News Room Odisha
BREAKING
Odia

ଜୈସୱାଲ, ଦୁବେଙ୍କ ବିସ୍ଫୋରଣ, ଭାରତର ସିରିଜ୍ କବଜା

ଇନ୍ଦୋର: ଯଶସ୍ବୀ ଜୈସୱାଲ ଓ ଶିବମ୍ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ଭାରତ ରବିବାର ଦ୍ୱିତୀୟ ଟି-୨୦ ମ୍ୟାଚରେ ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଛି । ଏହି ବିଜୟ ସହ ଭାରତୀୟ ଦଳ ୨-୦ରେ ଅପରାଜେୟ ଅଗ୍ରଣୀ ହାସଲ କରିବା ସହ ୩ ମ୍ୟାଚ୍ ବିଶିଷ୍ଟ ସିରିଜକୁ କବଜା କରିନେଇଛି | ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା । ଆଫଗାନିସ୍ତାନ ଠିକ୍ ୨୦ ଓଭରରେ ୧୭୨ [...]

Admin•January 14, 2024
Share Article:

ଇନ୍ଦୋର: ଯଶସ୍ବୀ ଜୈସୱାଲ ଓ ଶିବମ୍ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ଭାରତ ରବିବାର ଦ୍ୱିତୀୟ ଟି-୨୦ ମ୍ୟାଚରେ ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଛି । ଏହି ବିଜୟ ସହ ଭାରତୀୟ ଦଳ ୨-୦ରେ ଅପରାଜେୟ ଅଗ୍ରଣୀ ହାସଲ କରିବା ସହ ୩ ମ୍ୟାଚ୍ ବିଶିଷ୍ଟ ସିରିଜକୁ କବଜା କରିନେଇଛି |

ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା । ଆଫଗାନିସ୍ତାନ ଠିକ୍ ୨୦ ଓଭରରେ ୧୭୨ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଦଳ ତରଫରୁ ଗୁଲବଦିନ ନାଏବ୍ ସର୍ବାଧିକ ୫୭ ରନ୍ କରିଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୩ଟି ଓ୍ବିକେଟ୍ ନେଇଥିବା ବେଳେ ରବି ବିଷ୍ଣୋଇ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ ।

ଆଫଗାନିସ୍ତାନ ପ୍ରଦତ୍ତ ୧୭୩ ରନର ଲକ୍ଷ୍ୟକୁ ଭାରତ ୪ ଓ୍ବିକେଟ୍ ହରାଇ ମାତ୍ର ୧୫.୪ ଓଭରରେ ହାସଲ କରିନେଇଥିଲା ।

ଶୁଭମାନ ଗିଲଙ୍କ ସ୍ଥାନରେ ଖେଳୁଥିବା ଯଶସ୍ୱୀ ଜୈସୱାଲ ୩୩ ବଲରେ ଆକର୍ଷଣୀୟ ୬୮ ରନ୍ କରିଥିବାବେଳେ ଶିବମ ଦୁବେ ୩୨ ବଲରେ ଅପରାଜିତ ୬୩ ରନର ବିସ୍ଫୋରକ ପାଳି ଖେଳିଥିଲେ। ଚଳିତ ସିରିଜରେ ଦୁବେଙ୍କ ଏହା କ୍ରମାଗତ ଦ୍ବିତୀୟ ଅର୍ଦ୍ଧଶତକ ଥିଲା।

ବିଶ୍ବର ପ୍ରଥମ ଖେଳାଳି ଭାବେ ୧୫୦ ଅନ୍ତର୍ଜାତୀୟ ଟି-୨୦ ଖେଳୁଥିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ ଶର୍ମା ଖାତା ଖୋଲିନପାରି ପ୍ରଥମ ଓଭରରେ ହିଁ ଆଉଟ୍ ହୋଇଥିଲେ। ସିରିଜରେ ଦ୍ବିତୀୟ ଥର ସେ ଶୂନରେ ଆଉଟ୍ ହୋଇଥିଲେ ।ଏହା‌ ପରେ କ୍ରିଜକୁ ଓହ୍ଲାଇଥିଲେ ବିରାଟ କୋହଲି। ଏକ ବର୍ଷେ ପରେ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳୁଥିବା କୋହଲି ୧୬ ବଲରେ ୫ଟି ଚୌକା ସହ ଦ୍ରୁତ ୨୯ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ଜୈସୱାଲ ଓ ଦୁବେ ତୃତୀୟ ଓ୍ବିକେଟରେ ଦ୍ରୁତ ୯୨ ରନ୍ ଯୋଗକରି ଦଳର ବିଜୟ ନିଶ୍ଚିତ କରିଥିଲେ ।

ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଜାନୁଆରୀ ୧୭ରେ ବେଙ୍ଗାଲୁରୁରେ ଖେଳାଯିବ |

#Odia#Odisha#News
Share Article:

Related Articles