ଉଦ୍ଧବ ଠାକରେଙ୍କୁ ଝଟକା, ଏକନାଥ ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନା କହିଲେ ମହାରାଷ୍ଟ୍ର ବାଚସ୍ପତି
ମୁମ୍ବାଇ: ଏକନାଥ ସିନ୍ଦେଙ୍କ ନେତୃତ୍ଵାଧୀନ ବିଦ୍ରୋହୀ ଶିବସେନା ଗୋଷ୍ଠୀର ବିଧାୟକଙ୍କ ଅଯୋଗ୍ୟତା ମାମଲାରେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ବୁଧବାର ରାୟ ଶୁଣାଇଛନ୍ତି। ବାଚସ୍ପତି ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନା ଭାବେ ମାନ୍ୟତା ଦେଇଛନ୍ତି । ସେ ବିଦ୍ରୋହୀ ଶିବସେନା ବିଧାୟକଙ୍କ ଯୋଗ୍ୟତା ବଜାୟ ରଖିଛନ୍ତି । ମହାରାଷ୍ଟ୍ର ବାଚସ୍ପତିଙ୍କ ଏହି ନିଷ୍ପତ୍ତି ଉଦ୍ଧବ ଠାକରେ ଗୋଷ୍ଠୀ ପାଇଁ ଆଉ ଏକ ବଡ଼ ଝଟକା । ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଏହି ମାମଲାରେ ରାୟ ଶୁଣାଇବା [...]
ମୁମ୍ବାଇ: ଏକନାଥ ସିନ୍ଦେଙ୍କ ନେତୃତ୍ଵାଧୀନ ବିଦ୍ରୋହୀ ଶିବସେନା ଗୋଷ୍ଠୀର ବିଧାୟକଙ୍କ ଅଯୋଗ୍ୟତା ମାମଲାରେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ବୁଧବାର ରାୟ ଶୁଣାଇଛନ୍ତି। ବାଚସ୍ପତି ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନା ଭାବେ ମାନ୍ୟତା ଦେଇଛନ୍ତି । ସେ ବିଦ୍ରୋହୀ ଶିବସେନା ବିଧାୟକଙ୍କ ଯୋଗ୍ୟତା ବଜାୟ ରଖିଛନ୍ତି । ମହାରାଷ୍ଟ୍ର ବାଚସ୍ପତିଙ୍କ ଏହି ନିଷ୍ପତ୍ତି ଉଦ୍ଧବ ଠାକରେ ଗୋଷ୍ଠୀ ପାଇଁ ଆଉ ଏକ ବଡ଼ ଝଟକା ।
ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଏହି ମାମଲାରେ ରାୟ ଶୁଣାଇବା ବେଳେ କହିଛନ୍ତି, ୨୦୨୨ରେ ଏକନାଥ ସିନ୍ଦେଙ୍କୁ ଦଳରୁ ବାହାର କରିବା ଉଦ୍ଧବ ଠାକରେଙ୍କର ସାମ୍ବିଧାନିକ ଅଧିକାର ନଥିଲା। ଶିବସେନାର ୧୯୯୯ର ସମ୍ବିଧାନ ଆଧାରରେ ନାର୍ଭକର ଏହି ନିଷ୍ପତ୍ତି ନେଇଛନ୍ତି ।
ସେ କହିଛନ୍ତି, ନିର୍ବାଚନ ଆୟୋଗଙ୍କ ନିକଟରେ ୨୦୧୮ର ସଂଶୋଧିତ ସମ୍ବିଧାନ ପରିବର୍ତ୍ତେ ଦଳର ୧୯୯୯ ସମ୍ବିଧାନ ଦାଖଲ ହୋଇଛି । ତେଣୁ କେବଳ ୧୯୯୯ ସମ୍ବିଧାନ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି।
