ଗୀତା ଉପଦେଶ: ବ୍ରହ୍ମଜ୍ଞାନ (ଭଗବାନଙ୍କୁ ଜାଣିବା) ଭଗବାନଙ୍କ କୃପା ଦ୍ୱାରା ହୋଇଥାଏ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସମସ୍ତ ଯଜ୍ଞ ଓ ତପସ୍ୟାର ଉପଭୋକ୍ତା କିଏ ବୁଝାଇବାକୁ ଯାଇ କହୁଛନ୍ତି – ଭୋକ୍ତାରଂ ଯଜ୍ଞତପସାଂ ସର୍ବଲୋକମହେଶ୍ୱରମ୍ । ସୁହୃଦଂ ସର୍ବଭୂତାନାଂ ଜ୍ଞାତ୍ୱା ମାଂ ଶାନ୍ତିମୃଚ୍ଛତି ।।୨୯।। ଅର୍ଥାତ ମୋତେ ସମସ୍ତ ଯଜ୍ଞ ଓ ତପସ୍ୟାର ଉପଭୋକ୍ତା ତଥା ସମସ୍ତ ଲୋକର ପ୍ରଭୁ ଏବଂ ସମସ୍ତ ପ୍ରାଣୀଙ୍କର ନିଃସ୍ୱାର୍ଥପର ବନ୍ଧୁ ରୂପରେ ଜାଣି, ମୋର ଭକ୍ତଗଣ ଶାନ୍ତି ପ୍ରାପ୍ତ କରିଥାନ୍ତି । ବୈରାଗ୍ୟ ଯୁକ୍ତ ସାଧନା ଆତ୍ମଜ୍ଞାନ (ନିଜକୁ ଜାଣିବା) କରାଇଥାଏ, କିନ୍ତୁ [...]
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସମସ୍ତ ଯଜ୍ଞ ଓ ତପସ୍ୟାର ଉପଭୋକ୍ତା କିଏ ବୁଝାଇବାକୁ ଯାଇ କହୁଛନ୍ତି –
ଭୋକ୍ତାରଂ ଯଜ୍ଞତପସାଂ ସର୍ବଲୋକମହେଶ୍ୱରମ୍ ।
ସୁହୃଦଂ ସର୍ବଭୂତାନାଂ ଜ୍ଞାତ୍ୱା ମାଂ ଶାନ୍ତିମୃଚ୍ଛତି ।।୨୯।।
ଅର୍ଥାତ ମୋତେ ସମସ୍ତ ଯଜ୍ଞ ଓ ତପସ୍ୟାର ଉପଭୋକ୍ତା ତଥା ସମସ୍ତ ଲୋକର ପ୍ରଭୁ ଏବଂ ସମସ୍ତ ପ୍ରାଣୀଙ୍କର ନିଃସ୍ୱାର୍ଥପର ବନ୍ଧୁ ରୂପରେ ଜାଣି, ମୋର ଭକ୍ତଗଣ ଶାନ୍ତି ପ୍ରାପ୍ତ କରିଥାନ୍ତି । ବୈରାଗ୍ୟ ଯୁକ୍ତ ସାଧନା ଆତ୍ମଜ୍ଞାନ (ନିଜକୁ ଜାଣିବା) କରାଇଥାଏ, କିନ୍ତୁ ବ୍ରହ୍ମଜ୍ଞାନ (ଭଗବାନଙ୍କୁ ଜାଣିବା) ଭଗବାନଙ୍କ କୃପା ଦ୍ୱାରା ହୋଇଥାଏ, ଯାହା କେବଳ ଭକ୍ତି ଦ୍ୱାରା ମିଳିଥାଏ । ସର୍ବଲୋକ ମହେଶ୍ୱରମ୍ ର ଅର୍ଥ “ସମସ୍ତ ବ୍ରହ୍ମାଣ୍ଡମାନଙ୍କର ଏକମାତ୍ର ପ୍ରଭୁ” ଏବଂ ସୁହୃଦମ୍ ସର୍ବ ଭୂତାନାମ୍ ଶବ୍ଦର ଅର୍ଥ “ସମସ୍ତ ପ୍ରାଣୀଙ୍କର ସହୃଦୟ ହିତୈଷୀ ।” ଏହିପରି କହିବା ଦ୍ୱାରା, ସେ ଗୁରୁତ୍ୱ ଦେଉଛନ୍ତି ଯେ ଯେହେତୁ ସମସ୍ତ ସାଧନା ଓ ଯଜ୍ଞର ଉପଭୋକ୍ତା ଭଗବାନ ଅଟନ୍ତି, ସନ୍ୟାସର ପଥ ସହିତ ଭଗବାନଙ୍କର ଶରଣାଗତି ମଧ୍ୟ ମିଶ୍ରିତ ହେବା ଆବଶ୍ୟକ ।
( କର୍ମ ସନ୍ୟାସ ଯୋଗ)
Bird Population Rises in Odisha’s Chilika Lake
Next Articleଶ୍ରୀରାମଚରିତ ମାନସ: ବାଲ କାଣ୍ଡ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
