାଜ୍ୟ ବିଜେପି ବିଧାୟକ ଦଳର ବୈଠକ ଡକାଯାଇଥିଲା।

ହରିୟାଣାର ୯୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ସମ୍ପ୍ରତି ବିଜେପିର ୪୧ ଜଣ ବିଧାୟକ ଥିବାବେଳେ ଜେଜେପିର ୧୦ ଜଣ ବିଧାୟକ ଅଛନ୍ତି। ଏହି ମେଣ୍ଟକୁ ୭ ସ୍ୱାଧୀନ ବିଧାୟକଙ୍କ ମଧ୍ୟରୁ ୬ ଜଣଙ୍କର ସମର୍ଥନ ରହିଥିଲା।

ମୁଖ୍ୟ ବିରୋଧୀ କଂଗ୍ରେସର ୩୦ ଜଣ ବିଧାୟକ ରହିଥିବା ବେଳେ ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ (ଆଇଏନ୍ଏଲଡି) ଏବଂ ହରିୟାଣା ଲୋକହିତ ପାର୍ଟିର ଗୋଟିଏ ଲେଖାଏଁ ସଦସ୍ୟ ଅଛନ୍ତି ।

#Odia#Odisha#News
Share Article:

Related Articles