News Room Odisha
BREAKING
Odia

ପୁରୀ ପ୍ରକଳ୍ପ ପରିକ୍ରମାର ସ୍ୟାଣ୍ଡ୍ ଆନିମେସନ୍

ବ୍ରହ୍ମପୁର: ଚାରିଆଡ଼େ ଏବେ ପ୍ରଭୂ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ସମାଜର ବିିଭିନ୍ନ ବର୍ଗର ଲୋକେ ନିଜକୁ ଏହି ଭବ୍ୟ, ଆଧ୍ୟାତ୍ମିକ ଘଟଣା ସହ ନିଜକୁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ରଖିବାକୁ ତତ୍ପର। ଏହାକୁ ନଜରରେ ରଖି ବ୍ରହ୍ମପୁରର ଯୁବ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ନିଜ ବାଲୁକା କଳାରେ ଏହି ଅଦ୍ୱିତୀୟ ଈଶ୍ବରୀୟ କାର୍ଯ୍ୟକୁ ପ୍ରତିଫଳିତ କରିଛନ୍ତି। ତାଙ୍କ ସ୍ୟାଣ୍ଡ୍ ଆନିମେସନରେ ଦେଖିବାକୁ ମିଳୁଛି ଯଜ୍ଞ କୁଣ୍ଡ, [...]

Admin•January 13, 2024
Share Article:

ବ୍ରହ୍ମପୁର: ଚାରିଆଡ଼େ ଏବେ ପ୍ରଭୂ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ସମାଜର ବିିଭିନ୍ନ ବର୍ଗର ଲୋକେ ନିଜକୁ ଏହି ଭବ୍ୟ, ଆଧ୍ୟାତ୍ମିକ ଘଟଣା ସହ ନିଜକୁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ରଖିବାକୁ ତତ୍ପର। ଏହାକୁ ନଜରରେ ରଖି ବ୍ରହ୍ମପୁରର ଯୁବ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ନିଜ ବାଲୁକା କଳାରେ ଏହି ଅଦ୍ୱିତୀୟ ଈଶ୍ବରୀୟ କାର୍ଯ୍ୟକୁ ପ୍ରତିଫଳିତ କରିଛନ୍ତି। ତାଙ୍କ ସ୍ୟାଣ୍ଡ୍ ଆନିମେସନରେ ଦେଖିବାକୁ ମିଳୁଛି ଯଜ୍ଞ କୁଣ୍ଡ, ପୂଜା ହେବା ସ୍ଥାନ, ଭକ୍ତଙ୍କ ଆରାଧନା ଆଦି ଦୃଶ୍ୟ। ସମସ୍ତ ବିଶ୍ବବାସୀ ଜଗା କାଳିଆ ପ୍ରେମରେ ବାନ୍ଧି ହୋଇ ରହିବା ବାର୍ତ୍ତା ତାଙ୍କ ବାଲୁକା କଳାରୁ ପ୍ରଚାରିତ ହେଉଛି।

#Odia#Odisha#News
Share Article:

Related Articles