ଲୋକାର୍ପଣ ଉତ୍ସବ ଦେଖୁଛନ୍ତି ବ୍ରହ୍ମପୁରବାସୀ
ବ୍ରହ୍ମପୁର: ମହାନଗରର ୯ଟି ପ୍ରମୁଖ ତଥା ଛକ ସ୍ଥାନମାନଙ୍କରେ ଲାଗିଛି ବଡ଼ ବଡ଼ ଏଲଇଡି ସ୍କ୍ରିନ୍। ସେଥିରେ ସିଧାସଳଖ ପ୍ରସାରିତ ହେଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମର ଦୃଶ୍ୟ। ଯେଉଁ ଜଗନ୍ନାଥପ୍ରେମୀମାନେ ପୁରୀ ଯାଇପାରି ନାହାନ୍ତି ସେମାନେ ନିଜ ଘର ନିକଟରେ ରହି ବଡ଼ ପରଦାରେ ଏହି ଭବ୍ୟ ଆଧ୍ୟାତ୍ମିକ ଘଟଣାକୁ ଦେଖିପାରୁଛନ୍ତି। ପ୍ରକଳ୍ପର ବିଶେଷତ୍ତ୍ବ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବା ସକାଶେ ଏହି ବିକଳ୍ପ ବ୍ୟବସ୍ଥା କରାଯାଇଛି। ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଷ୍ଟାଡିୟମରେ ସବୁଠୁ ବଡ଼ [...]
ବ୍ରହ୍ମପୁର: ମହାନଗରର ୯ଟି ପ୍ରମୁଖ ତଥା ଛକ ସ୍ଥାନମାନଙ୍କରେ ଲାଗିଛି ବଡ଼ ବଡ଼ ଏଲଇଡି ସ୍କ୍ରିନ୍। ସେଥିରେ ସିଧାସଳଖ ପ୍ରସାରିତ ହେଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମର ଦୃଶ୍ୟ। ଯେଉଁ ଜଗନ୍ନାଥପ୍ରେମୀମାନେ ପୁରୀ ଯାଇପାରି ନାହାନ୍ତି ସେମାନେ ନିଜ ଘର ନିକଟରେ ରହି ବଡ଼ ପରଦାରେ ଏହି ଭବ୍ୟ ଆଧ୍ୟାତ୍ମିକ ଘଟଣାକୁ ଦେଖିପାରୁଛନ୍ତି।

ପ୍ରକଳ୍ପର ବିଶେଷତ୍ତ୍ବ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବା ସକାଶେ ଏହି ବିକଳ୍ପ ବ୍ୟବସ୍ଥା କରାଯାଇଛି। ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଷ୍ଟାଡିୟମରେ ସବୁଠୁ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମଧ୍ୟାହ୍ନରେ ସହର ଓ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିମାନେ ଏଠାରେ ଉପସ୍ଥିତ ରହିବେ। ଜନସାଧାରଣଙ୍କ ସହ ମିଶି ଏହି ଭବ୍ୟ ଦୃଶ୍ୟ ଦେଖିବା ସହ ପ୍ରସାଦ ସେବନ ମଧ୍ୟ କରିବେ। ସେହିପରି ରାମଲିଙ୍ଗେଶ୍ବର ପାର୍କ, ଷ୍ଟେସନ୍ ରୋଡ୍- ନେହରୁ ପାର୍କ ଛକ, ଗୋସାଇଁନୂଆଗାଁ ଥାନା ଛକ, ଆମ୍ବ ମାର୍କେଟ୍, ହରିଡ଼ାଖଣ୍ଡି ଛକ, ସ୍ପୋର୍ଟସ୍ ଏରେନା, ଆଙ୍କୁଲି ଶିଳ୍ପାଞ୍ଚଳ ଛକ, ଇଞ୍ଜିନିୟରିଂ ସ୍କୁଲ ଛକରେ ମଧ୍ୟ ଏଲଇଡି ଟିଭି ପରଦାରେ ମଧ୍ୟ ଏହି ସୁନ୍ଦର କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଉଛି।ପୂର୍ବାହ୍ନ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ସିଧା ପ୍ରସାରଣ କରାଯାଉଛି। ବ୍ରହ୍ମପୁର ମହାନଗର ନିଗମର କର୍ମଚାରୀ ଉପସ୍ଥିତ ରହି ଏହାକୁ ସଂଯୋଜନା କରୁଛନ୍ତି। ଜଗତର ନାଥଙ୍କ ପ୍ରତି ଶ୍ରଦ୍ଧାଳୁଙ୍କ ଭକ୍ତି ଭାବର ପରିପ୍ରକାଶରେ ଏହା ବେଶ୍ ସହାୟକ ହୋଇପାରୁଛି।
ଅପରପକ୍ଷରେ ମହାନଗରର ସମସ୍ତ ୪୦ଟି ଓ୍ବାର୍ଡରୁ ଶ୍ରଦ୍ଧାଳୁଙ୍କୁ ପୁରୀ ନିଆଯାଇ ପରିକ୍ରମା ପ୍ରକଳ୍ପର ଅଦ୍ୱିତୀୟ ଅନୁଭବର ପ୍ରତ୍ୟକ୍ଷଦର୍ଶୀ ହେବା ବ୍ୟବସ୍ଥା ମଧ୍ୟ ହୋଇଛି। ୧୯ଟି ବସରେ ମୋଟ ୮୪୦ ଭକ୍ତ ୩୧ ଜାନୁଆରୀରେ ଶ୍ରୀମନ୍ଦିର ଦର୍ଶନ ସକାଶେ ବାହାରିବେ। ଜିଲ୍ଲାର ଗୋଟିଏ ଲେଖାଏଁ ମହାନଗର ଓ ପୌରପାଳିକା ସମେତ ୧୬ଟି ଏନ୍ଏସିରୁ ଭକ୍ତ ଆସନ୍ତା ୩୧ ତାରିଖରେ ପୁରୀ ଯିବେ। ଏସବୁ ସହରର ମୋଟ ୨୮୨ ଓ୍ବାର୍ଡରୁ ୨୦ ଜଣ ଲେଖାଏଁ ୧୨୫ଟି ବସରେ ପୁରୀ ଯାଇ ପରିକ୍ରମା ପ୍ରକଳ୍ପ ବୁଲି ଦେଖିବେ। ସେପଟେ ୧୦୦୬୦ ଜଣ ଗ୍ରାମାଞ୍ଚଳ (ବ୍ଲକ୍ ଓ ପଞ୍ଚାୟତର) ଭକ୍ତ ଆସନ୍ତା ୨୨ ଓ ୨୪ ତାରିଖରେ ୧୧୨ଟି ବସ୍ ଯୋଗେ ପୁରୀ ଯାତ୍ରା କରିବେ।
The Parikrama Prakalpa Highlights In Brief
Next Articleସର୍ବସାଧାରଣଙ୍କ ପାଇଁ ଆଜି ଖୋଲିବ ଶ୍ରୀସେତୁ ଓ ଶ୍ରୀମାର୍ଗ , ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
