ରାଜ୍ୟସ୍ତରୀୟ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ ଉଦଘାଟିତ
ଭୁବନେଶ୍ୱର – ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ଓ ପ୍ଳାଣ୍ଟ ଲଭର୍ସ ଆସୋସିଏସନ୍ର ମିଳିତ ଆନୁକୂଲ୍ୟରେରେ ଏକାମ୍ର କାନନରେ ଆରମ୍ଭ ହୋଇଯାଇଛି ରାଜ୍ୟସ୍ତରୀୟ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ । ପ୍ରିନ୍ସିପାଲ ଚିଫ କଞ୍ଜରଭେଟର ଅଫ ଫରେଷ୍ଟ ତଥା ହେଡ ଅଫ ଫରେଷ୍ଟ ଫୋର୍ସ ଦେବଦତ୍ତ ବିଶ୍ଵାଳ ଏହି ବାର୍ଷିକ ପୁଷ୍ପ ପ୍ରଦର୍ଶନୀକୁ ଉଦଘାଟନ କରି ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେଶ ପନ୍ତଙ୍କ ସହ ପ୍ରଦର୍ଶନୀରେ ଥିବା ବିଭିନ୍ନ ପୁଷ୍ପ ବଗିଚା, ପ୍ରଦର୍ଶନୀ [...]
ଭୁବନେଶ୍ୱର – ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ଓ ପ୍ଳାଣ୍ଟ ଲଭର୍ସ ଆସୋସିଏସନ୍ର ମିଳିତ ଆନୁକୂଲ୍ୟରେରେ ଏକାମ୍ର କାନନରେ ଆରମ୍ଭ ହୋଇଯାଇଛି ରାଜ୍ୟସ୍ତରୀୟ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ । ପ୍ରିନ୍ସିପାଲ ଚିଫ କଞ୍ଜରଭେଟର ଅଫ ଫରେଷ୍ଟ ତଥା ହେଡ ଅଫ ଫରେଷ୍ଟ ଫୋର୍ସ ଦେବଦତ୍ତ ବିଶ୍ଵାଳ ଏହି ବାର୍ଷିକ ପୁଷ୍ପ ପ୍ରଦର୍ଶନୀକୁ ଉଦଘାଟନ କରି ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେଶ ପନ୍ତଙ୍କ ସହ ପ୍ରଦର୍ଶନୀରେ ଥିବା ବିଭିନ୍ନ ପୁଷ୍ପ ବଗିଚା, ପ୍ରଦର୍ଶନୀ ଷ୍ଟଲ , ଉଦ୍ଭିଦ ବଜାର ଏବଂ ସେଲଫି ପଏଣ୍ଟ ଆଦି ବୁଲି ଦେଖିଥିଲେ । ଏହି ପ୍ରଦର୍ଶନୀରେ ବିଭିନ୍ନ କିସମ ଫୁଲର ସମାହାର ସହ ବିଭିନ୍ନ କିସମର ପତ୍ର ଗଛ ପ୍ରଦର୍ଶିତ ହୋଇଛି । ଏହା ସହିତ ଅତିଥିମାନେ ରିଜିଓନାଲ୍ ପ୍ଲାଣ୍ଟ ରିସୋର୍ସ ସେଣ୍ଟରର ରିସର୍ଚ୍ଚ ଆଣ୍ଡ୍ ଆକ୍ଟିଭିଟିସ ରିପୋର୍ଟ ୨୦୨୨ – ୨୩ ସହ ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍ର ବାର୍ଷିକ ପତ୍ରିକା ‘ ସବୁଜିମା – ୨୦୨୪ ’ ଉନ୍ମୋଚନ କରିଥିଲେ । ପୂର୍ବତନ ପ୍ରିନ୍ସିପାଲ ଚିଫ କଞ୍ଜରଭେଟର ଅଫ ଫରେଷ୍ଟ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପୁଷ୍ପାଝୁଲେ ମେକରେ ଚିତ୍ର ଓ ପୋଷ୍ଟର ଓ ଗାର୍ଡନ୍ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ ।
