News Room Odisha
BREAKING
Odia

ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ଖୁଚୁରା ପରେ ବଢ଼ିଲା ପାଇକାରୀ ମୁଦ୍ରାସ୍ଫୀତି ହାର

ନୂଆଦିଲ୍ଲୀ: ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ଖୁଚୁରା ପରେ ପାଇକାରୀ ମୁଦ୍ରାସ୍ଫୀତି ହାର ମଧ୍ୟ ବୃଦ୍ଧି ପାଇଛି। ସରକାରଙ୍କ ତରଫରୁ ଜାରି ତଥ୍ୟ ଅନୁଯାୟୀ, ଡିସେମ୍ବରରେ ମୁଦ୍ରାସ୍ଫୀତି ହାର ୦.୭୪ ପ୍ରତିଶତ ବଢ଼ିଛି | ନଭେମ୍ବରରେ ଏହା ୦.୨୬ ପ୍ରତିଶତ ଥିଲା । ଗତ ବର୍ଷ ଏପ୍ରିଲରୁ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ପାଇକାରୀ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଆଇ) ନକାରାତ୍ମକ ଥିଲା | ତେବେ ନଭେମ୍ବରରେ ଏହା ବଢ଼ି ୦.୨୬ ପ୍ରତିଶତ ହୋଇଥିଲା | ଉଲ୍ଲେଖଯୋଗ୍ୟ, ଖାଦ୍ୟ [...]

Admin•January 15, 2024
Share Article:

ନୂଆଦିଲ୍ଲୀ: ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ଖୁଚୁରା ପରେ ପାଇକାରୀ ମୁଦ୍ରାସ୍ଫୀତି ହାର ମଧ୍ୟ ବୃଦ୍ଧି ପାଇଛି। ସରକାରଙ୍କ ତରଫରୁ ଜାରି ତଥ୍ୟ ଅନୁଯାୟୀ, ଡିସେମ୍ବରରେ ମୁଦ୍ରାସ୍ଫୀତି ହାର ୦.୭୪ ପ୍ରତିଶତ ବଢ଼ିଛି | ନଭେମ୍ବରରେ ଏହା ୦.୨୬ ପ୍ରତିଶତ ଥିଲା ।

ଗତ ବର୍ଷ ଏପ୍ରିଲରୁ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ପାଇକାରୀ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଆଇ) ନକାରାତ୍ମକ ଥିଲା | ତେବେ ନଭେମ୍ବରରେ ଏହା ବଢ଼ି ୦.୨୬ ପ୍ରତିଶତ ହୋଇଥିଲା |

ଉଲ୍ଲେଖଯୋଗ୍ୟ, ଖାଦ୍ୟ ମୁଦ୍ରାସ୍ଫୀତି ମଧ୍ୟ ଡିସେମ୍ବରରେ ୯.୩୮ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ନଭେମ୍ବରରେ ୮.୧୮ ପ୍ରତିଶତ ଥିଲା।

ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ସୋମବାର ଏକ ବିବୃତ୍ତିରେ କହିଛି, ଖାଦ୍ୟ ସାମଗ୍ରୀ, ଯନ୍ତ୍ରପାତି, ଅନ୍ୟାନ୍ୟ ଉତ୍ପାଦନ, ଅନ୍ୟ ପରିବହନ ଉପକରଣ ଏବଂ କମ୍ପ୍ୟୁଟର, ଇଲେକ୍ଟ୍ରୋନିକ୍ସ ଏବଂ ଅପ୍ଟିକାଲ ଉତ୍ପାଦ ଆଦିର ଦର ବୃଦ୍ଧି ଯୋଗୁଁ ଡିସେମ୍ବର ୨୦୨୩ରେ ମୁଦ୍ରାସ୍ଫୀତି ହାର ବଢ଼ିଛି ।

ଡିସେମ୍ବରରେ ପନିପରିବା ମୁଦ୍ରାସ୍ଫୀତି ହାର ମଧ୍ୟ ବଢ଼ି ୨୬.୩୦ ପ୍ରତିଶତ ହୋଇଛି । ଏହାଛଡ଼ା ଡାଲି ଜାତୀୟ ସାମଗ୍ରୀର ମୁଦ୍ରାସ୍ଫୀତି ହାର ୧୯.୬୦ ପ୍ରତିଶତ ରହିଛି। ଗତ ସପ୍ତାହରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଡିସେମ୍ବରରେ ଖୁଚୁରା ତଥା ଖାଉଟି ମୂଲ୍ୟ ମୁଦ୍ରାସ୍ଫୀତି (ସିପିଆଇ) ୫.୬୯ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ଚାରି ମାସରେ ସର୍ବାଧିକ।

ରିଜର୍ଭ ବ୍ୟାଙ୍କ ଗତ ମାସରେ ଏହାର ଦ୍ୱିମାସିକ ମୁଦ୍ରା ନୀତିରେ ସୁଧ ହାର ବଜାୟ ରଖିଥିବା ବେଳେ ନଭେମ୍ବର ଏବଂ ଡିସେମ୍ବରରେ ଖାଦ୍ୟ ମୁଦ୍ରାସ୍ଫୀତି ବୃଦ୍ଧି ହେବା ନେଇ ଆଶଙ୍କା ପ୍ରକାଶ କରିଥିଲା।

#Odia#Odisha#News
Share Article:

Related Articles