ଗୀତା ଉପଦେଶ- ଭଗବାନଙ୍କ ଅନୁକମ୍ପା ଦୁଇ ପ୍ରକାରର ପ୍ରଥମଟି ଦିବ୍ୟ ଅନୁକମ୍ପା ଅନ୍ୟଟି ଭୌତିକ ଅନୁକମ୍ପା
ସଞ୍ଜୟ ଧୃତରାଷ୍ଟ୍ରଙ୍କୁ ଅର୍ଜୁନଙ୍କ ବିଷାଦଗସ୍ତ ମନକୁ ବୁଝାଇବାକୁ ଯାଇ କୃପା ବା ଅନୁକମ୍ପା ବିଷୟରେ କହୁଛନ୍ତି ;- ତଂ ତଥା କୃପୟାବିଷ୍ଟମଶ୍ରୁପୂର୍ଣ୍ଣାକୁଳେକ୍ଷଣମ୍। ବିଷୀଦନ୍ତମିଦଂ ବାକ୍ୟମୁବାଚ ମଧୁସୂଦନଃ। ଅର୍ଥ ସଞ୍ଜୟ କହିଲେ, ଅର୍ଜୁନଙ୍କ ମନୋଭାବକୁ ବର୍ଣ୍ଣନା କରିବାକୁ ଯାଇ, ସଞ୍ଜୟ କୃପା ଅର୍ଥାତ୍ କରୁଣା ବା ଅନୁକମ୍ପା ଶବ୍ଦ ପ୍ରୟୋଗ କରିଛନ୍ତି । ଏହି ଅନୁକମ୍ପା ଦୁଇ ପ୍ରକାର ଅଟେ । ପ୍ରଥମଟି ଦିବ୍ୟ ଅନୁକମ୍ପା, ଯାହା ଈଶ୍ୱର ଏବଂ ସନ୍ଥମାନେ ଭଗବାନଙ୍କ ଠାରୁ ବିମୁଖ ହୋଇ କଷ୍ଟ [...]
ସଞ୍ଜୟ ଧୃତରାଷ୍ଟ୍ରଙ୍କୁ ଅର୍ଜୁନଙ୍କ ବିଷାଦଗସ୍ତ ମନକୁ ବୁଝାଇବାକୁ ଯାଇ କୃପା ବା ଅନୁକମ୍ପା ବିଷୟରେ କହୁଛନ୍ତି ;-
ତଂ ତଥା କୃପୟାବିଷ୍ଟମଶ୍ରୁପୂର୍ଣ୍ଣାକୁଳେକ୍ଷଣମ୍। ବିଷୀଦନ୍ତମିଦଂ ବାକ୍ୟମୁବାଚ ମଧୁସୂଦନଃ।
ଅର୍ଥ ସଞ୍ଜୟ କହିଲେ, ଅର୍ଜୁନଙ୍କ ମନୋଭାବକୁ ବର୍ଣ୍ଣନା କରିବାକୁ ଯାଇ, ସଞ୍ଜୟ କୃପା ଅର୍ଥାତ୍ କରୁଣା ବା ଅନୁକମ୍ପା ଶବ୍ଦ ପ୍ରୟୋଗ କରିଛନ୍ତି । ଏହି ଅନୁକମ୍ପା ଦୁଇ ପ୍ରକାର ଅଟେ । ପ୍ରଥମଟି ଦିବ୍ୟ ଅନୁକମ୍ପା, ଯାହା ଈଶ୍ୱର ଏବଂ ସନ୍ଥମାନେ ଭଗବାନଙ୍କ ଠାରୁ ବିମୁଖ ହୋଇ କଷ୍ଟ ଭୋଗ କରୁଥିବା ମାୟିକ ଜଗତର ଜୀବମାନଙ୍କ ପ୍ରତି ଅନୁଭବ କରିଥାଆନ୍ତି । ଅନ୍ୟଟି ଭୌତିକ ଅନୁକମ୍ପା, ଯାହା ଆମ୍ଭମାନଙ୍କ ପରି ମାୟିକ ଜୀବ ଅନ୍ୟର କଷ୍ଟ ଦେଖି ଅନୁଭବ କରିଥାଏ । ଭୌତିକ ଅନୁକମ୍ପା ଏକ ମହତ୍ ଭାବନା ଅଟେ, କିନ୍ତୁ ତାହା ଉଚିତ୍ ଦିଗରେ ନିର୍ଦ୍ଦେଶିତ ହୋଇ ନ ଥାଏ । ଏହା ଏପରି ଅଟେ ଯେପରି ଗୋଟିଏ କାର୍ରେ ବସି କୌଣସି ସ୍ଥାନକୁ ଯିବା ସମୟରେ ଆମେ କ୍ଷୁଧାତୁର କାର୍ ଚାଳକ ପ୍ରତି ଦୃଷ୍ଟି ନ ଦେଇ କାର୍ର ଭଲ ମନ୍ଦ ପ୍ରତି ଚିନ୍ତିତ ରହିଥାଉ । ଅର୍ଜୁନ ଏହି ଦ୍ୱିତୀୟ ପ୍ରକାରର ମନୋଭାବ ପୋଷଣ କରୁଛନ୍ତି । ସେ ଯୁଦ୍ଧ ପାଇଁ ଏକତ୍ରିତ ହୋଇଥିବା ତାଙ୍କ ଶତ୍ରୁମାନଙ୍କ ପ୍ରତି ଏହି ଭୌତିକ ଅନୁକମ୍ପାରେ ଗ୍ରସିତ ହୋଇପଡ଼ିଛନ୍ତି । କିନ୍ତୁ ଅର୍ଜୁନ ଯେପରି ଦୁଃଖ ଏବଂ ନିରାଶାରେ ଅଭିଭୂତ ହୋଇ ପଡ଼ିଛନ୍ତି, ବାସ୍ତବରେ ଅନୁକମ୍ପାର ପ୍ରାର୍ଥୀ ସେ ହିଁ ଅଟନ୍ତି । ତେଣୁ ତାଙ୍କର ଅନ୍ୟ ପ୍ରତି ସଦୟ ହେବାର ଭାବନା ଅର୍ଥହୀନ ଅଟେ।
Naveen To Lay Foundation Stone of Bhubaneswar Metro Rail Tomorrow; Mega Road Show And Thanks Giving Planned In Capital
Next Articleଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