ବାଚସ୍ପତି କହିଛନ୍ତି, ଦଳର ୧୯୯୯ ସମ୍ବିଧାନରେ ମୁତାବକ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟମାନେ ଶିବସେନାର ନେତୃତ୍ୱ ନେବେ, କିନ୍ତୁ ୨୦୧୮ ସମ୍ବିଧାନରେ କୁହାଯାଇଛି ଯେ ଦଳ ମୁଖ୍ୟଙ୍କ ନିଷ୍ପତ୍ତି ସର୍ବୋପରି ହେବ।
ଉଦ୍ଧବ ବାଲାସାହେବ ଠାକରେ ଗୋଷ୍ଠୀ ପକ୍ଷରୁ କୁହାଯାଇଥିଲା ଯେ ଜଣେ ବ୍ୟକ୍ତିଙ୍କୁ ଦଳରୁ ବାହାର କରିବାର ଚୂଡ଼ାନ୍ତ ଅଧିକାର କେବଳ ଦଳର ମୁଖ୍ୟଙ୍କ ପାଖରେ ରହିବ। କିନ୍ତୁ ବର୍ତ୍ତମାନ ଯେହେତୁ ୨୦୧୮ର ସମ୍ବିଧାନ ଅବୈଧ ବୋଲି ବିବେଚନା କରାଯାଉଛି, ଶିବସେନା ଦଳର ମୁଖ୍ୟଙ୍କ ନିକଟରେ ଦଳରୁ କୌଣସି ସଦସ୍ୟଙ୍କୁ ବହିଷ୍କାର କରିବାର ଅପ୍ରତିବନ୍ଧ ଅଧିକାର ରହିବ ନାହିଁ। ତେଣୁ ଏକନାଥ ସିନ୍ଦେଙ୍କୁ ଦଳରୁ ବହିଷ୍କାର କରିବା ଉଦ୍ଧବ ଠାକରେଙ୍କ ଅଧିକାର ଗ୍ରହଣୀୟ ନୁହେଁ ବୋଲି ବାଚସ୍ପତି ରାହୁଲ ନାର୍ଭେକର କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ୧୮ ମାସ ତଳେ ଉଦ୍ଧବ ଠାକରେଙ୍କ ବିରୋଧରେ ସିନ୍ଦେଙ୍କ ସହ ୪୦ ଶିବସେନା ବିଧାୟକ ବିଦ୍ରୋହ କରିଥିଲେ । ଏହାପରେ ରାଜ୍ୟରେ ଶିବସେନା, କଂଗ୍ରେସ ଓ ଏନସିପି ମେଣ୍ଟର ‘ମହାବିକାଶ ଅଘାଡି’ ସରକାର ଭାଙ୍ଗି ଯାଇଥିଲା। ପରେ ସିନ୍ଦେ ଗୋଷ୍ଠୀ ବିଜେପି ସହ ମିଶି ରାଜ୍ୟରେ ସରକାର ଗଠନ କରିଥିଲେ। ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିଲେ ।
ରାଜ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ଵାଧୀନ ଶିବସେନା ଗୋଷ୍ଠୀର ୧୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଉଦ୍ଧବ ଠାକରେ ଗୋଷ୍ଠୀ ବିଧାନସଭା ବାଚସ୍ପତିଙ୍କ ନିକଟରେ ଆବେଦନ କରିଥିଲେ। ଏହି ମାମଲା ସୁପ୍ରିମକୋର୍ଟ ମଧ୍ୟ ଯାଇଥିଲା । ସିନ୍ଦେଙ୍କ ସହ ବିଦ୍ରୋହୀ ଶିବସେନା ବିଧାୟକଙ୍କ ଅଯୋଗ୍ୟତା ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ସଫଳ ଅସ୍ଥି ମଜ୍ଦା ପ୍ରତିରୋପଣ : ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଡାକ୍ତରମାନଙ୍କୁ ସିଏମଓଙ୍କ ଅଭିନନ୍ଦନ
Next Articleମନ୍ତ୍ରୀ ପ୍ରତାପ ଦେବଙ୍କ ମା’ ଆଳିର ପୂର୍ବତନ ବିଧାୟିକା ସୁଶ୍ରୀ ଦେବୀଙ୍କ ଦେହାନ୍ତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
