News Room Odisha
BREAKING
Odisha

କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକର ୨୪ ଦିବ୍ୟାଙ୍ଗଙ୍କୁ ୩ ଚକିଆ ମୋଟର ଯାନ ବିତରଣ

ଫୁଲବାଣୀ – ଦିବ୍ୟାଙ୍ଗଙ୍କୁ ସହାୟତା। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗଙ୍କ ପାଇଁ ଥିବା ପ୍ରତିବଦ୍ଧତାର ପ୍ରତିଫଳନ ହୋଇଛି ଫୁଲବାଣୀରେ। କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକର ୨୪ ଜଣ ଦିବ୍ୟାଙ୍ଗଙ୍କୁ ଭାରତୀୟ କଣ୍ଟେନର ନିଗମ ଲିମିଟେଡ଼ ଓ ଜିଲ୍ଲା ପ୍ରଶାସନର ଆର୍ଥିକ ସହଯୋଗରେ ୩ ଚକିଆ ମୋଟର ଯାନ ବିତରଣ କରାଯାଇଛି। ପୂର୍ବରୁ ଚିହ୍ନଟ କରାଯାଇଥିବା ଦିବ୍ୟାଙ୍ଗ ମହିଳା ଓ ପୁରୁଷଙ୍କୁ ଫୁଲବାଣୀ ବିଜୁ କଲ୍ୟାଣ ମଣ୍ଡପଠାରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଓ ସାଂସଦ [...]

Admin•July 23, 2023
Share Article:
କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକର ୨୪ ଦିବ୍ୟାଙ୍ଗଙ୍କୁ ୩ ଚକିଆ ମୋଟର ଯାନ ବିତରଣ

ଫୁଲବାଣୀ – ଦିବ୍ୟାଙ୍ଗଙ୍କୁ ସହାୟତା। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗଙ୍କ ପାଇଁ ଥିବା ପ୍ରତିବଦ୍ଧତାର ପ୍ରତିଫଳନ ହୋଇଛି ଫୁଲବାଣୀରେ। କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକର ୨୪ ଜଣ ଦିବ୍ୟାଙ୍ଗଙ୍କୁ ଭାରତୀୟ କଣ୍ଟେନର ନିଗମ ଲିମିଟେଡ଼ ଓ ଜିଲ୍ଲା ପ୍ରଶାସନର ଆର୍ଥିକ ସହଯୋଗରେ ୩ ଚକିଆ ମୋଟର ଯାନ ବିତରଣ କରାଯାଇଛି। ପୂର୍ବରୁ ଚିହ୍ନଟ କରାଯାଇଥିବା ଦିବ୍ୟାଙ୍ଗ ମହିଳା ଓ ପୁରୁଷଙ୍କୁ ଫୁଲବାଣୀ ବିଜୁ କଲ୍ୟାଣ ମଣ୍ଡପଠାରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଓ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ୩ ଚକିଆ ଯାନ ବିତରଣ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଲ୍ଲିକ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ବିଜୟ ନାୟକ, କନ୍ଧମାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସାଧବାଣୀ ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠୀ, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜିତ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଥିଲେ।

#Odisha#Odia
Share Article:

Related Articles

Newsroom•Sep 22, 2026
Odisha Govt Transfers 4 IPS Officers