News Room Odisha
BREAKING
Odia

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯଜ୍ଞ କାର୍ଯ୍ୟ ପାଇଁ ଆଚାର୍ଯ୍ୟ ବରଣ ନୀତି ସମ୍ପନ୍ନ, ଏଣେ ଲୋକାର୍ପଣ ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର

ପୁରୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆସନ୍ତା ୧୫ରୁ ଆରମ୍ଭ ହେବାକୁ ଥିବା ତ୍ରିଦିନାତ୍ମକ ଯଜ୍ଞ କାର୍ଯ୍ୟ ପାଇଁ ଆଜି ଆଚାର୍ଯ୍ୟ ବରଣ ହୋଇଛି। ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଆଚାର୍ଯ୍ୟ ବରଣ ନୀତି ସମ୍ପନ୍ନ ହୋଇଛି। ଆଚାର୍ଯ୍ୟ ବରଣ ନୀତ ପରେ ଗଜପତି ମହାରାଜ କହିଛନ୍ତି ଯେ, ପ୍ରଶାସନ ଦ୍ୱାରା କରାଯାଇଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏକ ଭଲ କାମ। ଜଗନ୍ନାଥ ମହାପ୍ରଭୁ ସବୁ ଅସମ୍ଭବକୁ ସମ୍ଭବ କରିଛନ୍ତି। ଚତୁଃପାର୍ଶ୍ୱରେ କୋଠାବାଡ଼ି [...]

Admin•January 12, 2024
Share Article:
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯଜ୍ଞ କାର୍ଯ୍ୟ ପାଇଁ ଆଚାର୍ଯ୍ୟ ବରଣ ନୀତି ସମ୍ପନ୍ନ, ଏଣେ ଲୋକାର୍ପଣ ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର

ପୁରୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆସନ୍ତା ୧୫ରୁ ଆରମ୍ଭ ହେବାକୁ ଥିବା ତ୍ରିଦିନାତ୍ମକ ଯଜ୍ଞ କାର୍ଯ୍ୟ ପାଇଁ ଆଜି ଆଚାର୍ଯ୍ୟ ବରଣ ହୋଇଛି। ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଆଚାର୍ଯ୍ୟ ବରଣ ନୀତି ସମ୍ପନ୍ନ ହୋଇଛି। ଆଚାର୍ଯ୍ୟ ବରଣ ନୀତ ପରେ ଗଜପତି ମହାରାଜ କହିଛନ୍ତି ଯେ, ପ୍ରଶାସନ ଦ୍ୱାରା କରାଯାଇଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏକ ଭଲ କାମ। ଜଗନ୍ନାଥ ମହାପ୍ରଭୁ ସବୁ ଅସମ୍ଭବକୁ ସମ୍ଭବ କରିଛନ୍ତି। ଚତୁଃପାର୍ଶ୍ୱରେ କୋଠାବାଡ଼ି ଥିବାରୁ ମନ୍ଦିର ସୌନ୍ଦର୍ଯ୍ୟ ନଷ୍ଟ ହେଉଥିଲା। ମେଘନାଦ ପାଚେରୀରୁ ୭୫ ମିଟର ଉଚ୍ଛେଦ ହୋଇ ପ୍ରକଳ୍ପ କାମ ହେଲା। ଶ୍ରୀମନ୍ଦିର ସୁରକ୍ଷା ପାଇଁ ପରିକ୍ରମା ପ୍ରକଳ୍ପ ଓ ମନ୍ଦିର ସୁରକ୍ଷା ଏକାନ୍ତ ଜରୁରୀ ବୋଲି ଗଜପତି କହିଛନ୍ତି।

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଶ୍ରୀସେତୁରୁ ଶ୍ରୀମାର୍ଗ, ଅଠରନଳାଠାରୁ ବଡ଼ଦାଣ୍ଡ ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱକୁ ଆଲୋକୀକରଣ କରାଯାଉଛି । ଶ୍ରୀସେତୁର କାର୍ଯ୍ୟ ଶେଷ ହୋଇଛି। ଶ୍ରୀମାର୍ଗ କାମ ଆସନ୍ତାକାଲି ଶେଷ ହୋଇଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି।

#Odia#Odisha#News
Share Article:

Related Articles