ବରଗଡ଼ ଧନୁଯାତ୍ରା : ଆଉ ଦୁଇ ଦିନ ପରେ ବରଗଡ଼ ପାଲଟିଯିବ ମଥୁରାନଗରୀ, ଆରମ୍ଭ ହେବ କଂସ ରାଜୁତି
ବରଗଡ଼: ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ଆଉ ଦୁଇ ଦିନ ରହିଲା । ଚଳିତ ବର୍ଷ ୭୬ ବର୍ଷରେ ପଦାର୍ପଣ କରିବ । ଏଥିପାଇଁ ଦିନ ଯେତେ ପାଖେଇ ପାଖେଇ ଆସୁଛି କଳାକାରଙ୍କ ରିହର୍ସାଲ ମଧ୍ୟ ସେତେଟା ଜୋର ଧରିଛି । ଏହି କ୍ରମରେ ବରଗଡ଼ କଲ୍ୟାଣ ମଣ୍ଡପ ଠାରେ ଧନୁଯାତ୍ରାର କଂସ ସମେତ କୃଷ୍ଣ ଏବଂ ବଳରାମ ଭୂମିକାରେ ଅଭିନୟ କରୁଥିବା ଶିଶୁ କଳାକାର ମିଳିତ ଭାବରେ ଆଖଡାଶାଲରେ ଅଭିନୟ ଅଭ୍ୟାସ କରିଥିଲେ । ଜାନୁୟାରୀ [...]
ବରଗଡ଼: ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ଆଉ ଦୁଇ ଦିନ ରହିଲା । ଚଳିତ ବର୍ଷ ୭୬ ବର୍ଷରେ ପଦାର୍ପଣ କରିବ । ଏଥିପାଇଁ ଦିନ ଯେତେ ପାଖେଇ ପାଖେଇ ଆସୁଛି କଳାକାରଙ୍କ ରିହର୍ସାଲ ମଧ୍ୟ ସେତେଟା ଜୋର ଧରିଛି । ଏହି କ୍ରମରେ ବରଗଡ଼ କଲ୍ୟାଣ ମଣ୍ଡପ ଠାରେ ଧନୁଯାତ୍ରାର କଂସ ସମେତ କୃଷ୍ଣ ଏବଂ ବଳରାମ ଭୂମିକାରେ ଅଭିନୟ କରୁଥିବା ଶିଶୁ କଳାକାର ମିଳିତ ଭାବରେ ଆଖଡାଶାଲରେ ଅଭିନୟ ଅଭ୍ୟାସ କରିଥିଲେ ।
ଜାନୁୟାରୀ ୧୫ ରୁ ଆରମ୍ଭ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଧନୁଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ଶ୍ରୀ କୃଷ୍ଣ ଏବଂ କଂସଙ୍କ ଭେଟ ତଥା କଂସ ବଧ ଦୃଶ୍ୟ । ଚଳିତ ବର୍ଷ ଯାତ୍ରାର ମହାନାୟକ କଂସ ଭୂମିକାରେ ହୃଷୀକେଶ ଭୋଇ ପୁଣି ଥରେ ଅଭିନୟ କରୁଥିବା ବେଳେ କୃଷ୍ଣ ଭୂମିକା ପାଇଁ ଦୁଇ ଜଣ ଶିଶୁ କଳାକାର ସମ୍ରାଟ ମହାପାତ୍ର ଏବଂ କିଶନ ବିଭିଆ ଅଭିନୟ କରୁଛନ୍ତି ନିର୍ଦ୍ଦେଶକ ଅଶୋକ ବେହେରା , ନାଟ୍ୟକାର ଭୂବନ ଭୋଇ , ଉପଦେଷ୍ଟା କମିଟିର ପ୍ରଶାନ୍ତ ମହାପାତ୍ର ସୁନୀଲ ମହାପାତ୍ର ପ୍ରମୁଖ କଂସ ହୃଷୀକେଶ ଭୋଇ , କୃଷ୍ଣ ସମ୍ରାଟ ମହାପାତ୍ର , ବଳରାମ କିଶନ ବିର୍ଜିଆଙ୍କୁ ବରଗଡ଼ କଲ୍ୟାଣ ମଣ୍ଡପରେ ଏଥିପାଇଁ ସ୍ଵତନ୍ତ୍ର ଭାବରେ ଅଭିନୟର ବିଭିନ୍ନ ଦିଗକୁ ନେଇ ଦିଗଦର୍ଶନ ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ବରଗଡ଼ ଧନୁଯାତ୍ରାର କୌଣସି ପାଣ୍ଡୁଲିପି ନ ଥିବା ବେଳେ ମହାଭାରତ , ହରିବଂଶ ପୁରାଣ , ଶ୍ରୀମଦ୍ ଭାଗବତଗୀତା ପୌରାଣିକ କଥାବସ୍ତୁକୁ ଆଧାର କଳାକାରମାନଙ୍କୁ ଧନୁଯାତ୍ରାର ଦୃଶ୍ୟକୁ ନେଇ ଦିଗଦର୍ଶନ ଦିଆଯାଉଛି । ଏଗାର ଦିନ ଧରି ଏହା ଜାନୁୟାରୀ ୨୫ ତାରିଖରେ ସମାପ୍ତ ହେବ । ଏହାକୁ ନେଇ ହାଟପଦା ଓ ଲୋକମଣ୍ଡପ ପଡ଼ିଆରେ ରାଜଦରବାର ଓ ରଙ୍ଗମହଳର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଅପରପକ୍ଷେ ବରଗଡ଼ ସହରର ବିଭିନ୍ନ ରାସ୍ତାରେ ଉଜ୍ଜ୍ବଳ ଆଲୋକ ପାଇଁ ସୁଉଚ୍ଚ ତୋରଣମାନ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ସେହିପରି ଗୋପପୁର କମିଟି ମଧ୍ଯ କୃଷ୍ଣ ଲୀଳା ପାଇଁ ପ୍ରସ୍ତୁତି ଜାରି ରହିଛି । ଅପରପକ୍ଷେ ଯାତ୍ରାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି ।
Deadline for Mukhyamantri Medhabi Chhatra Protsahan Yojana Submission Extended
Next ArticleOdia Economist Dr. Michael Debabrata Patra Reappointed as RBI Deputy Governor
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
