News Room Odisha
BREAKING
Odia

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଆଜିଠୁ ତ୍ରିଦିନାତ୍ମକ ଯଜ୍ଞ

ପୁରୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ତାରିଖ ନିକଟତର ହେଉଥିବା ବେଳେ ଶ୍ରୀକ୍ଷେତ୍ର ପୁରୀ ଉତ୍ସବମୁଖର ହୋଇଉଠିଛି । ଚାରିଆଡ଼େ ଆଧ୍ୟାତ୍ମିକ ବାତାବରଣ। ଚଳିତମାସ ୧୭ ତାରିଖରେ ପ୍ରକଳ୍ପ ଲୋକାର୍ପଣ ହେବାକୁ ଥିବା ବେଳେ ଏଥିପାଇଁ ଆଜିଠାରୁ ତ୍ରିଦିନାତ୍ମକ ଯଜ୍ଞ ଆରମ୍ଭ ହେଉଛି। ଯଜ୍ଞ ପାଇଁ ଆଜି ସକାଳ ସାଢେ ୭ରୁ ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ ଆଦି ଆରମ୍ଭ ହୋଇଛି। ସେହିପରି ସକାଳ ସାଢେ ୭ରୁ [...]

Admin•January 15, 2024
Share Article:

ପୁରୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ତାରିଖ ନିକଟତର ହେଉଥିବା ବେଳେ ଶ୍ରୀକ୍ଷେତ୍ର ପୁରୀ ଉତ୍ସବମୁଖର ହୋଇଉଠିଛି । ଚାରିଆଡ଼େ ଆଧ୍ୟାତ୍ମିକ ବାତାବରଣ। ଚଳିତମାସ ୧୭ ତାରିଖରେ ପ୍ରକଳ୍ପ ଲୋକାର୍ପଣ ହେବାକୁ ଥିବା ବେଳେ ଏଥିପାଇଁ ଆଜିଠାରୁ ତ୍ରିଦିନାତ୍ମକ ଯଜ୍ଞ ଆରମ୍ଭ ହେଉଛି। ଯଜ୍ଞ ପାଇଁ ଆଜି ସକାଳ ସାଢେ ୭ରୁ ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ ଆଦି ଆରମ୍ଭ ହୋଇଛି। ସେହିପରି ସକାଳ ସାଢେ ୭ରୁ ସଂଧ୍ୟା ୬ଟା ଯାଏଁ ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାରାୟଣ ଓ ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଙ୍କୀର୍ତ୍ତନ କରାଯିବ । ଅପରାହ୍ନ ୩ଟାରେ ଶ୍ରୀମନ୍ଦିର ରୋଷଶାଳାରୁ ଅଗ୍ନି ଅଣାଯାଇ ଯଜ୍ଞ ଆରମ୍ଭ ହେବ । ଯଜ୍ଞ ଉପଲକ୍ଷେ ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାଠ ପାଇଁ ସ୍ୱତନ୍ତ୍ର ମଣ୍ଡପ ପ୍ରସ୍ତୁତ କରାଯାଇଛି । ପୂର୍ବ ବା ସିଂହଦ୍ଵାରରେ ଋକ ବେଦ, ପଶ୍ଚିମ ଦ୍ୱାରରେ ସାମ୍ ବେଦ, ଉତ୍ତର ଦ୍ୱାରରେ ଅଥର୍ବ ବେଦ ଓ ଦକ୍ଷିଣ ଦ୍ଵାରରେ ଯଜୁର୍ବେଦ ପାଠ କରାଯିବ ।

#Odia#Odisha#News
Share Article:

Related Articles