News Room Odisha
BREAKING
Odia

ଉତ୍ସାହ ଓ ଉଦ୍ଦିପନା ମଧ୍ୟରେ ସମ୍ବଲପୁର ଲୋକମହୋତ୍ସବ ୨୦୨୪ ଉଦ୍‌ଘାଟିତ

ସମ୍ବଲପୁର: ସମ୍ବଲପୁର ଲୋକ ମହୋତ୍ସବର ପ୍ରଥମ ଦିବସର ସନ୍ଧ୍ୟା କାର୍ଯ୍ୟକ୍ରମରେ ଶଙ୍ଖବାଦ୍ୟ ମଧ୍ୟରେ ମ୍ୟୁନିସିପାଲିଟି କମିଶନର ଓ ଅନ୍ୟାନ୍ୟ ଅଧିକାରୀଙ୍କ ଦ୍ୱାରା ମା ସମଲେଈଙ୍କ ପ୍ରତିକୃତିରେ ପୂଜା ପରେ ୫ଟା. ୨୦ମିରେ ଲୁପ୍ତପ୍ରାୟ ବାଦ୍ୟରେ ପାରମ୍ପରିକ ଘୁଡକା ବାଦ୍ୟ ପରିବେଶିତ ହୋଇଥିଲା।ବାଦ୍ୟକାର ଥିଲେ ଚୂଡାମଣି ବାଗ ଓ ପ୍ରୟାଗରାଜ ବେହେରା। ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଦ୍ୱାରା ଫଟୋ,ଚିତ୍ରକଳା ଓ ହସ୍ତକଳା ପ୍ରଦର୍ଶନୀ ଉଦଘାଟିତ ହୋଇଥିଲା।ପ୍ରଥମ ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷା ତଥା ଜିଲ୍ଲାପାଳ ଅନନ୍ୟା [...]

Admin•January 4, 2024
Share Article:

