ଆଜି ପବିତ୍ର ନବାଙ୍କ ବେଢା, ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ନବାଙ୍କ ବେଶ
ଆଜି ପବିତ୍ର ନବାଙ୍କ ବେଢା। ଶ୍ରୀଜୀଉମାନେ ପୁଷ୍ପାଳଙ୍କର ରେ ବିଭୂଷିତ ହୋଇ ଭକ୍ତଂକୁ ଦର୍ଶନ ଦେବେ। ଏହି ନବାଙ୍କ ଦିନ ଫୁଲ ମେଲାଣ ନିମନ୍ତେ ମାଳି ମାନେ ବାଘମୁହାଁ ବାନ୍ଧି ମାଳ ଚୁଳ ଜଳ କବରମାନ ଘେନି ଭିତରସେବକ ଙ୍କ ପଟୁଆରରେ ଘଣ୍ଟ ,ଛତା,କାହାଳାଦି ସହ ବଡ଼ଦେଉଳ କୁ ବେଢାଏ ବୁଲି ବେହେରଣ ଠାରେ ବେଶ ନିମନ୍ତେ ପାଳିଆ ସେବକ ମାନଙ୍କୁ ଦେଇଥାନ୍ତି।ଉକ୍ତ ମାଳଚୁଳମାନ ସନ୍ଧ୍ୟା ଆଳତୀ ବେଶରେ ଲାଗି ହୋଇଥାଏ। ନବାଙ୍କ ବେଶ ନିମନ୍ତେ ବଡ଼ଓଡିଆ [...]
ଆଜି ପବିତ୍ର ନବାଙ୍କ ବେଢା। ଶ୍ରୀଜୀଉମାନେ ପୁଷ୍ପାଳଙ୍କର ରେ ବିଭୂଷିତ ହୋଇ ଭକ୍ତଂକୁ ଦର୍ଶନ ଦେବେ। ଏହି ନବାଙ୍କ ଦିନ ଫୁଲ ମେଲାଣ ନିମନ୍ତେ ମାଳି ମାନେ ବାଘମୁହାଁ ବାନ୍ଧି ମାଳ ଚୁଳ ଜଳ କବରମାନ ଘେନି ଭିତରସେବକ ଙ୍କ ପଟୁଆରରେ ଘଣ୍ଟ ,ଛତା,କାହାଳାଦି ସହ ବଡ଼ଦେଉଳ କୁ ବେଢାଏ ବୁଲି ବେହେରଣ ଠାରେ ବେଶ ନିମନ୍ତେ ପାଳିଆ ସେବକ ମାନଙ୍କୁ ଦେଇଥାନ୍ତି।ଉକ୍ତ ମାଳଚୁଳମାନ ସନ୍ଧ୍ୟା ଆଳତୀ ବେଶରେ ଲାଗି ହୋଇଥାଏ।
ନବାଙ୍କ ବେଶ ନିମନ୍ତେ ବଡ଼ଓଡିଆ ମଠ ରେ ମହାପ୍ରଭୁଙ୍କ ନିମନ୍ତେ ଗେଣ୍ଡୁ ପୁଷ୍ପ ଅଳଙ୍କାର ପ୍ରସ୍ତୁତ ହୋଇଥାଏ ।
ଶ୍ରୀମନ୍ଦିରେ ନବାଙ୍କ ବେଶ-
“ମାସାନ୍ତଦିବସେ ଚୈବ ନବୀନାଙ୍କୋତ୍ସବୋଭବେତ୍।
କୃଷ୍ଣସ୍ୟ ସର୍ବଦାକୁର୍ଯ୍ୟାନ୍ନକୁର୍ଯ୍ୟା ସଂକ୍ରମେ ଅହନି।।”
ମକରସଂକ୍ରାନ୍ତି ପୂର୍ବଦିନ ନବାଙ୍କ ନୀତି ଶ୍ରୀମନ୍ଦିର ରେ ପୂର୍ବ ରୀତିମତେ ସମ୍ପର୍ଣ୍ଣ ହୋଇଥାଏ।ନବାଙ୍କ ର ପୂର୍ବଦିନ ଦୁଧ ମେଲାଣ ଅନୁଷ୍ଠିତ ହୋଇଥିଲା।
