News Room Odisha
BREAKING
Odia

ତାରାତାରିଣୀ ମନ୍ଦିରର ରୂପାନ୍ତରୀକରଣ ଦେଖି ରାଜ୍ୟପାଳ ଅଭିଭୂତ

ବ୍ରହ୍ମପୁର: ଦୁଇଦିନିଆ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟପାଳ ରଘୁବର ଦାସ ଆଜି ଦ୍ବିତୀୟ ଦିନରେ ମା’ ତାରାତାରିଣୀ ପୀଠରେ ପହଞ୍ଚିଥିଲେ। ରାତ୍ରିଯାପନ କରିଥିବା ଗୋପାଳପୁର ସର୍କିଟ ହାଉସରୁ ବାହାରି ସେଠାକାର ଜେଟି ବୁଲି ଦେଖିବା ପରେ ପୂର୍ବାହ୍ନ ପ୍ରାୟ ୧୦ଟା ୩୦ରେ ତାରାତାରିଣୀ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ଦେବୀ ଦର୍ଶନ ଓ ପୂଜା ଅର୍ଚ୍ଚନା କରିଥିଲେ। ମା’ଙ୍କ ବିଗ୍ରହ ନିକଟରେ ଦୀପ ପ୍ରଜ୍ବଳନ ସହ ପୁଷ୍ପ ଅର୍ପଣ ଭେଟି ଦେଇଥିଲେ ରାଜ୍ୟପାଳ। ମନ୍ଦିରର‌ [...]

Admin•January 11, 2024
Share Article:
ତାରାତାରିଣୀ ମନ୍ଦିରର ରୂପାନ୍ତରୀକରଣ ଦେଖି ରାଜ୍ୟପାଳ ଅଭିଭୂତ

ବ୍ରହ୍ମପୁର: ଦୁଇଦିନିଆ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟପାଳ ରଘୁବର ଦାସ ଆଜି ଦ୍ବିତୀୟ ଦିନରେ ମା’ ତାରାତାରିଣୀ ପୀଠରେ ପହଞ୍ଚିଥିଲେ। ରାତ୍ରିଯାପନ କରିଥିବା ଗୋପାଳପୁର ସର୍କିଟ ହାଉସରୁ ବାହାରି ସେଠାକାର ଜେଟି ବୁଲି ଦେଖିବା ପରେ ପୂର୍ବାହ୍ନ ପ୍ରାୟ ୧୦ଟା ୩୦ରେ ତାରାତାରିଣୀ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ଦେବୀ ଦର୍ଶନ ଓ ପୂଜା ଅର୍ଚ୍ଚନା କରିଥିଲେ। ମା’ଙ୍କ ବିଗ୍ରହ ନିକଟରେ ଦୀପ ପ୍ରଜ୍ବଳନ ସହ ପୁଷ୍ପ ଅର୍ପଣ ଭେଟି ଦେଇଥିଲେ ରାଜ୍ୟପାଳ। ମନ୍ଦିରର‌ ସେବାୟତ ଓ ପରିଚାଳନା କମିଟି ତରଫରୁ ରାଜ୍ୟପାଳଙ୍କୁ ମା’ଙ୍କ ସୁଦୃଶ୍ୟ ଫଟୋ ଉପହାର ଭେଟି ଦିଆଯାଇଥିଲା। ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀଙ୍କ ପୀଠର ଚତୁଃପାର୍ଶ୍ଵର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପୀଠର ରୂପାନ୍ତରିତ ନବ କଳେବର ଦେଖି ରାଜ୍ୟପାଳ ଅଭିଭୂତ ହୋଇ ଉଠିଥିଲେ।

ଗତକାଲି ସେ ଗଜପତି ଜିଲ୍ଲା ଗସ୍ତ କରିଥିଲେ। ସେଠାରୁ ଗୋପାଳପୁର ଫେରିଥିବା ବେଳେ ଆଜି ମା’ ତାରାତାରିଣୀଙ୍କ ଦର୍ଶନ ପରେ ହୁମ୍ମା ଠାରେ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ, ଡିମିରିଆରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଛତ୍ରପୁରରେ ମଧ୍ୟାହ୍ନ‌ଭୋଜନ ପରେ ଚମାଖଣ୍ଡିରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ତଥା ଗ୍ରାମ୍ୟ ଶିଳ୍ପାଞ୍ଚଳ ପାର୍କ ପରିଦର୍ଶନ, କୁକୁଡ଼ାଖଣ୍ଡି ମିନି ଷ୍ଟାଡିୟମରେ ଚାଷୀ ଓ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କରିବେ। ଏହାପରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ବିମାନ ଯୋଗେ ଭୁବନେଶ୍ଵର ଫେରିଯିବେ ରାଜ୍ୟପାଳ।

#Odia#Odisha#News
Share Article:

Related Articles