ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ସୁପର୍ କପ୍ ଫୁଟବଲ
ଭୁବନେଶ୍ୱର – ଆଇକନିକ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆଉ ଏକ ଜାତୀୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ମଜା ନେଇପାରିବେ କ୍ରୀଡ଼ାପ୍ରେମୀ। ଆଜିଠାରୁ କଳିଙ୍ଗରେ ଆରମ୍ଭ ହେଉଛି ଘରୋଇ ଫୁଟବଲର ଆଉ ଏକ ଅଗ୍ରଣୀ ଟୁର୍ଣ୍ଣାମେଣ୍ଟ – ସୁପର୍ କପ୍ ର ଚତୁର୍ଥ ସଂସ୍କରଣ । ଏ ବର୍ଷଠାରୁ ଟୁର୍ଣ୍ଣାମେଣ୍ଟର ନାଁ ପରିବର୍ତ୍ତନ କରାଯାଇଛି। ଏଣିକି ଏହା କଳିଙ୍ଗ ସୁପରକପ୍ ନାଁରେ ଖେଳାଯିବ । ଆଜିଠୁ ଆରମ୍ଭ ହେଉଥିବା ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଭାଗ ନେଉଛନ୍ତି। ଇଣ୍ଡିଆନ ସୁପରଲିଗର [...]
ଭୁବନେଶ୍ୱର – ଆଇକନିକ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆଉ ଏକ ଜାତୀୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ମଜା ନେଇପାରିବେ କ୍ରୀଡ଼ାପ୍ରେମୀ। ଆଜିଠାରୁ କଳିଙ୍ଗରେ ଆରମ୍ଭ ହେଉଛି ଘରୋଇ ଫୁଟବଲର ଆଉ ଏକ ଅଗ୍ରଣୀ ଟୁର୍ଣ୍ଣାମେଣ୍ଟ – ସୁପର୍ କପ୍ ର ଚତୁର୍ଥ ସଂସ୍କରଣ । ଏ ବର୍ଷଠାରୁ ଟୁର୍ଣ୍ଣାମେଣ୍ଟର ନାଁ ପରିବର୍ତ୍ତନ କରାଯାଇଛି। ଏଣିକି ଏହା କଳିଙ୍ଗ ସୁପରକପ୍ ନାଁରେ ଖେଳାଯିବ । ଆଜିଠୁ ଆରମ୍ଭ ହେଉଥିବା ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଭାଗ ନେଉଛନ୍ତି। ଇଣ୍ଡିଆନ ସୁପରଲିଗର ସମସ୍ତ ୧୨ଟି ଦଳ ସହ ଆଇ ଲିଗର ଚାରିଟି ଦଳ କଳିଙ୍ଗ ସୁପର କପରେ ଅଂଶଗ୍ରହଣ କରୁଛନ୍ତି । ଉଦଘାଟନୀ ମ୍ୟାଚ ଇଷ୍ଟବେଙ୍ଗଲ ଏଫସି ଓ ହାଇଦ୍ରାବାଦ ଏଫସି ମଧ୍ୟରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳକୁ ୪ଟି ଗ୍ରୁପରେ ବିଭକ୍ତ କରାଯାଇଛି। ପ୍ରତି ଗ୍ରୁପରେ ୪ଟି ଲେଖାଏଁ ଦଳ ସ୍ଥାନ ପାଇଛନ୍ତି। ପ୍ରତି ଗ୍ରୁପରେ ଶୀର୍ଷ ସ୍ଥାନ ହାସଲ କରିବା ଦଳ ସେମିଫାଇନାଲକୁ ଉନ୍ନୀତ ହେବେ । ଚଳିତମାସ ୨୮ ତାରିଖରେ ଖେଳାଯିବ ଫାଇନାଲ ମ୍ୟାଚ।
ଗତଥରର ଚାମ୍ପିୟନ ଓଡ଼ିଶା ଏଫସି ଟାଇଟଲ ବଜାୟ ଲକ୍ଷ୍ୟରେ ଖେଳିବ । ଦଳ ଏଥର ଗ୍ରୁପ୍ ‘ଡି’ରେ ଗୋଆ ଏଫସି , ବେଙ୍ଗାଳୁରୁ ଏଫସି ଓ ଇଣ୍ଟର କାଶୀ କ୍ଳବ ସହ ସ୍ଥାନ ପାଇଛି । ଆସନ୍ତା ୧୨ ତାରିଖରେ ଇଣ୍ଟର କାଶୀ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଓଡ଼ିଶା ଏଫସି ।
ପରିବର୍ଦ୍ଧିତ କାଳିଆ ଛାତ୍ରବୃତ୍ତି ପାଇଁ ଆଜିଠାରୁ ଅନଲାଇନ ଆବେଦନ ପ୍ରକ୍ରିୟା
Next ArticleBolstering Connectivity to Swabhiman Anchal: Naveen To Inaugurate Malkangiri Airport Today
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
