News Room Odisha
BREAKING
Odia

ଘୋଡ଼ାହାଡ଼ରେ କୁମ୍ଭୀର ଗଣନା ଆରମ୍ଭ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଘୋଡ଼ାହାଡ଼ ଡ୍ୟାମ ଓ ନିକଟସ୍ଥ ଅଞ୍ଚଳରେ ଶନିବାରରୁ କୁମ୍ଭୀର ଗଣନା ଆରମ୍ଭ ହୋଇଛି। ଏହି ଜଳଭଣ୍ଡାର ଓ ଆଖପାଖ ନିର୍ଦ୍ଦିଷ୍ଟ ଗ୍ରାମର ବିରାଟକାୟ ଜଳାଶୟରେ ମଗର ପ୍ରଜାତିର କୁମ୍ଭୀର ରହି ଆସୁଛନ୍ତି। ବର୍ଷକୁ ବର୍ଷ ଏମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି। ୨୦୨୦ରେ ୬୫, ୨୦୨୧ରେ ୭୨, ୨୦୨୨ରେ ୭୬ଟି ଓ ଗତବର୍ଷ ୮୧ଟି କୁମ୍ଭୀର ଗଣନା କରାଯାଇଥିଲା। ୨୦୨୩ କୁମ୍ଭୀର ଗଣନା ବେଳେ ଡ୍ୟାମ୍ ମଧ୍ୟରେ ୬୪ଟି ଓ [...]

Admin•January 6, 2024
Share Article:

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଘୋଡ଼ାହାଡ଼ ଡ୍ୟାମ ଓ ନିକଟସ୍ଥ ଅଞ୍ଚଳରେ ଶନିବାରରୁ କୁମ୍ଭୀର ଗଣନା ଆରମ୍ଭ ହୋଇଛି। ଏହି ଜଳଭଣ୍ଡାର ଓ ଆଖପାଖ ନିର୍ଦ୍ଦିଷ୍ଟ ଗ୍ରାମର ବିରାଟକାୟ ଜଳାଶୟରେ ମଗର ପ୍ରଜାତିର କୁମ୍ଭୀର ରହି ଆସୁଛନ୍ତି। ବର୍ଷକୁ ବର୍ଷ ଏମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି। ୨୦୨୦ରେ ୬୫, ୨୦୨୧ରେ ୭୨, ୨୦୨୨ରେ ୭୬ଟି ଓ ଗତବର୍ଷ ୮୧ଟି କୁମ୍ଭୀର ଗଣନା କରାଯାଇଥିଲା। ୨୦୨୩ କୁମ୍ଭୀର ଗଣନା ବେଳେ ଡ୍ୟାମ୍ ମଧ୍ୟରେ ୬୪ଟି ଓ ଆଖପାଖ ଜଳାଶୟ ଗୁଡିକରେ ୧୭ଟି କୁମ୍ଭୀରଙ୍କୁ ଠାବ କରାଯାଇଥିଲା।

ଏ‌ହି ଅଞ୍ଚଳ ମଗରମାନଙ୍କ ପାଇଁ ସୁରକ୍ଷିତ ଆଶ୍ରୟସ୍ଥଳୀ ପାଲଟିଛି। ପର୍ଯ୍ୟଟକଙ୍କୁ ମଧ୍ୟ ଏହା ଆକୃଷ୍ଟ କରିଥାଏ। ଏଥର ବନବିଭାଗ ତରଫରୁ ୨୧ଟି ଦଳ ଦ୍ବାରା କୁମ୍ଭୀର ଗଣନା କରାଯାଉଛି। ଏହି ଦଳରେ ବିଭାଗୀୟ କର୍ମଚାରୀଙ୍କ ସହ ବିଶେଷଜ୍ଞ ମାନେ ରହିବେ। ଏହା ତିନିଦିନ ବ୍ୟାପୀ ଚାଲିବ। ପରେ ବନବିଭାଗ ଅଞ୍ଚଳରେ କେତେ କୁମ୍ଭୀର ରହୁଛନ୍ତି ତାହାର ବିବରଣୀ ପ୍ରକାଶ କରିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଡିଏଫଓ ସନ୍ନି ଖୋକର।

#Odia#Odisha#News
Share Article:

Related Articles