News Room Odisha
BREAKING
Odia

ମାଲବାହୀ ଟ୍ରକ୍ ସହ ଯାତ୍ରୀବାହୀ ବସର ମୁହାଁମୁହିଁ ଧକ୍କା, ୩ମୃତ, ୪୦ରୁ ଅଧିକ ଆହତ

ସାଲେପୁର – କଟକ- ଚାନ୍ଦବାଲି ରାସ୍ତା କଟରପଡାଠାରେ ଆଜି ଏକ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ଚାନ୍ଦବାଲିରୁ ରାଜକନିକା ଦେଇ କଟକ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ ସହ ଏକ ମାଲବାହୀ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲ। ଘନ କୁହୁଡି କାରଣରୁ ଏହି ଦୁର୍ଘଟଣାରେ ଘଟିଥିବା କୁହାଯାଉଛି। ମନୋରମା ନାମକ ଘରୋଇ ବସ ସକାଳ ୫ଟାରୁ ରାଜକନିକା ଛାଡି କଟକ ଅଭିମୁଖେ ଆସୁଥିଲା। ବାଟରେ ନିଶ୍ଚିନ୍ତକୋଇଲି [...]

Admin•January 2, 2024
Share Article:

ସାଲେପୁର – କଟକ- ଚାନ୍ଦବାଲି ରାସ୍ତା କଟରପଡାଠାରେ ଆଜି ଏକ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି।

ଚାନ୍ଦବାଲିରୁ ରାଜକନିକା ଦେଇ କଟକ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ ସହ ଏକ ମାଲବାହୀ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲ। ଘନ କୁହୁଡି କାରଣରୁ ଏହି ଦୁର୍ଘଟଣାରେ ଘଟିଥିବା କୁହାଯାଉଛି। ମନୋରମା ନାମକ ଘରୋଇ ବସ ସକାଳ ୫ଟାରୁ ରାଜକନିକା ଛାଡି କଟକ ଅଭିମୁଖେ ଆସୁଥିଲା। ବାଟରେ ନିଶ୍ଚିନ୍ତକୋଇଲି କଟରପଡା ଠାରେ ମାଲବାହୀ ଟ୍ରକ ସହ ମୁହାଁମୁହିଁ ହୋଇଥିଲା। ସ୍ଥାନୀୟ ଲୋକ, ପୁଲିସ ଓ ଅଗ୍ନିଶମ ବିଭାଗ ବସ୍‌ରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି।

#Odia#Odisha#News
Share Article:

Related Articles