News Room Odisha
BREAKING
Odia

ସ୍ୱାଭିମାନ ଅଞ୍ଚଳରେ ବିକାଶର ନୂଆ ଯୁଗ : ଆକାଶପଥରେ ଯୋଡି ହେବ ମାଲକାନଗିରି, ମୁଖ୍ୟମନ୍ତ୍ରୀ କରିବେ ବିମାନବନ୍ଦରର ଲୋକାର୍ପଣ

ଭୁବନେଶ୍ୱର – ମାଲକାନଗିରିରେ ବିକାଶର ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି। ଜିଲ୍ଲାବାସୀଙ୍କ ବହୁବର୍ଷର ସ୍ୱପ୍ନ ସାକାର ହେବ । ବିମାନ ସେବା ସହ ଯୋଡି ହେବ ମାଲକାନଗିରି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିର୍ମିତ ମାଲକାନଗିରି ବିମାନବନ୍ଦରର ଉଦଘାଟନ କରିବା ସହ ବିଧିବଦ୍ଧ ଭାବେ ବିମାନ ଚଳାଚଳର ଶୁଭାରମ୍ଭ ହେବ । ସୂଚନାଯୋଗ୍ୟ ଯେ, ରବିବାର ଦିନ ପରୀକ୍ଷାମୂଳକ ଭାବେ ଏକ ବିମାନର ଉଡାଣ କରାଯାଇ ମାଲକାନଗିରି ବିମାନବନ୍ଦରରରେ ଅବତରଣ କରାଯାଇଥିଲା । ୭ ଆସନ [...]

Admin•January 9, 2024
Share Article:

ଭୁବନେଶ୍ୱର – ମାଲକାନଗିରିରେ ବିକାଶର ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି। ଜିଲ୍ଲାବାସୀଙ୍କ ବହୁବର୍ଷର ସ୍ୱପ୍ନ ସାକାର ହେବ । ବିମାନ ସେବା ସହ ଯୋଡି ହେବ ମାଲକାନଗିରି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିର୍ମିତ ମାଲକାନଗିରି ବିମାନବନ୍ଦରର ଉଦଘାଟନ କରିବା ସହ ବିଧିବଦ୍ଧ ଭାବେ ବିମାନ ଚଳାଚଳର ଶୁଭାରମ୍ଭ ହେବ । ସୂଚନାଯୋଗ୍ୟ ଯେ, ରବିବାର ଦିନ ପରୀକ୍ଷାମୂଳକ ଭାବେ ଏକ ବିମାନର ଉଡାଣ କରାଯାଇ ମାଲକାନଗିରି ବିମାନବନ୍ଦରରରେ ଅବତରଣ କରାଯାଇଥିଲା । ୭ ଆସନ ବିଶିଷ୍ଟ ଭିଟି- ୧୦୦ ବିମାନ ମାଲକାନଗିରି ବିମାନବନ୍ଦରରରେ ସଫଳ ଅବତରଣ କରିଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ବିମାନବନ୍ଦରରରେ ପରୀକ୍ଷାମୂଳକ ଉଡାଣ ସଫଳ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ମାଲକାନଗିରିକୁ ବିମାନସେବା ବିକାଶର ଏକ ନୂଆ ଯୁଗ ଆରମ୍ଭ ହେବ ବୋଲି ନବୀନ କହିବା ସହ ଅଞ୍ଚଳର ଲୋକଙ୍କ ଜୀବନରେ ଏହା ଏକ ରୂପାନ୍ତରଣ ଆଣିବା । ବ୍ୟବସାୟ ବାଣିଜ୍ୟ ଓ ପର୍ଯ୍ୟଟନର ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମାଲକାନଗିରି ବିମାନବନ୍ଦରରେ ୧୫୦୦/୩୦ ମିଟର୍‌ ରନୱେ, ପାଚେରୀ, ଏଟିସି ଟାୱାର, ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ ସରିଛି। ପ୍ରଥମ ପର୍ଯ୍ୟାୟରେ ଏଠାରୁ ୯ ଆସନ ବିଶିଷ୍ଟ ବିମାନ ସେବା ଆରମ୍ଭ ହେବା ସମ୍ଭାବନା ଅଛି ଏବଂ ପରବର୍ତ୍ତୀ ସମୟରେ ବଡ଼ ବିମାନ ଚଳାଚଳ କରିବ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ ମାଲକାନଗିରି ବିମାନବନ୍ଦର କାର୍ଯ୍ୟକ୍ଷମ କରିବା ଲାଗି ସମସ୍ତ ବୈଷୟିକ ସହାୟତା ପ୍ରଦାନ କରାଯାଉଛି।
ଗତ ବର୍ଷ ମେ’ ମାସରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ ମାଲକାନଗିରି ଗସ୍ତ ସମୟରେ କୋଟେଲଗୁଡ଼ା ଠାରେ ଥିବା ଏହି ବିମାନବନ୍ଦରର ସମ୍ପ୍ରସାରଣ କାର୍ଯ୍ୟ ଅନୁଧ୍ୟାନ କରିବା ସହିତ ଜାନୁଆରୀ ମାସ ସୁଦ୍ଧା କାମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱର, ଝାରସୁଗୁଡ଼ା, ଜୟପୁର, ଉତ୍‌କେଲା, ରାଉରକେଲା ପରେ ମାଲକାନଗିରି ବିମାନ ଉଡ଼ାଣ ତାଲିକାରେ ସାମିଲ ହେବାକୁ ଯାଉଛି।

#Odia#Odisha#News
Share Article:

Related Articles