ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଗାଁ ଗାଁରେ ଉତ୍ସାହ: ଘରକୁ ଘର ବୁଲି ସଂଗ୍ରହ ହେବ ଚାଉଳ ଗୁଆ
ଛତ୍ରପୁର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଚାରିଆଡ଼େ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଦେଶର ଚାରିଧାମରୁ ଅନ୍ୟତମ ପୁରୀ ଶ୍ରୀମନ୍ଦିରର ରୂପାନ୍ତରୀକରଣ ଅନ୍ତର୍ଗତ ମନ୍ଦିର ଓ ଚତୁଃପାର୍ଶ୍ଵର ନବକଳେବର ପ୍ରକ୍ରିୟା ସମସ୍ତ ଭକ୍ତଙ୍କୁ ଆକୃଷ୍ଟ କରୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି.କାର୍ତ୍ତିକ ପାଣ୍ଡିଆନଙ୍କ ଏହି ବହୁ ପ୍ରତିକ୍ଷୀତ ଓ ସ୍ବପ୍ନର ମେଗା ଆଧ୍ୟାତ୍ମିକ ପ୍ରକଳ୍ପ ଆଗାମୀ ଦିନରେ ଓଡ଼ିଶାକୁ ବିଶ୍ବର ଆଧ୍ୟାତ୍ମିକ ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂତନ ପରିଚୟ ପ୍ରଦାନ କରିବ। ଏହି [...]
ଛତ୍ରପୁର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଚାରିଆଡ଼େ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଦେଶର ଚାରିଧାମରୁ ଅନ୍ୟତମ ପୁରୀ ଶ୍ରୀମନ୍ଦିରର ରୂପାନ୍ତରୀକରଣ ଅନ୍ତର୍ଗତ ମନ୍ଦିର ଓ ଚତୁଃପାର୍ଶ୍ଵର ନବକଳେବର ପ୍ରକ୍ରିୟା ସମସ୍ତ ଭକ୍ତଙ୍କୁ ଆକୃଷ୍ଟ କରୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି.କାର୍ତ୍ତିକ ପାଣ୍ଡିଆନଙ୍କ ଏହି ବହୁ ପ୍ରତିକ୍ଷୀତ ଓ ସ୍ବପ୍ନର ମେଗା ଆଧ୍ୟାତ୍ମିକ ପ୍ରକଳ୍ପ ଆଗାମୀ ଦିନରେ ଓଡ଼ିଶାକୁ ବିଶ୍ବର ଆଧ୍ୟାତ୍ମିକ ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂତନ ପରିଚୟ ପ୍ରଦାନ କରିବ। ଏହି ପ୍ରକଳ୍ପ ଲୋକାର୍ପଣ ଦୃଷ୍ଟିରୁ ରାଜ୍ୟର ସବୁ ପଞ୍ଚାୟତରେ ଶ୍ରୀଜଗନ୍ନାଥ ପ୍ରଚାର ରଥ ଘୁରି ବୁଲିବା ସହ ଘରକୁ ଘର ବୁଲି ଶ୍ରଦ୍ଧାଳୁଙ୍କ ଠାରୁ ଚାଉଳ ଓ ଗୁଆ ସଂଗ୍ରହ କରାଯିବ। ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର, ସଂରକ୍ଷଣ ଏବଂ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆଭିମୁଖ୍ୟ ନେଇ ଗାଁ ଗାଁରେ ପ୍ରଚାର କରାଯିବ। ଏ ନେଇ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ପ୍ରସ୍ତୁତି ବୈଠକ ହୋଇଯାଇଛି।

