News Room Odisha
BREAKING
Odia

ପ୍ରଥମ ଦେଶ ଭାବେ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲ୍ୟାଣ୍ଡ

ଓ୍ବେଲିଂଟନ: ଟି-୨୦ ବିଶ୍ୱକପ ପାଇଁ ନ୍ୟୁଜିଲ୍ୟାଣ୍ଡ ନିଜ ଦଳ ଘୋଷଣା କରିଛି। କେନ୍ ୱିଲିୟମସନଙ୍କ ନେତୃତ୍ୱରେ କିୱି ଟିମ୍ ଟି-୨୦ ବିଶ୍ୱକପକୁ ଓହ୍ଲାଇବ । ୱିଲିୟମସନଙ୍କ ଏହା ଷଷ୍ଠ ଟି-୨୦ ବିଶ୍ବକପ୍ ହେବ । ଅଧିନାୟକ ଭାବେ ଏହା ତାଙ୍କ ଚତୁର୍ଥ ଟି-୨୦ ବିଶ୍ୱକପ। ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଦେଶ ଭାବେ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କରିଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଥିବା ସମସ୍ତ ଦେଶଙ୍କୁ ମେ ୧ ସୁଦ୍ଧା ନିଜ ଟିମ୍ ଘୋଷଣା [...]

Admin•April 29, 2024
Share Article:

ଓ୍ବେଲିଂଟନ: ଟି-୨୦ ବିଶ୍ୱକପ ପାଇଁ ନ୍ୟୁଜିଲ୍ୟାଣ୍ଡ ନିଜ ଦଳ ଘୋଷଣା କରିଛି। କେନ୍ ୱିଲିୟମସନଙ୍କ ନେତୃତ୍ୱରେ କିୱି ଟିମ୍ ଟି-୨୦ ବିଶ୍ୱକପକୁ ଓହ୍ଲାଇବ । ୱିଲିୟମସନଙ୍କ ଏହା ଷଷ୍ଠ ଟି-୨୦ ବିଶ୍ବକପ୍ ହେବ । ଅଧିନାୟକ ଭାବେ ଏହା ତାଙ୍କ ଚତୁର୍ଥ ଟି-୨୦ ବିଶ୍ୱକପ। ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଦେଶ ଭାବେ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କରିଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଥିବା ସମସ୍ତ ଦେଶଙ୍କୁ ମେ ୧ ସୁଦ୍ଧା ନିଜ ଟିମ୍ ଘୋଷଣା କରିବାକୁ ପଡ଼ିବ। ନ୍ୟୁଜିଲ୍ୟାଣ୍ଡର ବିଶ୍ୱକପ୍ ଟି-୨୦ ଦଳରେ ଗ୍ଲେନ୍ ଫିଲିପ୍ସଙ୍କୁ ସ୍ଥାନ ମିଳିଛି। ଅଭିଜ୍ଞ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କ ବ୍ୟତୀତ ଡେଭନ୍ କନୱେ, ଲକି ଫର୍ଗୁସନ୍ ଏବଂ ମ୍ୟାଟ୍ ହେନେରୀ ନ୍ୟୁଜିଲ୍ୟାଣ୍ଡ ଟିମରେ ସାମିଲ ହୋଇଛନ୍ତି।

ଜୁନ୍ ୨ରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପକୁ ଏଥର ଆମେରିକା ଏବଂ ୱେଷ୍ଟଇଣ୍ଡିଜ୍ ମିଳିତ ଭାବେ ଆୟୋଜନ କରୁଛନ୍ତି । ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡର ଏହାର ପ୍ରଥମ ମ୍ୟାଚ୍ ଜୁନ୍ ୭ରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବ।

ଟି-୨୦ ବିଶ୍ୱକପ ପାଇଁ ନ୍ୟୁଜିଲ୍ୟାଣ୍ଡ ଦଳ

କେନ୍ ୱିଲିୟମ୍ସନ୍ (ଅଧିନାୟକ), ଫିନ୍ ଆଲେନ୍, ଟ୍ରେଣ୍ଟ ବୋଲ୍ଟ, ମାଇକେଲ୍ ବ୍ରେସୱେଲ, ମାର୍କ ଚାପମ୍ୟାନ୍, ଡେଭନ୍ କନୱେ, ଲକି ଫର୍ଗୁସନ୍, ମ୍ୟାଟ ହେନେରୀ, ଡାରିଲ ମିଚେଲ, ଜିମି ନିଶାମ, ଗ୍ଲେନ ଫିଲିପ୍ସ, ରାଚିନ ରବିନ୍ଦ୍ର, ମିଚେଲ ସାଣ୍ଟନର୍, ଇଶ ସୋଧି, ଟିମ୍ ସାଉଦି। ରିଜର୍ଭ: ବେନ୍ ସିଆର୍ସ |

#Odia#Odisha#News
Share Article:

Related Articles