ସମ୍ବଲପୁର: ସମ୍ବଲପୁର ଲୋକ ମହୋତ୍ସବର ପ୍ରଥମ ଦିବସର ସନ୍ଧ୍ୟା କାର୍ଯ୍ୟକ୍ରମରେ ଶଙ୍ଖବାଦ୍ୟ ମଧ୍ୟରେ ମ୍ୟୁନିସିପାଲିଟି କମିଶନର ଓ ଅନ୍ୟାନ୍ୟ ଅଧିକାରୀଙ୍କ ଦ୍ୱାରା ମା ସମଲେଈଙ୍କ ପ୍ରତିକୃତିରେ ପୂଜା ପରେ ୫ଟା. ୨୦ମିରେ ଲୁପ୍ତପ୍ରାୟ ବାଦ୍ୟରେ ପାରମ୍ପରିକ ଘୁଡକା ବାଦ୍ୟ ପରିବେଶିତ ହୋଇଥିଲା।ବାଦ୍ୟକାର ଥିଲେ ଚୂଡାମଣି ବାଗ ଓ ପ୍ରୟାଗରାଜ ବେହେରା। ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଦ୍ୱାରା ଫଟୋ,ଚିତ୍ରକଳା ଓ ହସ୍ତକଳା ପ୍ରଦର୍ଶନୀ ଉଦଘାଟିତ ହୋଇଥିଲା।ପ୍ରଥମ ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷା ତଥା ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସହ ସଂଯୋଜକ ଭୋଲା ଶଙ୍କର ମହତ୍ତମ,ସହ ସଂଯୋଜକ ଅନୁପ ତରିଆ ତଥା ଅତିଥି ଭାବରେ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର,ହସ୍ତତନ୍ତ ବୟନକଳା ମନ୍ତ୍ରୀ ରୀତା ସାହୁ,ବିଧାୟକ ତଥା ,ଜିଲ୍ଲା ପରିଷଦ ଅଧ୍ଯକ୍ଷା କୁମୋଦିନୀ ନାଏକ ଓ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ମଞ୍ଚରେ ଉପସ୍ଥିତ ଥିଲେ।ଅତିଥିମାନଙ୍କ ଦ୍ବାରା ଦୀପ ପ୍ରଜ୍ଜ୍ୱଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ସଭାରେ ସମ୍ବଲପୁର ଲୋକମହୋତ୍ସବକୁ ପର୍ଯ୍ୟଟନ କ୍ୟାଲେଣ୍ଡରରେ ସ୍ଥାନିତ କରିବାକୁ ଦାବି ହୋଇଥିଲା। ଅତିଥି ଶ୍ରୀ ଗୌନ୍ତିଆ ତାଙ୍କ ବକ୍ତବ୍ୟରେ ଏହି ମହୋତ୍ସବ ବର୍ଷକୁ ବର୍ଷ କଳେବର ବୃଦ୍ଧି କରୁଛି ବୋଲି କହି ଶୁଭକାମନା ଜଣାଇଥିଲେ। କୁମୋଦିନୀ ନାଏକ କହିଥିଲେ,ସମ୍ବଲପୁର ଜିଲ୍ଲାରେ ଏକ ସାଂସ୍କୃତିକ ଜାଗରଣ ଆରମ୍ଭ ହୋଇଯାଇଛି ଆମକୁ ଆମ ପରମ୍ପରା ଓ ସଂସ୍କୃତିକୁ ବଂଚାଇ ରଖବାକୁ ହେବ। ରୀତା ସାହୁ କହିଥିଲେ ଯେ,ଲୋକକଳାକୁ ପୁଷ୍ଟ କରିବା ନିମନ୍ତେ ଏଭଳି ମହୋତ୍ସବର ଆବଶ୍ଯକତା ନିଶ୍ଚିତ ଭାବରେ ରହିଛି। ମୁଖ୍ୟ ଅତିଥି ଶ୍ରୀ ପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଏଭଳି ଉତ୍ସବ ଆମ ସଂସ୍କୃତିର ପରିଚାୟକ,ଯେଉଁ ଜାତି ଯେଉଁ ରାଷ୍ଟ୍ର ନିଜ ସଂସ୍କୃତିକୁ ଯେତେ ବେଶି ଉପରକୁ ନେଇଥାଏ ସେ ଜାତି ସେ ରାଷ୍ଟ୍ରର ବିକାଶ ସେତେ ବେଶୀ ହୋଇଥାଏ। ସମ୍ବଲପୁର ବାସୀ ଅତ୍ୟନ୍ତ ସ୍ୱାଭିମାନୀ ଏବଂ ନିଜ ସଂସ୍କୃତିକୁ ନେଇ ସମ୍ବଲପୁର ବାସୀ ସମସ୍ତଙ୍କୁ ନିଜର କରିଦେବାର କ୍ଷମତା ରଖନ୍ତି। ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ କହିଥିଲେ ଏହି ଲୋକମହୋତ୍ସବ ଓ ଏହି ଅଂଚଳର ଲୋକନୃତ୍ଯର ଯେଉଁ ବୈଶିଷ୍ଟ୍ୟ ଅଛି ତାହା ବିଶ୍ୱସ୍ତରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏଣୁ ଏହା ଆମର ଗର୍ବ ଅଟେ। ଏହି ଅବସରରେ ଚଳିତ ବର୍ଷର ଲୋକମହୋତ୍ସବ ସ୍ମରଣିକା ଅତିଥିମାନଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା ଏତଦ୍‌ବ୍ୟତିତ ନାଟ୍ୟକର୍ମୀ ଉମେଶ ପ୍ରସାଦ ରଥ ଓ ନୃତ୍ୟଶିଳ୍ପୀ ଦୀପାଳି ଚୌଧୁରୀଙ୍କୁ ସଂସ୍କୃତି କ୍ଷେତ୍ରରେ ତାଙ୍କ ଅବଦାନ ସକାଶେ ସମ୍ବର୍ଦ୍ଧିତ କରାଯାଇଥିଲା। ଲୋକଗୀତ କାର୍ଯ୍ୟକ୍ରମରେ ବିନାୟକ ସାହୁ ‘ମାଳେଶ୍ରୀ’ ,ଅନାମିକା ଆଚାର୍ଯ୍ୟ ‘ମାଏଲାଜଡ’,ତୁଲାରାମ କଲେତ ନଚନିଆ ଶୈଳୀର କୃଷ୍ଣ ଭଜନ ଓ ସାଇସ୍ମିତା ନାୟକ ସଂଚାର ଶୈଳୀର ସମ୍ବଲପୁରୀ ଲୋକଗୀତ ପରିବେଷଣ କରିଥିଲେ। ଆବାହକ ମାନସ ରଞ୍ଜନ ମିଶ୍ରଙ୍କ ସମେତ ସତ୍ୟ ରଂଜନ ସାହୁ,ମୀମାଂସା ରଥ,ଦୁର୍ଗାଦଶୀ ନାଥଶର୍ମା,ଅମୃତ ସାଗର ପଣ୍ଡା,ନିଶାନ୍ତ ତ୍ରିପାଠୀ,ଛନ୍ଦାମୟୀ ମିଶ୍ର,ସ୍ୱାଗତିକା ପଣ୍ଡା ଓ ସୁଶ୍ରୀ ପାଣିଗ୍ରାହୀ ଉଦ୍‌ଘୋଷଣା ଦାୟିତ୍ତ୍ୱରେ ଥିଲେ।ସମ୍ବଲପୁରୀ,ହିନ୍ଦୀ ଓ ଇଂରାଜୀ ଭାଷାରେ ଉଦ୍‌ଘୋଷଣା କରାଯାଇଥିଲା।ଲୋକନୃତ୍ୟ କାର୍ଯ୍ୟକ୍ରମରେ ସମ୍ବଲପୁର ଟ୍ରାଇବେଲ ଏଣ୍ଡ ଫୋକ୍‌ ଆର୍ଟ ସେଣ୍ଟର ଦଣ୍ଡ ନୃତ୍ଯ ,ଉତ୍ତରାଖଣ୍ଡର ଲୋକନୃତ୍ୟ ଦଳ ଗଡୱାଲି,କୁଚିଣ୍ଡାର ଲୋକନୃତ୍ୟ ଦଳ ରସରକେଲୀ, ରାଜସ୍ଥାନର ଲୋକନୃତ୍ଯଦଳ ଚକ୍ରି, ଅନ୍ତରାଷ୍ଟ୍ରୀୟ ଦଳ ଥାଇଲାଣ୍ଡର ଦଳ ଲାନା ମୁଙ୍ଗା ଥିପି ନୃତ୍ଯ, ମଧ୍ୟପ୍ରଦେଶ ମୟୁର ନାଚ,କୋରାପୁଟର ରିଂଜୋଡି ନାଚ,ଗୁଜରାଟର ଡାଙ୍ଗୀ,ହରିୟାଣା ଘୁମର,ପଞାବର ଗିଦ୍ଧା,ଭାରତୀ କଳାବିକାଶ କେନ୍ଦ୍ର,ବୁର୍ଲାର ଚୁଟକୁଚୁଟା ଓ ସୋନପୁରରୁ ଆସିଥିବା ଲୋକନୃତ୍ୟ ଦଳ ପରଭା ନାଚ ପ୍ରଦର୍ଶନ କରିଥିଲେ।

#Odia#Odisha#News
Share Article:

Related Articles