ଫିଲ୍ମ ‘ଅନ୍ନପୂର୍ଣ୍ଣି’ ପାଇଁ କ୍ଷମା ମାଗିଲେ ନୟନତାରା
ନୂଆଦିଲ୍ଲୀ: ଅଭିନେତ୍ରୀ ନୟନତାରା ତାଙ୍କ ଅଭିନୀତ ତାମିଲ ଚଳଚ୍ଚିତ୍ର ‘ଅନ୍ନପୂର୍ଣ୍ଣି’ ପାଇଁ କ୍ଷମା ମାଗିଛନ୍ତି। ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବାର ଏକ ସପ୍ତାହ ପରେ ଏହି ଫିଲ୍ମ ବିବାଦରେ ଛନ୍ଦି ହୋଇପଡ଼ିଥିଲା । ଫିଲ୍ମର ନିର୍ମାତାମାନଙ୍କ ବିରୋଧରେ ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗ ହୋଇଥିଲା । ଏହା ପରେ ଫିଲ୍ମକୁ ନେଟଫ୍ଲିକ୍ସରୁ ହଟାଯାଇଥିଲା। ଫିଲ୍ମ ‘ଯବାନ’ରେ କାମ କରିଥିବା ଏହି ଲୋକପ୍ରିୟ ଅଭିନେତ୍ରୀ ଗୁରୁବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ କହିଛନ୍ତି, ବିବାଦ [...]
ନୂଆଦିଲ୍ଲୀ: ଅଭିନେତ୍ରୀ ନୟନତାରା ତାଙ୍କ ଅଭିନୀତ ତାମିଲ ଚଳଚ୍ଚିତ୍ର ‘ଅନ୍ନପୂର୍ଣ୍ଣି’ ପାଇଁ କ୍ଷମା ମାଗିଛନ୍ତି। ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବାର ଏକ ସପ୍ତାହ ପରେ ଏହି ଫିଲ୍ମ ବିବାଦରେ ଛନ୍ଦି ହୋଇପଡ଼ିଥିଲା । ଫିଲ୍ମର ନିର୍ମାତାମାନଙ୍କ ବିରୋଧରେ ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗ ହୋଇଥିଲା । ଏହା ପରେ ଫିଲ୍ମକୁ ନେଟଫ୍ଲିକ୍ସରୁ ହଟାଯାଇଥିଲା।
ଫିଲ୍ମ ‘ଯବାନ’ରେ କାମ କରିଥିବା ଏହି ଲୋକପ୍ରିୟ ଅଭିନେତ୍ରୀ ଗୁରୁବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ କହିଛନ୍ତି, ବିବାଦ ସୃଷ୍ଟି କରିବା ପାଇଁ ନୁହେଁ ବରଂ ପ୍ରେରଣା ଦେବା ପାଇଁ ଏହି ଫିଲ୍ମ ପ୍ରସ୍ତୁତ କରାଯାଇଛି।
“ଜୟ ଶ୍ରୀ ରାମ” କହି ତାଙ୍କ ପୋଷ୍ଟ ଆରମ୍ଭ କରିଛନ୍ତି ନୟନତାରା । ସେ କହିଛନ୍ତି, ମୁଁ ଏହି ଚିଠି ଭାରି ମନ ଏବଂ ଆମ ଚଳଚ୍ଚିତ୍ର ‘ଅନ୍ନପୂର୍ଣ୍ଣି’ ସହ ଜଡିତ ବିବାଦ ନେଇ ଲେଖୁଛି। ‘ଅନ୍ନପୂର୍ଣ୍ଣି’ ନିର୍ମାଣ କରିବାର ପ୍ରୟାସ କେବଳ ସିନେମା ପାଇଁ ନୁହେଁ ବରଂ ପ୍ରେରଣା ଯୋଗାଇବା ତଥା ହାର୍ ନ ମାନିବାର ଭାବନା ସୃଷ୍ଟି କରିବାକୁ ଏକ ପ୍ରୟାସ ଥିଲା ।
ସେ କହିଛନ୍ତି, ଏହାର ଉଦ୍ଦେଶ୍ୟ ଥିଲା ଜୀବନ ଯାତ୍ରାର ପ୍ରତିଫଳନ, ଯେଉଁଠି ଦୃଢ଼ ଇଚ୍ଛାଶକ୍ତି ସହ କିପରି ବାଧାବିଘ୍ନ ଦୂର କରାଯାଇ ପାରିବ ତାହା ଆମେ ଶିଖିଥାଉ । ଏକ ସକରାତ୍ମକ ବାର୍ତ୍ତା ଦେବା ପ୍ରୟାସରେ ଆମେ ଅଜାଣତରେ ଲୋକଙ୍କ ଭାବନାକୁ ଆଘାତ ଦେଇଛୁ। ‘
