News Room Odisha
BREAKING
Odia

ହାଇଟେକ୍ ବିସ୍ଫୋରଣ ମୃତ୍ୟୁ ମାମଲାର ନୂଆ ମୋଡ , ଜୀବିତ ଅଛନ୍ତି ‘ମୃତ ଘୋଷିତ’ ଦିଲ୍ଲୀପ ସାମନ୍ତରାୟ

ଭୁବନେଶ୍ୱର – ରାଜଧାନୀର ହାଇଟେକ୍ ମେଡିକାଲରେ ଏକ ବିସ୍ଫୋରଣରେ ଗୁରୁତର ଆହତ ଯୁବକ ଦିଲ୍ଲୀପ ସାମନ୍ତରାୟଙ୍କ ଗତ ୩୦ ତାରିଖରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିଲା । କିନ୍ତୁ ଏବେ ଏହି ଘଟଣା ଏକ ନୂଆ ମୋଡ଼ ନେଇଛି । ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇନାହିଁ। ସେ ଜୀବିତ ଅଛନ୍ତି ବୋଲି ଜଣାପଡିଛି। ଖୋଦ୍ ହାଇଟେକ୍ ମେଡ଼ିକାଲ କଲେଜ ଆଣ୍ଡ୍ ହସ୍ପିଟାଲ କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ବିସ୍ଫୋରଣରେ ଗୁରୁତର ଭାବେ ଆହତ ହୋଇ ହାଇଟେକ୍‌ [...]

Admin•January 5, 2024
Share Article:

ଭୁବନେଶ୍ୱର – ରାଜଧାନୀର ହାଇଟେକ୍ ମେଡିକାଲରେ ଏକ ବିସ୍ଫୋରଣରେ ଗୁରୁତର ଆହତ ଯୁବକ ଦିଲ୍ଲୀପ ସାମନ୍ତରାୟଙ୍କ ଗତ ୩୦ ତାରିଖରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିଲା । କିନ୍ତୁ ଏବେ ଏହି ଘଟଣା ଏକ ନୂଆ ମୋଡ଼ ନେଇଛି । ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇନାହିଁ। ସେ ଜୀବିତ ଅଛନ୍ତି ବୋଲି ଜଣାପଡିଛି। ଖୋଦ୍ ହାଇଟେକ୍ ମେଡ଼ିକାଲ କଲେଜ ଆଣ୍ଡ୍ ହସ୍ପିଟାଲ କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି।

ବିସ୍ଫୋରଣରେ ଗୁରୁତର ଭାବେ ଆହତ ହୋଇ ହାଇଟେକ୍‌ ହସ୍ପିଟାଲରେ ଭେଣ୍ଟିଲେଟରରେ ଚିକିତ୍ସାଧୀନ ଥିବା ଯୁବକ ଜ୍ୟୋତିରଞ୍ଜନ ମଲ୍ଲିକ ବୋଲି ସମସ୍ତେ ଭାବୁଥିଲେ ।ସେ କିନ୍ତୁ ଯାହା କହିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗତକାଲି ଉକ୍ତ ଯୁବକ ଜଣକ ଭେଣ୍ଟିଲେଟରରୁ ବାହାରିଥିବା ବେଳେ ନିଜ ପରିଚୟ ଦିଲ୍ଲୀପ ସାମନ୍ତରାୟ ବୋଲି କହିଛନ୍ତି। ଏହାପରେ ଏହି ଘଟଣାକୁ ନେଇ ଦ୍ୱନ୍ଦ୍ୱ ଆରମ୍ଭ ହୋଇ ଯାଇଥିବା ବେଳେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀପ ସାମନ୍ତରାୟ ଜୀବିତ ଅଛନ୍ତି ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି। ବିସ୍ଫୋରଣ ପରେ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ହାଇଟେକରେ ଭର୍ତ୍ତି କରାଯାଇଥିଲା। ଠିକା ସଂସ୍ଥା କର୍ମଚାରୀଙ୍କ ପରିଚୟ ଆଧାରରେ ସେମାନଙ୍କ ଚିକିତ୍ସା ଚାଲିଥିଲା। ତେବେ ଗତ ୩୦ ତାରିଖରେ ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା, ତାଙ୍କ ପରିଚୟ ସେତେବେଳେ ଦିଲୀପ ସାମନ୍ତରାୟ ବୋଲି କୁହାଯାଇଥିଲା । ଏପରିକି ଦିଲୀପଙ୍କ ପରିବାର ଲୋକ ମୃତଦେହକୁ ନେଇ ଅନ୍ତିମ ସଂସ୍କାର ମଧ୍ୟ କରିସାରିଥିଲେ।

ହାଇଟେକ ମେଡିକାଲର ଆଇସିୟୁରେ ଅନ୍ୟ ଜଣେ ଆହତ ଜ୍ୟୋତିରଞ୍ଜନ ମଲ୍ଲିକ ବୋଲି ଭାବି ଯାହାଙ୍କର ଚିକିତ୍ସା ଚାଲିଥିଲା, ସେ ଗତକାଲି ଭେଣ୍ଟିଲେଟରରୁ ବାହାରିବା ପରେ ନିଜ ନାଁ ଦିଲୀପ ସାମନ୍ତରାୟ ବୋଲି କହିଥିଲେ। ଦ୍ୱନ୍ଦ୍ୱର ସମାଧାନ କରିବାକୁ ମନସ୍ତତ୍ତ୍ୱବିତ୍ ତାଙ୍କୁ ଦିଲୀପଙ୍କ ସମସ୍ତ ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିଲେ ଏବଂ ସେ ସବୁ ଠିକ୍ ଠିକ୍ ଉତ୍ତର ଦେଇଥିଲେ। ତେଣୁ ସେ ହିଁ ଦିଲୀପ ବୋଲି ଏବେ ସମସ୍ତେ ବିଶ୍ୱାସ କରୁଛନ୍ତି।

ତେବେ, ଜ୍ୟୋତିଙ୍କ ବାପା ନିଜ ପୁଅର ମୃତ୍ୟୁ ହୋଇ ସାରିଥିବା କଥାକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ଏହାଠୁ ଅଧିକ ଦୁଃଖର କଥା ହେଉଛି ଯେ, ସ୍ୱାମୀ ଦିଲୀପ ସାମନ୍ତରାୟଙ୍କର ମୃତ୍ୟୁ ହୋଇଥିବା ଭାବି ତାଙ୍କ ପତ୍ନୀ ସୋନା ସାମନ୍ତରାୟ ଆତ୍ମହତ୍ୟା କରି ସାରିଛନ୍ତି।

#Odia#Odisha#News
Share Article:

Related Articles