News Room Odisha
BREAKING
Odia

ସିଙ୍ଗାପୁର ଓ ହଂକଂ ପରେ ନେପାଳରେ ବ୍ୟାନ୍ ହେଲା ‘ଏମଡିଏଚ୍’ ଏବଂ ‘ଏଭରେଷ୍ଟ’ ମସଲା

ନୂଆଦିଲ୍ଲୀ: ଭାରତୀୟ ମସଲାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ସିଙ୍ଗାପୁର ଏବଂ ହଂକଂ ପରେ ଏବେ ନେପାଳ ମଧ୍ୟ ଭାରତୀୟ ବ୍ରାଣ୍ଡ୍ ‘ଏମଡିଏଚ୍’ ଏବଂ ‘ଏଭରେଷ୍ଟ’ ମସଲା ଉପରେ ବ୍ୟାନ୍ ଲଗାଇଛି | ଏମଡିଏଚ୍ ଏବଂ ଏଭରେଷ୍ଟର ମସଲାରେ କ୍ଷତିକାରକ କୀଟନାଶକ ମିଳିବା ଅଭିଯୋଗ ପରେ ନେପାଳ ଏହି ପଦକ୍ଷେପ ନେଇଛି। ଏହାର ବ୍ୟବହାର, ବିକ୍ରୟ ଏବଂ ଆମଦାନୀ ଉପରେ କଟକଣା ଲଗାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନେପାଳର ଖାଦ୍ୟ ଏବଂ ଗୁଣବତ୍ତା ନିୟନ୍ତ୍ରଣ [...]

Admin•May 17, 2024
Share Article:

ନୂଆଦିଲ୍ଲୀ: ଭାରତୀୟ ମସଲାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ସିଙ୍ଗାପୁର ଏବଂ ହଂକଂ ପରେ ଏବେ ନେପାଳ ମଧ୍ୟ ଭାରତୀୟ ବ୍ରାଣ୍ଡ୍ ‘ଏମଡିଏଚ୍’ ଏବଂ ‘ଏଭରେଷ୍ଟ’ ମସଲା ଉପରେ ବ୍ୟାନ୍ ଲଗାଇଛି |

ଏମଡିଏଚ୍ ଏବଂ ଏଭରେଷ୍ଟର ମସଲାରେ କ୍ଷତିକାରକ କୀଟନାଶକ ମିଳିବା ଅଭିଯୋଗ ପରେ ନେପାଳ ଏହି ପଦକ୍ଷେପ ନେଇଛି। ଏହାର ବ୍ୟବହାର, ବିକ୍ରୟ ଏବଂ ଆମଦାନୀ ଉପରେ କଟକଣା ଲଗାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନେପାଳର ଖାଦ୍ୟ ଏବଂ ଗୁଣବତ୍ତା ନିୟନ୍ତ୍ରଣ ବିଭାଗ ଦୁଇଟି ଭାରତୀୟ ବ୍ରାଣ୍ଡର ମସଲା ଗୁଣ୍ଡରେ କର୍କଟ ରୋଗ ସୃଷ୍ଟିକାରୀ କୀଟନାଶକ ଇଥିଲିନ ଅକ୍ସାଇଡ ମିଳିବା ଅଭିଯୋଗ ପରେ ଏନେଇ ପରୀକ୍ଷା ଆରମ୍ଭ କରିଛି।
ଚୂଡ଼ାନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଏହି ଦୁଇ ଭାରତୀୟ ବ୍ରାଣ୍ଡର ମସଲା ଉପରେ କଟକଣା ବଳବତ୍ତର ରହିବ।

ବ୍ରିଟେନ ଓ ନ୍ୟୁଜିଲ୍ୟାଣ୍ଡ ସହ ଆଉ କିଛି ଦେଶରେ ମଧ୍ୟ ଏମଡିଏଚ୍ ଏବଂ ଏଭରେଷ୍ଟର ମସଲାର ମାନ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।‌

କେବଳ ବିଦେଶରେ ନୁହଁ, ଭାରତରେ ମଧ୍ୟ ଉଭୟ କମ୍ପାନୀ ତଦନ୍ତ ପରିସରକୁ ଆସିଛନ୍ତି। ଭାରତୀୟ ଖାଦ୍ୟ ନିରାପତ୍ତା ନିୟାମକ (ଏଫ୍ଏସ୍ଏସ୍ଏଆଇ) ବିଭିନ୍ନ ମସଲାର ଯାଞ୍ଚ ବ୍ୟାପକ କରିଛି | ଏଫ୍ଏସ୍ଏସ୍ଏଆଇ ଦେଶରେ ୧,୫୦୦ରୁ ଅଧିକ ମସଲାର ନମୁନା ସଂଗ୍ରହ କରି ଯାଞ୍ଚ କରୁଛି। ସରକାର କହିଛନ୍ତି ଯେ ଯଦି ଏହି ସମସ୍ତ ନମୁନା ଯାଞ୍ଚରେ ପାସ୍ ନ ହୁଅନ୍ତି ତେବେ ସମ୍ପୃକ୍ତ କମ୍ପାନୀର ଉତ୍ପାଦର ଲାଇସେନ୍ସ ରଦ୍ଦ କରାଯିବ ।

#Odia#Odisha#News
Share Article:

Related Articles