News Room Odisha
BREAKING
Odia

ଭୁବନେଶ୍ୱର ମହାନିଗମ ସ୍ତରୀୟ ସ୍କୁଲ୍ ଜମିପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ, ୧୦୬ଟି ସ୍କୁଲକୁ ମିଳିଲା ଜମିପଟ୍ଟା

ଭୁବନେଶ୍ୱର- ଭୁବନେଶ୍ୱର ମହାନିଗମ ସ୍ତରୀୟ ବିଦ୍ୟାଳୟ ଜମିପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫୦ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଏବଂ ୫୬ଟି ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ମୋଟ ୧୦୬ଟି ବିଦ୍ୟାଳୟକୁ ଜମିପଟ୍ଟା ପ୍ରଦାନ କରାଯାଇଛି । କ୍ୟାପିଟାଲ ହାଇସ୍କୁଲରେ ଅନୁଷ୍ଠିତ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ଓ ବୈଷୟିକ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ ଯେ [...]

Admin•January 2, 2024
Share Article:

ଭୁବନେଶ୍ୱର- ଭୁବନେଶ୍ୱର ମହାନିଗମ ସ୍ତରୀୟ ବିଦ୍ୟାଳୟ ଜମିପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫୦ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଏବଂ ୫୬ଟି ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ମୋଟ ୧୦୬ଟି ବିଦ୍ୟାଳୟକୁ ଜମିପଟ୍ଟା ପ୍ରଦାନ କରାଯାଇଛି ।

କ୍ୟାପିଟାଲ ହାଇସ୍କୁଲରେ ଅନୁଷ୍ଠିତ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ଓ ବୈଷୟିକ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ ଯେ ବହୁଦିନର ଦାବିକୁ ବିଚାରକୁ ନେଇ ସରକାର ବିଦ୍ୟାଳୟଗୁଡିକୁ ପଟ୍ଟା ପ୍ରଦାନ କରିଛନ୍ତି। ଏହାଦ୍ୱାରା ବିଦ୍ୟାଳୟ ଜମିକୁ ନେଇ ଥିବା ବିବାଦ ସମାଧାନ ହୋଇ ପାରିବା ସହ ଉନ୍ନୟନ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ମନ୍ତ୍ରୀ କହିଥିଲେ । ସେହିଭଳି ବିଏମସି ମେୟର ସୁଲୋଚନା ଦାସ, ଭୁବନେଶ୍ୱର -ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ତଥା ଖୋର୍ଦ୍ଧା ଜିଲ୍ଲା ଆମ ଓଡିଶା ନବୀନ ଓଡିଶା ଉପଦେଷ୍ଟା ଶ୍ରୀମୟୀ ମିଶ୍ର ପ୍ରମୁଖ ଯୋଗ ଦେଇ ସରକାରଙ୍କ ଏହି ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ । ବିଦ୍ୟାଳୟଗୁଡିକର ନିଜସ୍ୱ ପଟ୍ଟା ଦ୍ୱାରା ଆବଶ୍ୟକ ସମ୍ପ୍ରସାରଣ ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ହାସଲ ହୋଇପାରିବ । ତ୍ୱରିତ ସେବା ପ୍ରଦାନରେ ବିଭିନ୍ନ ସଂସ୍ଥା ଗୁଡିକୁ କୌଣସି ସମସ୍ୟା ହେବ ନାହିଁ ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସେମାନଙ୍କ ବିଦ୍ୟାଳୟ ପଟ୍ଟା ଗ୍ରହଣ କରିବା ସହ ଖୁସିବ୍ୟକ୍ତ କରିଥିଲେ ।

ଏହି ଅବସରରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି, ଉପ ଜିଲ୍ଲାପାଳ ଚିନ୍ମୟ ଆଚାର୍ଯ୍ୟ, ଭୁବନେଶ୍ୱର ତହସିଲଦାର ମାନସ କୁମାର ସ୍ୱାଇଁ, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇ ପ୍ରମୁଖ ଯୋଗ ଦେଇଥିଲେ । ଅତିରିକ୍ତ ଶିକ୍ଷାଧିକାରୀ ସ୍ନିଗ୍ଧା ମିଶ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ବ୍ଲକ ଶିକ୍ଷାଧିକାରୀ ପ୍ରଜ୍ଞା ପାରମିତା ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

#Odia#Odisha#News
Share Article:

Related Articles