ଫିଲ୍ମ ‘ଅନ୍ନପୂର୍ଣ୍ଣି’ରେ ଏହି ଅଭିନେତ୍ରୀ ଜଣେ ମନ୍ଦିର ପୁରୋହିତଙ୍କ ଝିଅ ଚରିତ୍ରରେ ଅଭିନୟ କରିଛନ୍ତି ଯିଏ ଦେଶର ସର୍ବଶ୍ରେଷ୍ଠ ସେଫ୍ ହେବାକୁ ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ତାଙ୍କ ସ୍ୱପ୍ନ ସାକାର କରିବା ପାଇଁ ତାଙ୍କୁ ଆମିଷ ଖାଦ୍ୟ ରାନ୍ଧିବାକୁ ପଡ଼ିଛି।
ନୀଲେଶ କ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଗତ ବର୍ଷ ଡିସେମ୍ବରରେ ସିନେମା ହଲରେ ରିଲିଜ୍ ହୋଇଥିଲା । ଏହାର ୪ ସପ୍ତାହ ପରେ ‘ଅନ୍ନପୂର୍ଣ୍ଣି’ ନେଟଫ୍ଲିକ୍ସକୁ ଆସିଥିଲା। ଗତ ସପ୍ତାହରେ ନୟନତାରା ଏବଂ ନିର୍ମାତାଙ୍କ ବିରୋଧରେ ଦୁଇଟି ଅଭିଯୋଗ ରୁଜୁ ହୋଇଥିବା ବେଳେ ଫିଲ୍ମକୁ ନେଇ ବିବାଦ ଉଠିଥିଲା ।
ଅଭିଯୋଗରେ ଦାବି କରାଯାଇଥିଲା ଯେ ଚଳଚ୍ଚିତ୍ରର କିଛି ଦୃଶ୍ୟ ହିନ୍ଦୁ ମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି। ଏହି ଚଳଚ୍ଚିତ୍ରରେ ପ୍ରଭୁ ରାମଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ରହିଛି ଏବଂ ଏଥିରେ ‘ଲଭ୍ ଜିହାଦ’କୁ ମଧ୍ୟ ପ୍ରୋତ୍ସାହିତ କରାଯାଇଛି। ବିବାଦ ମଧ୍ୟରେ ନିର୍ମାତାମାନେ ଫିଲ୍ମକୁ ନେଟଫ୍ଲିକ୍ସରୁ ହଟାଇ ଦେଇଥିଲେ।
ନୟନତାରା ତାଙ୍କ ପୋଷ୍ଟରେ କହିଛନ୍ତି ‘ଅନ୍ନପୂର୍ଣ୍ଣି’ ଟିମ୍ ଏହି ଫିଲ୍ମ ମାଧ୍ୟମରେ ଏକ ସକାରାତ୍ମକ ବାର୍ତ୍ତା ଦେବା ପାଇଁ ଚାହୁଁଥିଲେ ଏବଂ ହଲରେ ରିଲିଜ୍ ହୋଇଥିବା ଏହି ଫିଲ୍ମକୁ ଷ୍ଟ୍ରିମିଂ ପ୍ଲାଟଫର୍ମରୁ ହଟାଯିବ ବୋଲି ସେ କେବେ ଆଶା କରିନାହାଁନ୍ତି।
ସେ କହିଛନ୍ତି, ‘ମୋର ଟିମ୍ ଏବଂ ମୁଁ କେବେ କାହାର ଭାବନାକୁ ଆଘାତ ଦେବାକୁ ଚାହିଁନାହିଁ । ଆମେ ଏହି ପ୍ରସଙ୍ଗର ଗମ୍ଭୀରତା ବୁଝୁଛୁ। ଫିଲ୍ମ ଦ୍ବାରା ଯେଉଁମାନଙ୍କ ଭାବନାକୁ ଆଘାତ ଲାଗିଛି ମୁଁ ଗଭୀର କ୍ଷମା ପ୍ରାର୍ଥନା କରୁଛି।
ଅଭିଯୋଗ ପରେ ମହାରାଷ୍ଟ୍ରର ଥାନେ ଜିଲ୍ଲାର ପୋଲିସ ଗତ ସପ୍ତାହରେ ନୟନତାରାଙ୍କ ସମେତ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।
Mayurbhanj Police Seize 23 Illegal Arms during Protect Similipal Campaign
Next ArticleAma Odisha Nabin Odisha (Sahari) to Kick Start from Jan. 22
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
