News Room Odisha
BREAKING
Odia

ପୁଣି ଖସିଲା ପାରଦ, ୧୦ ଡିଗ୍ରୀ ତଳେ ରାଜ୍ୟର ୫ ସହର

ଭୁବନେଶ୍ୱର – ରାଜ୍ୟରେ କିଛି ସ୍ଥାନରେ ପୁଣି ଖସିଛି ପାରଦ । ହ୍ରାସ ପାଇଛି ରାତି ତାପମାତ୍ରା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟର ୫ଟି ସହରର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରହିଛି। କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ହୋଇଛି। ଏଠାରେ ରାତି ତାପମାତ୍ରା ୭ ଦଶମିକ ୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। କୋରାପୁଟରେ ୮, ଦାରିଙ୍ଗବାଡ଼ିରେ ୮.୫, ଫୁଲବାଣୀରେ ୯.୫ ଡିଗ୍ରୀ ସିମିଳିଗୁଡ଼ା [...]

Admin•January 7, 2024
Share Article:

ଭୁବନେଶ୍ୱର – ରାଜ୍ୟରେ କିଛି ସ୍ଥାନରେ ପୁଣି ଖସିଛି ପାରଦ । ହ୍ରାସ ପାଇଛି ରାତି ତାପମାତ୍ରା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟର ୫ଟି ସହରର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରହିଛି। କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ହୋଇଛି। ଏଠାରେ ରାତି ତାପମାତ୍ରା ୭ ଦଶମିକ ୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

କୋରାପୁଟରେ ୮, ଦାରିଙ୍ଗବାଡ଼ିରେ ୮.୫, ଫୁଲବାଣୀରେ ୯.୫ ଡିଗ୍ରୀ ସିମିଳିଗୁଡ଼ା ୯.୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ନବରଙ୍ଗପୁରରେ ରାତି ତାପମାତ୍ରା ୧୧.୫, କିରେଇରେ ୧୧.୭ ଡିଗ୍ରୀ, ଭୁବନେଶ୍ବରରେ ୧୪.୪ ଓ କଟକ ୧୫.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

#Odia#Odisha#News
Share Article:

Related Articles