News Room Odisha
BREAKING
Odia

ରବିବାର ଇସ୍ତଫା ଦେଇପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ବିଜେପି ସମର୍ଥନରେ ନୂଆ ସରକାର ଗଢ଼ିବା ସମ୍ଭାବନା

ପାଟନା / ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାର ରବିବାର ସକାଳେ ଇସ୍ତଫା ଦେଇପାରନ୍ତି। ନୀତିଶଙ୍କ ନିକଟତମ ସୂତ୍ରରୁ ଏହି ସୂଚନା ମିଳିଛି। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସହ ମିଶି ୧୮ ମାସର ଶାସନ ପରେ ‘ପଲଟୁ ରାମ’ ନୀତିଶ ପୁଣି ପଟ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଜେଡିୟୁ ସଭାପତି ପୁଣି ବିଜେପି ସହ ହାତ ମିଳାଇ ବିହାରରେ ସରକାର ଗଢ଼ିବା ସମ୍ଭାବନା ରହିଛି । ଇସ୍ତଫା ଦେବା ପୂର୍ବରୁ ନୀତିଶ [...]

Admin•January 27, 2024
Share Article:

ପାଟନା / ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାର ରବିବାର ସକାଳେ ଇସ୍ତଫା ଦେଇପାରନ୍ତି। ନୀତିଶଙ୍କ ନିକଟତମ ସୂତ୍ରରୁ ଏହି ସୂଚନା ମିଳିଛି। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସହ ମିଶି ୧୮ ମାସର ଶାସନ ପରେ ‘ପଲଟୁ ରାମ’ ନୀତିଶ ପୁଣି ପଟ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଜେଡିୟୁ ସଭାପତି ପୁଣି ବିଜେପି ସହ ହାତ ମିଳାଇ ବିହାରରେ ସରକାର ଗଢ଼ିବା ସମ୍ଭାବନା ରହିଛି ।

ଇସ୍ତଫା ଦେବା ପୂର୍ବରୁ ନୀତିଶ ଜେଡିୟୁ ବିଧାୟକ ଦଳର ପାରମ୍ପରିକ ବୈଠକ କରିବେ ବୋଲି ସୂତ୍ରରୁ ପ୍ରକାଶ।ରାଜନୈତିକ ଗତିବିଧି ଦୃଷ୍ଟିରୁ ରବିବାର ସଚିବାଳୟ ପରି ସରକାରୀ କାର୍ଯ୍ୟାଳୟ ଦିନ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ବିଜେପି ସମର୍ଥନରେ ନୀତିଶ କୁମାର ନୂଆ ସରକାର ଗଠନ କରିବା ଏକପ୍ରକାର ସ୍ପଷ୍ଟ ହୋଇଛି ।

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶନିବାର ସକାଳେ ସହରର ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ପରିସରରେ ଅନେକ ନୂଆ ଅଗ୍ନିଶମ ଗାଡ଼ିର ଉଦଘାଟନ କରିଥିଲେ । ଏହା ପରେ ସେ ଏକ ପ୍ରସିଦ୍ଧ ମନ୍ଦିରର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଉଦଘାଟନ ପାଇଁ ବକ୍ସର ଗସ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ପର୍ଯ୍ୟଟନ ବିଭାଗର ଥିଲା । ଏହି ବିଭାଗ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ପାଖରେ ଅଛି । କିନ୍ତୁ ତେଜସ୍ୱୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ନଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଯୋଗ ଦେଇଥିଲେ।

ବିହାରରେ ଚାଲିଥିବା ରାଜନୈତିକ ଅସ୍ଥିରତା ଉପରେ ଚୌବେ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଥିଲେ।

ଅନ୍ୟପକ୍ଷରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟରୁ ନୀତିଶ କୁମାରଙ୍କ ଜେଡିୟୁ ଅଲଗା ହେବା ସମ୍ଭାବନା ପାଇଁ ବିହାର ବିଜେପି ପ୍ରଭାରୀ ବିନୋଦ ତାୱଡେ କଂଗ୍ରେସକୁ ଦାୟୀ କରିଛନ୍ତି।

ସେପଟେ ବରିଷ୍ଠ ଜେଡିୟୁ ନେତା ତଥା ମୁଖପାତ୍ର କେସି ତ୍ୟାଗୀ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସ୍ପଷ୍ଟ କରିଛନ୍ତି ଯେ ବିହାରର ମହାଗଠବନ୍ଧନ ସରକାର ଭାଙ୍ଗିବା ଦ୍ୱାରଦେଶରେ ପହଞ୍ଚିଛି । ଏଥିପାଇଁ ସେ ମଧ୍ୟ କଂଗ୍ରେସକୁ ଦାୟୀ କରିଛନ୍ତିି । କଂଗ୍ରେସର ଏକ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବାରମ୍ବାର ଅପମାନିତ କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ନୀତିଶ କୁମାର ପାଟନାକୁ ଫେରିବା ପରେ ଜେଡିୟୁ ନେତାମାନେ ତାଙ୍କ ସରକାରୀ ବାସଭବନରେ ପହଞ୍ଚିବା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ପଦରୁ ନୀତିଶଙ୍କ ଇସ୍ତଫା ସହ ବିଜେପି ସମର୍ଥନରେ ଏକ ନୂଆ ସରକାର ଗଠନ ପାଇଁ ଜେଡିୟୁ ଦାବି କରିବା ସମ୍ଭାବନା ରହିଛି ।

#Odia#Odisha#News
Share Article:

Related Articles