News Room Odisha
BREAKING
Odia

ବୁଗୁଡ଼ା ନିକଟରେ ଗଛକୁ ଧକ୍କା ଦେଲା ବସ୍: ୨୫ ଆହତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ନିକଟ କୁଆନଳା ଗ୍ରାମ ଛକରେ ଗଜରାଜ ନାମକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବ୍ରହ୍ମପୁରରୁ ବୁଗୁଡା ଯାଉଥିବା ଏହି ବସ୍ ଉକ୍ତ ଛକରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ଏକ ଚାକୁଣ୍ତା ଗଛ ସହ ପିଟି ହୋଇଯାଇଥିଲା। ବ୍ରେକ୍ ଫେଲ୍ ହୋଇଯିବାରୁ ଏହି ଦୁର୍ଘଟଣା ଘଟିଥିଲା।ଫଳରେ ବସରେ ଥିବା ପ୍ରାୟ ୨୫ ଜଣ‌ ଯାତ୍ରୀ ଆହତ ହୋଇଛନ୍ତି। ଦୁଇ ଜଣ ଗୁରୁତର ଯାତ୍ରୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯିବାର ବ୍ୟବସ୍ଥା [...]

Admin•January 12, 2024
Share Article:
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ନିକଟ କୁଆନଳା ଗ୍ରାମ ଛକରେ ଗଜରାଜ ନାମକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବ୍ରହ୍ମପୁରରୁ ବୁଗୁଡା ଯାଉଥିବା ଏହି ବସ୍ ଉକ୍ତ ଛକରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ଏକ ଚାକୁଣ୍ତା ଗଛ ସହ ପିଟି ହୋଇଯାଇଥିଲା। ବ୍ରେକ୍ ଫେଲ୍ ହୋଇଯିବାରୁ  ଏହି ଦୁର୍ଘଟଣା ଘଟିଥିଲା।ଫଳରେ ବସରେ ଥିବା ପ୍ରାୟ ୨୫ ଜଣ‌ ଯାତ୍ରୀ ଆହତ ହୋଇଛନ୍ତି। ଦୁଇ ଜଣ ଗୁରୁତର ଯାତ୍ରୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯିବାର ବ୍ୟବସ୍ଥା କରାଯାଉଛି। ଅନ୍ୟ ଆହତମାନଙ୍କୁ ସ୍ଥାନୀୟ ଲୋକ ଏବଂ ବୁଗୁଡା ଥାନା ପୋଲିସ୍ ଉଦ୍ଧାର କରି ବୁଗୁଡା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ବସଟି ସାମନା ପଟୁ ଭାଙ୍ଗିଯାଇଛି।
#Odia#Odisha#News
Share Article:

Related Articles