ନୂଆବର୍ଷରେ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା, ନୂଆ ନିୟମ କାର୍ଯ୍ୟକାରୀ
ପୁରୀ – ନୂଆବର୍ଷରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ନୂଆ ବ୍ୟବସ୍ଥା ଓ ନୂଆ ନିୟମ କାର୍ଯ୍ୟକାରୀ ହୋଇଛି। ପ୍ରଥମଥର ପାଇଁ ବଡଦାଣ୍ଡରେ ନିର୍ମିତ ହୋଇଥିବା ଶୀତତାପ ନିୟନ୍ତ୍ରିତ ସେଡ୍ ଦେଇ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବେ । ସେଡ୍ ରବିବାର ରାତିରୁ କାର୍ଯ୍ୟକ୍ଷମ ହୋଇଛି । ମରୀଚିକୋଟ ଛକରୁ ଫ୍ୟାବ୍ରିକ ଷ୍ଟ୍ରକଚରରେ ତିଆରି ହୋଇଥିବା ସେଡ୍ ଦେଇ ଭକ୍ତମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଅଭ୍ୟର୍ଥନା କେନ୍ଦ୍ରରେ ପହଞ୍ଚିବେ । ସେଠାରୁ ସାନଛତା ମଠ ଦେଇ ବଡ଼ ଆଖଡ଼ା ମଠ [...]
ପୁରୀ – ନୂଆବର୍ଷରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ନୂଆ ବ୍ୟବସ୍ଥା ଓ ନୂଆ ନିୟମ କାର୍ଯ୍ୟକାରୀ ହୋଇଛି। ପ୍ରଥମଥର ପାଇଁ ବଡଦାଣ୍ଡରେ ନିର୍ମିତ ହୋଇଥିବା ଶୀତତାପ ନିୟନ୍ତ୍ରିତ ସେଡ୍ ଦେଇ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବେ । ସେଡ୍ ରବିବାର ରାତିରୁ କାର୍ଯ୍ୟକ୍ଷମ ହୋଇଛି । ମରୀଚିକୋଟ ଛକରୁ ଫ୍ୟାବ୍ରିକ ଷ୍ଟ୍ରକଚରରେ ତିଆରି ହୋଇଥିବା ସେଡ୍ ଦେଇ ଭକ୍ତମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଅଭ୍ୟର୍ଥନା କେନ୍ଦ୍ରରେ ପହଞ୍ଚିବେ । ସେଠାରୁ ସାନଛତା ମଠ ଦେଇ ବଡ଼ ଆଖଡ଼ା ମଠ ସମ୍ମୁଖ ପରିକ୍ରମା ମାର୍ଗ ରାସ୍ତାରେ ନୂଆ ଭାବେ ନିର୍ମିତ ବ୍ୟାରିକେଡ଼ ଦେଇ ସିଂହଦ୍ୱାର ବାଟେ ଶ୍ରୀମନ୍ଦିରରେ ପ୍ରବେଶ କରିବେ । ଦର୍ଶନ ପରେ ଉତ୍ତର ଦ୍ଵାରରେ ବାହାରି ଦୋଳବେଦୀ କୋଣ ପଛ ରାସ୍ତା ଦେଇ ଶ୍ରୀକୃଷ୍ଣ ସିନେମା ଗଳି ରାସ୍ତାରେ ବଡ଼ଦାଣ୍ଡକୁ ବାହାରିଯିବେ । ସେହିପରି ଆଜିଠାରୁ ଶ୍ରୀମନ୍ଦିରେ ଶ୍ରଦ୍ଧାଳୁମାନଙ୍କ ପାଇଁ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ନିୟମ ଲାଗୁ ହୋଇଛି। ସମସ୍ତେ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରିବେ । କେହି ଚିରାଫଟା ଜିନ୍ସ, ହାଫ ପ୍ୟାଣ୍ଟ୍ ଓ ଅନାବଶ୍ୟକ ଭାବେ ଦେହ ଦିଶିବା ଭଳି ପୋଷାକ ପିନ୍ଧି ଶ୍ରୀମନ୍ଦିର ଯିବେ ନାହିଁ। ଏହି ନିୟମ ଉଲ୍ଲଂଘନ କଲେ ମନ୍ଦିର ପ୍ରବେଶ କରିପାରିବେ ନାହିଁ ଭକ୍ତ।
ଆଜିଠୁ ଶ୍ରୀମନ୍ଦିରରେ ପାନ, ଗୁଟଖା କଟକଣାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ସେବାୟତ , କର୍ମଚାରୀ ଓ ଭକ୍ତମାନେ କେହି ବି ପାନ ଗୁଟଖା ଖାଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିପାରିବେ ନାହିଁ।
ଆଜିଠୁ ଶ୍ରୀମନ୍ଦିରରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। କେହି ବି ପଲିଥିନ ବ୍ୟାଗରେ ଭୋଗ ଆଣିପାରିବେ ନାହିଁ ।
ରାଜ୍ୟର ପ୍ରଥମ ମେଟ୍ରୋ ରେଳ ପ୍ରକଳ୍ପର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
Next Articleନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
