News Room Odisha
BREAKING
Odia

ପୁରୀ ରଥଯାତ୍ରାରେ ପୁଣି ଅଘଟଣ, ଦଳାଚକଟାରେ ୩ ମୃତ, ବହୁ ଆହତ

ପୁରୀ: ପୁରୀ ରଥଯାତ୍ରାରେ ପୁଣି ଅଘଟଣ। ବିଳମ୍ବିତ ରାତିରେ ରଥ ସମ୍ମୁଖରେ ଦଳାଚକଟା ଯୋଗୁଁ ୩ ଭକ୍ତଙ୍କ ମୃତ୍ଯୁ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ମିଳିଛି। ଦ୍ବିତୀୟାରେ ଜାଣିଶୁଣି ନନ୍ଦିଘୋଷ ରଥ ଟଣା ଯାଇନଥିବା ବେଳେ ଭିଡକୁ ବି ନିୟନ୍ତ୍ରଣ କରିବାରେ ପ୍ରଶାସନ ବିଫଳ ହୋଇଥିଲା। ତେବେ, ଗତକାଲି ବିଳମ୍ବିତ ରାତିରେ ବି ଅସମ୍ଭାଳ ଭିଡ ଥିବା ବେଳେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାର ଅଭାବରୁ ଦଳାଚକଟା ଆରମ୍ଭ ହୋଇଯାଇଥିଲା। ଏଥିରେ ୩ ଭକ୍ତ [...]

Admin•June 29, 2025
Share Article:
ପୁରୀ ରଥଯାତ୍ରାରେ ପୁଣି ଅଘଟଣ, ଦଳାଚକଟାରେ ୩ ମୃତ, ବହୁ ଆହତ

ପୁରୀ: ପୁରୀ ରଥଯାତ୍ରାରେ ପୁଣି ଅଘଟଣ। ବିଳମ୍ବିତ ରାତିରେ ରଥ ସମ୍ମୁଖରେ ଦଳାଚକଟା ଯୋଗୁଁ ୩ ଭକ୍ତଙ୍କ ମୃତ୍ଯୁ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ମିଳିଛି। ଦ୍ବିତୀୟାରେ ଜାଣିଶୁଣି ନନ୍ଦିଘୋଷ ରଥ ଟଣା ଯାଇନଥିବା ବେଳେ ଭିଡକୁ ବି ନିୟନ୍ତ୍ରଣ କରିବାରେ ପ୍ରଶାସନ ବିଫଳ ହୋଇଥିଲା। ତେବେ, ଗତକାଲି ବିଳମ୍ବିତ ରାତିରେ ବି ଅସମ୍ଭାଳ ଭିଡ ଥିବା ବେଳେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାର ଅଭାବରୁ ଦଳାଚକଟା ଆରମ୍ଭ ହୋଇଯାଇଥିଲା। ଏଥିରେ ୩ ଭକ୍ତ ମୃତ୍ୟୁବରଣ କରିଥିବା ବେଳେ ୧୦ ରୁ ଅଧିକ ଭକ୍ତ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଚଳିତବର୍ଷ ରଥ ଆରମ୍ଭରୁ ହୋଇଥିବା ବିଭ୍ରାଟ ଗତକାଲି ବିଳମ୍ବିତ ରାତିରେ ସୀମା ଟପିଛି। ଉପଯୁକ୍ତ ପରିଚାଳନାର ଅଭାବରୁ ପ୍ରଶାସନ ଭିଡ ନିୟନ୍ତ୍ରଣରେ ସଂପୂର୍ଣ୍ଣ ବିଫଳ ହୋଇଛି। ଦ୍ବିତୀୟାରେ ଠିକ ସମୟରେ ନୀତି ନିର୍ଘଣ୍ଟ ସରିବା ସତ୍ତ୍ବେ ନନ୍ଦିଘୋଷ ରଥଟଣା ନ ହେବାରୁ ଏହା ଭକ୍ତଙ୍କ ମନରେ ଗଭୀର ଆଘାତ ଦେଇଥିଲା। ସେପଟେ ଉକ୍ତଦିନ ମଧ୍ଯ ଦଳାଚକଟାରେ ୫ ଶହରୁ ଉର୍ଦ୍ଧ୍ବ ଭକ୍ତ ଆହତ ହୋଇଥିବା ଦେଖିବାକୁ ମିଳିଥିଲା।

#Odia#Odisha#News
Share Article:

Related Articles