ସନ୍ଧ୍ୟା ଆଳତୀ ସନ୍ଧ୍ୟା ଧୂପ ବଢିବା ପରେ ଚନ୍ଦନଲାଗି ବଢେ।ଆଗରୁ ଭୋଗମଣ୍ଡପ ଘର ଆଗରୁ ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧାଯାଇଥାଏ।ଭଦ୍ରାସନ ଉପରେ ମୁରୁଜ ପଡି ତିନିଗୋଟି ବାଉଁଶିଆ ରେ ଚାଉଳ ପୁରାଇ ରଖାଯାଏ।ତାହାପରେ ସେଥିରେ ଫୁଲ ଚନ୍ଦନ ଚେମେଡିପତନୀ ଦିଆଯାଇ ଅଧିବାସ କରାଯିବା ପରେ ଦୁଆର ମାନ ମୁଦ ଦିଆଯାଏ। ସେହିପରି ନବାଙ୍କ ଦିନ ସଂଧ୍ୟା ଆଳତି ବଢ଼ିଲା ପରେ ଚାଉଳ ମେଲାଣ ନୀତି ଅନୁଷ୍ଠିତ ହୋଇଥିଲା।ଉକ୍ତ ନୀତି ନିମନ୍ତେ ସିଂହଦ୍ୱାର ଚକଡ଼ା ରେ ପାହାଡା ପଡିବାପରେ ବେରଭୋଇ ପ୍ରଧାନ ଧାନଘର ଠାରୁ ଚାଉଳ ବିଜେ କରିଥିଲେ। ଏଠାରେ ପ୍ରଧାନ ଭୋଇ ବାଘମୁହାଁ ବାନ୍ଧି ଘଣ୍ଟ, ଛତା, କାହାଳୀ ପଟୁଆର ରେ ବଡ଼ଦେଉଳ କୁ ବେଢାଏ ବୁଲି ଚାଉଳ ଭାରମାନଙ୍କୁ ଇନ୍ଦ୍ରାଣୀ ମନ୍ଦିର ବେଢା ରେ ରଖିବାରେ ଚାଉଳ ମେଲାଣ ହୋଇଥିଲା।
ବେଶ ବଢି ପାଣି ପଡିଲେ ଭୋଗ ଡକାଯାଇ ଭୋଗ ଆସିଲା ଉତ୍ତାରେ ଦକ୍ଷିଣଘରୁ ମଦନମୋହନ ଭିତର ସିଂହାସନ କୁ ବିଜେ କରନ୍ତି।ପଞ୍ଚପଚାର ରେ ମଣୋହି ହେବାବେଳେ ଟେରା ପଡି ଭିତରେ ଭୋଗ ସରି ପାଣି ପଡିଲେ ମଦନମୋହନ ଙ୍କୁ ଶ୍ରୀଅଙ୍ଗ ରୁ ଆଜ୍ଞାମାଳ ଦିଆଯାଏ।
ଏହାପରେ ମଦନମୋହନ ହାତ ରେ ବିଜେ ହୋଇ ସିଂହାସନ କୁ ସାଢ଼େଚାରି ଘେରା ବୁଲିବା ପରେ ବଟ ମୂଳେ ଥିବା ବିମାନ କୁ ବିଜେ କରି ଘଣ୍ଟ ଛତା କାହାଳୀ ପଟୁଆର ରେ ସାଢେ ଚାରି ଘେରା ବେଢା କରନ୍ତି ଓ ପ୍ରତ୍ୟେକ ବେଢା ସମୟ ରେ କାହାଳୀ ଦିଆଯାଏ।ବେଢା ସରିବା ପରେ ପୁନଶ୍ଚ ବଟମୂଳ ରେ ବିମାନ ରଖାଯାଏ ଓ ରୁନ୍ଧା ଫିଟି ହାତ ରେ ଜୟବିଜୟ ଦ୍ୱାର ନଣ୍ଡାବର୍ତ୍ କୁ ହାତରେ ବିଜେ କରାଯାଏ।ଏହିଠାରେ ପ୍ରସଦଲାଗି ଓ ବନ୍ଦାପନା ବଢିଥାଏ।ଏ ଉତ୍ତାରୁ ଠାକୁର ପୁନଶ୍ଚ ଦକ୍ଷିଣଘରକୁ ବିଜେ କରନ୍ତି ।
ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
Next Articleଗଜପତିରେ ଆଉ ୨୮ଟି ଉଚ୍ଚବିଦ୍ୟାଳୟର ୫-ଟି ରୂପାନ୍ତରୀକରଣ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
