News Room Odisha
BREAKING
Odia

ବିଏସ୍‌କେୱାଇ ନବୀନ କାର୍ଡ ପାଇଁ ପ୍ରବଳ ଉତ୍ସାହ : ଗଞ୍ଜାମ, କଟକ ଓ ଖୋର୍ଦ୍ଧାରୁ ସର୍ବାଧିକ ଆବେଦନ

ଭୁବନେଶ୍ୱର- ବିଏସ୍‌କେୱାଇ ‘ନବୀନ କାର୍ଡ ‘ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଚଳିତମାସ ୬ ତାରିଖରୁ ୯ ତାରିଖ ମଧ୍ୟରେ ମଧ୍ୟରେ ନବୀନ କାର୍ଡ ପାଇଁ ୧.୨ ଲକ୍ଷ ପଞ୍ଜୀକରଣ ହୋଇଥିବାବେଳେ ୭୧ ହଜାର ଆବେଦନପତ୍ର ବିଭାଗ ନିକଟରେ ପହଞ୍ଚିଛି। ୩୦ଟି ଯାକ ଜିଲ୍ଳାରୁ ପଞ୍ଜୀକରଣ ପାଇଁ ଆବେଦନ ହୋଇଛି । ଗଞ୍ଜାମ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆବେଦନ ହୋଇଥିବା ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲାରୁ ୯୫୨୫ ପରିବାର ଆବେଦନ କରିଥିବା ବେଳେ [...]

Admin•January 10, 2024
Share Article:

ଭୁବନେଶ୍ୱର- ବିଏସ୍‌କେୱାଇ ‘ନବୀନ କାର୍ଡ ‘ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଚଳିତମାସ ୬ ତାରିଖରୁ ୯ ତାରିଖ ମଧ୍ୟରେ ମଧ୍ୟରେ ନବୀନ କାର୍ଡ ପାଇଁ ୧.୨ ଲକ୍ଷ ପଞ୍ଜୀକରଣ ହୋଇଥିବାବେଳେ ୭୧ ହଜାର ଆବେଦନପତ୍ର ବିଭାଗ ନିକଟରେ ପହଞ୍ଚିଛି। ୩୦ଟି ଯାକ ଜିଲ୍ଳାରୁ ପଞ୍ଜୀକରଣ ପାଇଁ ଆବେଦନ ହୋଇଛି । ଗଞ୍ଜାମ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆବେଦନ ହୋଇଥିବା ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲାରୁ ୯୫୨୫ ପରିବାର ଆବେଦନ କରିଥିବା ବେଳେ କଟକରୁ ୭୩୫୯ ଏବଂ ଖୋର୍ଦ୍ଧାରୁ ୭୧୬୫ ଆବେଦନ ବିଭାଗ ନିକଟରେ ପହଞ୍ଚିଛି। ବିଭିନ୍ନ ଜନସେବା କେନ୍ଦ୍ର ଜରିଆରେ ବିଏସ୍‌କେୱାଇ ନବୀନ କାର୍ଡର ଅଧିକାଂଶ ଆବେଦନ କରାଯାଉଛି। ଅନେକ ଲୋକ ସିଧାସଳଖ bskynabin.odisha.gov.in ୱେବ୍‌ସାଇଟ୍‌ରେ ଲଗ୍‌ ଇନ୍‌ କରି ଆବେଦନ କରିପାରିଛନ୍ତି। ଚଳିତ ମାସ ୧୬ ତାରିଖ ପର୍ଯ୍ୟନ୍ତ ବିଏସ୍‌କେୱାଇ ନବୀନ କାର୍ଡ ପାଇଁ ଆବେଦନ ଜାରି ରହିବ। ଚଳିତ ବର୍ଷ ମେ’ ପହିଲାରୁ ନବୀନ କାର୍ଡରେ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବ।

ବିଏସ୍‌କେୱାଇରୁ ବଞ୍ଚିତ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଜନିତ ଆର୍ଥିକ ବୋଝରୁ ସୁରକ୍ଷା ଦେବା ପାଇଁ ମୁଖ୍ୟମନ୍ତ୍ରୀ ବିଏସ୍‌କେୱାଇ ନବୀନ କାର୍ଡ ଘୋଷଣା କରିଥିଲେ। ବିଏସ୍‌କେୱାଇ ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣରେ ଗ୍ରାମାଞ୍ଚଳର ସବୁ ପରିବାର ପାଇଁ (ସରକାରୀ କର୍ମଚାରୀ, ପେନସନ୍‌ଭୋଗୀ ଓ ଆୟକର ଦାତାଙ୍କୁ ବାଦ୍‌ ଦେଇ) ବିଏସ୍‌କେୱାଇ ନବୀନ କାର୍ଡ ଆରମ୍ଭ କରାଯାଇଛି। ଏହା ଦ୍ୱାରା ରାସନ କାର୍ଡ ନ ଥିବା ପ୍ରାୟ ୧୪ ଲକ୍ଷ ପରିବାରକୁ ସର୍ବଶ୍ରେଷ୍ଠ ସ୍ୱାସ୍ଥ୍ୟ ସେବା ଯୋଜନାରେ ସାମିଲ କରାଯିବ। ଏହାକୁ ମିଶାଇ ପ୍ରାୟ ୧.୧୦ ପରିବାରକୁ ଅର୍ଥାତ ୯୦ ପ୍ରତିଶତ ଲୋକଙ୍କୁ ବିଏସ୍‌କେୱାଇରେ ସାମିଲ କରାଯାଇଛି। ଖୁବ୍‌ ଶୀଘ୍ର ସହରାଞ୍ଚଳର ସବୁ ପରିବାରକୁ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ବିଏସ୍‌କେୱାଇ ନବୀନ କାର୍ଡରେ ପରିବାରର ପୁରୁଷଙ୍କ ପାଇଁ ୫ ଲକ୍ଷ ଏବଂ ମହିଳା ସଦସ୍ୟଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ଉପଲବ୍ଧ ହେବ। ବିଏସ୍‌କେୱାଇ ନବୀନ କାର୍ଡ ହିତାଧିକାରୀମାନେ ତାଲିକାଭୁକ୍ତ ଘରୋଇ ଡାକ୍ତରଖାନାରେ ନିର୍ଦ୍ଧାରିତ ଗୁରୁତର ରୋଗ ଗୁଡିକର ଦେୟମୁକ୍ତ ଚିକିତ୍ସା ପାଇବେ

#Odia#Odisha#News
Share Article:

Related Articles