News Room Odisha
BREAKING
Odia

କନ୍ଧମାଳ-ବୌଦ୍ଧ ସୀମାବର୍ତ୍ତୀ ଜଙ୍ଗଲରେ ଆଇଇଡି ବିସ୍ଫୋରଣ, ୩ ଏସ୍ଓଜି ଜବାନ ଆହତ

ଫୁଲବାଣୀ: କନ୍ଧମାଳ ସୀମାବର୍ତ୍ତୀ ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ତଥା ଶଗଡା ଫାଣ୍ଡି ଅନ୍ତର୍ଗତ ବାତେପଙ୍ଗା ଜଙ୍ଗଲରେ ମାଓ ହିଂସାକାଣ୍ଡ। ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ଉକ୍ତ ଜଙ୍ଗଲକୁ କୁମ୍ବିଂ ଅପରେସନ୍ ନିମନ୍ତେ ଯାଇଥିବା ଏସ୍ଓଜି ବାହିନୀର ୩ ଜଣ ଜବାନ ଆହତ ହୋଇଛନ୍ତି। ଏହି ଜଙ୍ଗଲ କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ସୀମାକୁ ଲାଗି ରହିଛି। ଏସଓଜି ବାହିନୀ ଏଠାରେ ମାଓବାଦୀଙ୍କୁ ଧରିବା ଲାଗି ଅଭିଯାନ ଚଳାଇଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ମାଓବାଦୀମାନେ ପୂର୍ବରୁ ଏସ୍ଓଜି [...]

Admin•January 5, 2024
Share Article:

ଫୁଲବାଣୀ: କନ୍ଧମାଳ ସୀମାବର୍ତ୍ତୀ ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ତଥା ଶଗଡା ଫାଣ୍ଡି ଅନ୍ତର୍ଗତ ବାତେପଙ୍ଗା ଜଙ୍ଗଲରେ ମାଓ ହିଂସାକାଣ୍ଡ। ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ଉକ୍ତ ଜଙ୍ଗଲକୁ କୁମ୍ବିଂ ଅପରେସନ୍ ନିମନ୍ତେ ଯାଇଥିବା ଏସ୍ଓଜି ବାହିନୀର ୩ ଜଣ ଜବାନ ଆହତ ହୋଇଛନ୍ତି। ଏହି ଜଙ୍ଗଲ କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ସୀମାକୁ ଲାଗି ରହିଛି। ଏସଓଜି ବାହିନୀ ଏଠାରେ ମାଓବାଦୀଙ୍କୁ ଧରିବା ଲାଗି ଅଭିଯାନ ଚଳାଇଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ମାଓବାଦୀମାନେ ପୂର୍ବରୁ ଏସ୍ଓଜି ବାହିନୀ ଆସୁଥିବା ଜଙ୍ଗଲ ରାସ୍ତାରେ ବିସ୍ଫୋରକ ଲୁଚାଇ ଖଞ୍ଜିଥିଲେ ଯାହାର ଶିକାର ହୋଇଥିଲେ ଜବାନ।

ଏହି ଜଙ୍ଗଲରେ ମାଓବାଦୀମାନେ ଲୁଚିଥିବା ସୂଚନା ମିଳିବା ପରେ ଏଠାରେ ଏସ୍ଓଜି ପକ୍ଷରୁ କୁମ୍ବିଂ ଅପରେସନ୍ ଆରମ୍ଭ କରାଯାଇଥିଲା। ତେବେ ଆଜି ମଧ୍ୟାହ୍ନରେ କୁମ୍ବିଂ ଚାଲିଥିବା ବେଳେ ସେଠାରେ ଆଇଇଡି ବିସ୍ଫୋରଣ ଘଟି ଜବାନମାନେ ଆହତ ହୋଇଥିଲେ ବୋଲି କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି। ତେବେ ଆଘାତ ସେତେ ଗୁରୁତର ନୁହେଁ, ଏବଂ ଅପରେସନରେ ଏବେବି ସାହସିକତା ସହ ସାମିଲ ଥିବା ଜବାନମାନଙ୍କୁ ସୁରକ୍ଷିତ ଭାବେ ଜଙ୍ଗଲ ମଧ୍ୟରୁ ବାହାରକୁ ଆଣିବା ପାଇଁ ଉଦ୍ୟମ କରାଯାଉଛି। ବିସ୍ଫୋରଣ ପରେ ସୁଦ୍ଧା ଉକ୍ତ ଜଙ୍ଗଲରେ ସୁରକ୍ଷା ବାହିନୀ ପକ୍ଷରୁ ଅପରେସନ୍ ଜାରି ରହିଥିବା କନ୍ଧମାଳ ଏସପି କହିଛନ୍ତି। ଗତ ମାସରେ ତୁମୁଡ଼ିବନ୍ଧ ଥାନା ସିର୍ଲା ଅଞ୍ଚଳରେ କୁମ୍ବିଂ ଅପରେସନ୍ ବେଳେ ମଧ୍ୟ ଆଇଇଡି ବିସ୍ଫୋରଣ ଘଟି ଜଣେ ଏସଓଜି ଜବାନ ଗୁରୁତର ହୋଇଥିଲେ। ଗତ ସାଧାରଣ ନିର୍ବାଚନ ପରି ଏଥର ମଧ୍ୟ ଆଗାମୀ ନିର୍ବାଚନ ପୂର୍ବରୁ ମାଓବାଦୀମାନେ କନ୍ଧମାଳ -ବୌଦ୍ଧ ଜିଲ୍ଲାର ବନାଞ୍ଚଳରେ ସକ୍ରିୟ ହୋଇ ଉଠିଥିବା ଅନୁମାନ କରାଯାଉଛି।

#Odia#Odisha#News
Share Article:

Related Articles