ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ କାମ କରିବାକୁ ନବନିଯୁକ୍ତ ଇଞ୍ଜିନିୟରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର – ୫୦୪ ଜଣ ସିଭିଲ ଜୁନିଅର ଇଞ୍ଜିନିୟର ଆଜି ସରକାରୀ ଚାକିରୀରେ ଯୋଗ ଦେଇଛନ୍ତି। ପଞ୍ଚାୟତିରାଜ ବିଭାଗ ଅଧୀନରେ ୩୯୮ ଜଣଙ୍କୁ ନିଯୁକ୍ତି ମିଳିଥିବା ବେଳେ ୭୮ ଜଣଙ୍କୁ ଓଡ଼ିଶା ମ୍ୟୁନିସିପାଲ ଇଞ୍ଜିନିୟରିଂ କ୍ୟାଡରରେ ନିଯୁକ୍ତି ଦିଆଯାଇଛି। ୨୮ ଜଣଙ୍କୁ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗର ଜନସ୍ୱାସ୍ଥ୍ୟ ଇଞ୍ଜିନିୟରିଂ କ୍ୟାଡରରେ ନିଯୁକ୍ତ ହୋଇଛନ୍ତି। ନବନିଯୁକ୍ତ ସିଭିଲ ଜୁନିଅର ଇଞ୍ଜିନିୟରଙ୍କ ପାଇଁ ଆଜି ଲୋକସେବା ଭବନର କନଭେନସନ ସେଣ୍ଟରରେ ଆୟୋଜିତ ‘ଇଣ୍ଡକସନ କାର୍ଯ୍ୟକ୍ରମ’ରେ ମୁଖ୍ୟମନ୍ତ୍ରୀ [...]
ଭୁବନେଶ୍ୱର – ୫୦୪ ଜଣ ସିଭିଲ ଜୁନିଅର ଇଞ୍ଜିନିୟର ଆଜି ସରକାରୀ ଚାକିରୀରେ ଯୋଗ ଦେଇଛନ୍ତି। ପଞ୍ଚାୟତିରାଜ ବିଭାଗ ଅଧୀନରେ ୩୯୮ ଜଣଙ୍କୁ ନିଯୁକ୍ତି ମିଳିଥିବା ବେଳେ ୭୮ ଜଣଙ୍କୁ ଓଡ଼ିଶା ମ୍ୟୁନିସିପାଲ ଇଞ୍ଜିନିୟରିଂ କ୍ୟାଡରରେ ନିଯୁକ୍ତି ଦିଆଯାଇଛି। ୨୮ ଜଣଙ୍କୁ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗର ଜନସ୍ୱାସ୍ଥ୍ୟ ଇଞ୍ଜିନିୟରିଂ କ୍ୟାଡରରେ ନିଯୁକ୍ତ ହୋଇଛନ୍ତି। ନବନିଯୁକ୍ତ ସିଭିଲ ଜୁନିଅର ଇଞ୍ଜିନିୟରଙ୍କ ପାଇଁ ଆଜି ଲୋକସେବା ଭବନର କନଭେନସନ ସେଣ୍ଟରରେ ଆୟୋଜିତ ‘ଇଣ୍ଡକସନ କାର୍ଯ୍ୟକ୍ରମ’ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ।
ନବନିଯୁକ୍ତ ଇଞ୍ଜିନିୟରମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନେ ସମସ୍ତେ ଯୁବକ, ଆତ୍ମବିଶ୍ଵାସୀ ଓ ଉତ୍ସାହିତ। ଆପଣମାନେ ଜନସାଧାରଣଙ୍କ ସେବା ଓ ସେମାନଙ୍କ ଉନ୍ନତି ପାଇଁ ନିଯୁକ୍ତି ପାଇଛନ୍ତି। ଏଥିପାଇଁ ନିଷ୍ଠାର ସହ କାମ କରିବାକୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ୫-ଟି ନୀତି ଅନୁସରଣ କରି ଓଡ଼ିଶାର ରୂପାନ୍ତରୀକରଣରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଇଞ୍ଜିନିୟରମାନଙ୍କୁ ଆହ୍ବାନ ଦେଇଛନ୍ତି। ସମାଜର ପ୍ରତି କ୍ଷେତ୍ରରେ ତାଙ୍କୁ ସରକାର ରୂପାନ୍ତରୀକରଣ ପାଇଁ ଅଭିଯାନ ଆରମ୍ଭ କରିଛି। ଲୋକଙ୍କ ଜୀବନଧାରଣରେ ଗୁଣାତ୍ମକ ଉନ୍ନତି ପାଇଁ ବି ରାଜ୍ୟ ସରକାର ପ୍ରୟାସରତ । ୨୪ ଘଣ୍ଟା ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ପାନୀୟ ଜଳ ଯୋଗାଣ ରୂପାନ୍ତରୀକରଣ ପଦକ୍ଷେପ ମଧ୍ୟରୁ ଅନ୍ୟତମ। ଦିଲ୍ଲୀ, ମୁମ୍ବାଇ ଭଳି ବୃହତ ସହରରେ ମଧ୍ୟ ଏଭଳି ବ୍ୟବସ୍ଥା ଆଜି ଯାଏ ହୋଇପାରିନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଲୋକଙ୍କୁ ମୌଳିକ ସୁବିଧା ଯୋଗାଇଦେବା ପାଇଁ ଆମେ ରାଜ୍ୟର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଭିତ୍ତିଭୂମି ନିର୍ମାଣ ପାଇଁ ଆପଣମାନେ କାମ କରିବେ ବୋଲି ନୂଆ ଇଞ୍ଜିନିୟରମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ। ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା ପାଇଁ ଥିବା ବସୁଧା, ଗରିମା, ଡ୍ରିଙ୍କ ଫ୍ରମ୍ ଟ୍ୟାପ୍, ଜାଗା ମିଶନ ଅଧୀନସ୍ଥ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କ ପାଇଁ ଘର ସମେତ ଅନ୍ୟ କାର୍ଯ୍ୟକ୍ରମର ସଫଳତା ପାଇଁ ତୃଣମୂଳ ସ୍ତରରେ ନୂଆ ଇଞ୍ଜିନିୟରମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ଅବସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ ଅମାତ କହିଥିଲେ ଯେ, ଦିନ ଥିଲା ଆର୍ଥିକ ଅସୁବିଧା ଯୋଗ ନୂଆ ନିଯୁକ୍ତି ହୋଇପାରୁ ନଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆର୍ଥିକ ପରିସ୍ଥିତିର ସୁପରିଚାଳନା ଯୋଗୁଁ ଏବେ ମାସକୁ ଦୁଇ ତିନିଥର ନିଯୁକ୍ତି ହେଉଛି।

ଗୃହ ନିର୍ମାଣ ଓ ସହର ବିକାଶ ମନ୍ତ୍ରୀ ଉଷା ଦେବୀ ଏହି ଅବସରରେ କହିଥିଲେ ଯେ, ଜନସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ପାଇଁ ଜଳ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏ କ୍ଷେତ୍ରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ପାଇଁ ଇଞ୍ଜିନିୟରମାନଙ୍କ ଭୂମିକା ବେଶ୍ ଗୁରୁତ୍ୱ ବହନ କରେ ।
ତିନି ନୂଆ ଇଞ୍ଜିନିୟର -ଆଶାଶ୍ରୀ ସାହୁ, ସଞ୍ଜିବ ମହନ୍ତ ଓ ସ୍ମୃତିପ୍ରଜ୍ଞା ଛୋଟରାୟ ନିଯୁକ୍ତି ପ୍ରକ୍ରିୟା ନେଇ ସେମାନଙ୍କର ଅଭିଜ୍ଞତା କହିଥିଲେ। ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ ଓ ଶୀଘ୍ର ହୋଇଥିବାରୁ ସେମାନେ ଖୁସି ପ୍ରକାଶ କରିଛନ୍ତି। ଚାକିରୀ କାଳରେ ୫-ଟି ନୀତି ଅନୁସରଣ କରିବାକୁ ସେମାନେ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି।
ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ ଜି. ମାଥିଭାଥନନ ନୂଆ ଇଞ୍ଜିନିୟରଙ୍କୁ ଜନସାଧାରଣ ଓ ଜନପ୍ରତିନିଧିମାନଙ୍କ ସହ ମିଶି କାମ କରିବାକୁ ପରାମର୍ଶ ଦେଇଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଏସ.କେ ଲୋହାନୀ ନିଜର ସ୍ୱାଗତ ଭାଷଣରେ ୫-ଟି ଓ ମୋ ସରକାରର ଗୁରୁତ୍ଵ ସମ୍ପର୍କରେ କହିଥିଲେ।
Serve People to Change Lives for Better: CM to New Engineers
Next ArticleDuplicate Foreign Liquor Manufacturing Unit Busted in Berhampur
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