ଲୋକାର୍ପଣକୁ ହାତଗଣତି ଦିନ ରହିଥିବା ବେଳେ ଶୁକ୍ରବାରରୁ ଏଥିପାଇଁ ୩୧୪ଟି ବ୍ଲକର ସବୁ ପଞ୍ଚାୟତରେ ଶ୍ରୀଜଗନ୍ନାଥ ପ୍ରଚାର ରଥ ବୁଲିବ। ଭଜନ କୀର୍ତ୍ତନ ହେବ। ଏ ନେଇ ଆଜି ଛତ୍ରପୁର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ବିଧାୟକ ସୁବାଷ ବେହେରାଙ୍କ ତତ୍ତ୍ଵାବଧାନରେ ହୋଇଥିଲା। କିପରି ଗୁଆ ଚାଉଳ ସଂଗ୍ରହ କରାଯିବ, ତାହାକୁ ପ୍ରଥମେ ପଞ୍ଚାୟତର କୌଣସି ଏକ ମନ୍ଦିରରେ ରଖାଯିବ, ପରେ ବ୍ଲକ୍ ମୁଖ୍ୟାଳୟସ୍ଥିତ କୌଣସି ମନ୍ଦିରରେ ରଖାଯାଇ ଜାନୁଆରି ୧୭ରେ ଏହି ଗୁଆ, ଚାଉଳକୁ ପୁରୀ ନିଆଯିବ ସେ ବାବଦରେ ଆଲୋଚନା କରାଯାଇଥିଲା। ଲୋକାର୍ପଣ ଉତ୍ସବକୁ ଯେପରି ରାଜ୍ୟବାସୀ ଦେଖିପାରିବେ ସେଥିପାଇଁ ପଞ୍ଚାୟତସ୍ତରରେ ଏଲ୍ଇଡି ଟିଭି ଲଗାଯାଇ ସିଧା ପ୍ରସାରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତ୍ୟେକ ଗାଁରୁ ଭକ୍ତ ଯେପରି ଏହି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ୍ ହେବେ ସେଥିପାଇଁ ଜନପ୍ରତିନିଧିମାନଙ୍କୁ ଆଗ୍ରହ କରାଯାଇଥିଲା। ବହୁ ନିର୍ବାଚିତ ଜନ ପ୍ରତିନିଧି ଓ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ।

ସେହିପରି ପୋଲସରା ବ୍ଲକ୍ କାର୍ଯ୍ୟାଳୟରେ ଏ ନେଇ ବ୍ଲକ୍ ଅଧ୍ୟକ୍ଷା କଳ୍ପନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଯାଇଛି। ପ୍ରତି ପଞ୍ଚାୟତରେ ସଂକୀର୍ତ୍ତନ ମଣ୍ଡଳୀ ସହିତ ପରିକ୍ରମା ରଥ ବୁଲିବ। ସେଠାରେ ସମସ୍ତ ଶ୍ରଦ୍ଧାଳୁଙ୍କ ଠାରୁ ଗୁଆ ଓ ଅରୁଆ ଚାଉଳ ସଂଗ୍ରହ କରାଯାଇ ବ୍ଲକ୍ ମୁଖ୍ୟାଳୟକୁ ଅଣାଯାଇ ପୁରୀ ପଠାଯିବ। ବ୍ଲକର ମୋଟ ୨୬ଟି ପଞ୍ଚାୟତକୁ ଏଥିପାଇଁ ସମୁଦାୟ ୫୨ ଲକ୍ଷ ଟଙ୍କା ଅନୁଦାନ ଆସିଛି। ୩/୪ଟି ପଞ୍ଚାୟତକୁ ନେଇ ଏକ ରଥ ପରିକ୍ରମା କରିବ ବୋଲି ଧାର୍ଯ୍ୟ ହୋଇଛି।
ଜାତୀୟ ‘ଚେଞ୍ଜ୍ ମେକର୍’ କର୍ମଶାଳାରେ ଯୋଗଦେବେ ବୁଗୁଡା ବ୍ଲକ୍ ଅଧ୍ୟକ୍ଷାଙ୍କ ସମେତ ଓଡ଼ିଶାରୁ ୧୦ ମହିଳା
Next ArticleOdisha Mining Corporation Awarded Rashtriya Khel Protsahan Puruskar 2023
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
