News Room Odisha
BREAKING
Odia

ବିହାରରେ ଏନଡିଏ ସରକାର ଗଠନ ପରେ ଆରଜେଡି ବିରୋଧରେ ଆକ୍ସନ, ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ନୋଟିସ୍

ପାଟନା: ନାଟକୀୟ ଢଙ୍ଗରେ ପଟ ପରିବର୍ତ୍ତନ ପରେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ରବିବାର ନବମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟରେ ନୂଆ ସରକାର ଗଠନ କରିବା ପରେ ଏନଡିଏ ବର୍ତ୍ତମାନ ଆରଜେଡି ବିରୋଧରେ ପ୍ରଥମ ଆକ୍ସନ ନେଇଛି । ବିଧାନସଭା ବାଚସ୍ପତି ଅବଧ ବିହାରୀ ଚୌଧୁରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ୍ ଦେଇଛି ଏନଡିଏ । ଯଦି ଆରଜେଡି ନେତା ଅବଧ ବିହାରୀ ଚୌଧୁରୀ ବାଚସ୍ପତି ପଦରୁ ଇସ୍ତଫା ନ [...]

Admin•January 29, 2024
Share Article:

ପାଟନା: ନାଟକୀୟ ଢଙ୍ଗରେ ପଟ ପରିବର୍ତ୍ତନ ପରେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ରବିବାର ନବମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟରେ ନୂଆ ସରକାର ଗଠନ କରିବା ପରେ ଏନଡିଏ ବର୍ତ୍ତମାନ ଆରଜେଡି ବିରୋଧରେ ପ୍ରଥମ ଆକ୍ସନ ନେଇଛି । ବିଧାନସଭା ବାଚସ୍ପତି ଅବଧ ବିହାରୀ ଚୌଧୁରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ୍ ଦେଇଛି ଏନଡିଏ ।

ଯଦି ଆରଜେଡି ନେତା ଅବଧ ବିହାରୀ ଚୌଧୁରୀ ବାଚସ୍ପତି ପଦରୁ ଇସ୍ତଫା ନ ଦିଅନ୍ତି, ତେବେ ତାଙ୍କୁ ବହୁମତ ସାବ୍ୟସ୍ତ କରି ହଟାଇ ଦିଆଯିବ। ଏକ ମିଡ଼ିଆ ରିପୋର୍ଟ ଅନୁଯାୟୀ, ବିଜେପିର ନନ୍ଦକିଶୋର ଯାଦବ ବିଧାନସଭା ସଚିବଙ୍କୁ ବିଧାନସଭା ବାଚସ୍ପତିଙ୍କୁ ହଟାଇବା ପାଇଁ ଅନାସ୍ଥା ନୋଟିସ୍ ଦେଇଛନ୍ତି। ବାଚସ୍ପତିଙ୍କ ବିରୋଧରେ ନୋଟିସ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବିଜେପିର ତାରକିଶୋର ପ୍ରସାଦ, ଜେଡିଏର ବିନୟ କୁମାର ଚୌଧୁରୀ, ରତ୍ନେଶ ସାଦା ଏବଂ ଅନ୍ୟ ବିଧାୟକଙ୍କ ଦସ୍ତଖତ ରହିଛି।

ସୂଚନାଯୋଗ୍ୟ ଯେ, ବିହାର ବିଧାନସଭାରେ ଏନଡିଏ ମେଣ୍ଟର ୧୨୮ ଜଣ ବିଧାୟକ ଥିବାବେଳେ ବିରୋଧୀ ମହାମେଣ୍ଟର ୧୧୪ ଜଣ ବିଧାୟକ ଅଛନ୍ତି। ଏଭଳି ସ୍ଥିତିରେ ଯଦି ବାଚସ୍ପତି ଅବଧ ବିହାରୀ ଚୌଧୁରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାରିତ ହୁଏ, ତେବେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିବ।

#Odia#Odisha#News
Share Article:

Related Articles