ପୁଷ୍ପ ପ୍ରଦର୍ଶନୀର ଅନ୍ୟତମ ଆକର୍ଷଣ ହେଲା ପ୍ଲାଣ୍ଟ ବଜାର । ଚଳିତ ବର୍ଷ ୩୬ଟି ସଂସ୍ଥା , ୧୯ ଟି ନର୍ସରୀ , ୪୪ ଟି ଷ୍ଟଲ ଏହି ପ୍ଳାଣ୍ଟ ବଜାରରେ ନର୍ସରୀ ଓ ବଗିଚା ଉପକରଣ ଇତ୍ୟାଦି ବିକିବା ସହ ବିଭିନ୍ନ ଗଛର ଚାରା , ମଞ୍ଜି , କଲମକରା ଡାଳ ଓ ଭର୍ଟିକାଲ ପ୍ଳାଣ୍ଟ ଆଦି ବିକ୍ରିବଟା କରିଛନ୍ତି । ଫୁଲଫଳର ବାରା ସହିତ ବିଭିନ୍ନ ରଙ୍ଗବେରଙ୍ଗର ସେରାମିକ ଫୁଲ କୁଣ୍ଡ , ଫୁଲଦାନି ଇତ୍ୟାଦି ପରିଦର୍ଶକଙ୍କର ଦୃଷ୍ଟି ଆକର୍ଷଣ କରୁଛି । ସର୍ବସାଧାରଣଙ୍କ ନିମନ୍ତେ ଦେୟମୁକ୍ତ ଦୁଇଦିନ ପାଇଁ ଏହି ପ୍ରଦର୍ଶନୀ ଖୋଲା ରହିଥିବାବେଳେ ଆଜି ପ୍ରଥମ ଦିନରେ ପ୍ରାୟ ୧୫ ହଜାର ଦର୍ଶକଙ୍କ ସମାଗମ ହୋଇଥିଲା । ଆସନ୍ତାକାଲି ରବିବାର ହୋଇଥିବାରୁ ଅଧିକ ଲୋକଙ୍କର ସମାଗମ ହେବ ବୋଲି ଆଶା କରାଯାଉଛି । ଏହି ଦୁଇଦିନିଆ ଉତ୍ସବରେ ଓଡ଼ିଶା ଖଣି ନିଗମ ଲିମିଟେଡ , ଓଡ଼ିଶା ଉଦ୍ୟାନ କୃଷି ନିର୍ଦେଶାଳୟ ଏବଂ ଓଡ଼ିଶା ବନ ଉନ୍ନୟନ ନିଗମ ଲିମିଟେଡ , ନାଲକୋ , ଏମ୍ଜିଏମ୍ ମିନେରାଲସ ( ପ୍ରା ) ଲିମିଟେଡ ଓ ଭୁବନେଶ୍ୱର ସୋଆ ବିଶ୍ୱବିଦ୍ୟାଳୟ ସହ ବିଭିନ୍ନ ଘରୋଇ ଅନୁଷ୍ଠାନ ଆଦି ପୁଷ୍ପ ପ୍ରଦର୍ଶନୀ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଏହି ପ୍ରଦର୍ଶନୀର ଶେଷଦିନରେ ଅର୍ଥାତ ୧୪ ଜାନୁଆରୀରେ ବିଜେତାମାନଙ୍କୁ ପୁରସ୍କୃତ କରାଯିବ ।
୫-ଟି ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟର ଦ୍ବିତୀୟ ଦିନରେ ୩୨୭ଟି ସ୍କୁଲ ଲୋକାର୍ପିତ
Next Article5T High School Transformation Programme: CM Naveen Dedicates 327 Transformed Schools in 6 Dists
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
