News Room Odisha
BREAKING
Odia

ଡବଲ ଟାଇ ପରେ ଦ୍ୱିତୀୟ ସୁପର ଓଭରରେ ଜିତିଲା ଭାରତ, ୩-୦ରେ ସିରିଜ୍ ପୋଛିଲା

ବେଙ୍ଗାଲୁରୁ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ରୋମାଞ୍ଚକ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚର ଫଳାଫଳ ଦୁଇଟି ସୁପର ଓଭର ପରେ ନିର୍ଣ୍ଣୟ ହୋଇଛି । ମ୍ୟାଚ୍ ପ୍ରଥମେ ଟାଇ ହୋଇଯାଇଥିଲା । ଏହା ପରେ ସୁପର ଓଭର ମଧ୍ୟ ଟାଇ ହୋଇଥିଲା । ଫଳରେ ଦ୍ବିତୀୟ ସୁପର ଓଭର ଖେଳାଯାଇଥିଲା। ଦ୍ବିତୀୟ ସୁପର ଓଭରରେ ଜିତି ଭାରତ ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କରିଛି। ପ୍ରଥମ ଦୁଇଟି ମ୍ୟାଚରେ ଖାତା ଖୋଲି‌ ପାରିନଥିବା କ୍ୟାପଟେନ୍ ରୋହିତ [...]

Admin•January 18, 2024
Share Article:
ଡବଲ ଟାଇ ପରେ ଦ୍ୱିତୀୟ ସୁପର ଓଭରରେ ଜିତିଲା ଭାରତ, ୩-୦ରେ ସିରିଜ୍ ପୋଛିଲା

ବେଙ୍ଗାଲୁରୁ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ରୋମାଞ୍ଚକ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚର ଫଳାଫଳ ଦୁଇଟି ସୁପର ଓଭର ପରେ ନିର୍ଣ୍ଣୟ ହୋଇଛି । ମ୍ୟାଚ୍ ପ୍ରଥମେ ଟାଇ ହୋଇଯାଇଥିଲା । ଏହା ପରେ ସୁପର ଓଭର ମଧ୍ୟ ଟାଇ ହୋଇଥିଲା । ଫଳରେ ଦ୍ବିତୀୟ ସୁପର ଓଭର ଖେଳାଯାଇଥିଲା। ଦ୍ବିତୀୟ ସୁପର ଓଭରରେ ଜିତି ଭାରତ ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କରିଛି।

ପ୍ରଥମ ଦୁଇଟି ମ୍ୟାଚରେ ଖାତା ଖୋଲି‌ ପାରିନଥିବା କ୍ୟାପଟେନ୍ ରୋହିତ ଶର୍ମାଙ୍କ ବ୍ୟାଟ୍ ଗର୍ଜିଥିଲା । ରୋହିତ ଅପରାଜିତ ଶତକ ସହ ଫର୍ମକୁ ଫେରିଥିବା ବେଳେ ଟସ୍ ଜିତି ବ୍ୟାଟିଂ କରିଥିବା ଭାରତ ଟପ୍ ଅର୍ଡର ବିପର୍ଯ୍ୟୟରୁ ମୁକୁଳି ଚାରି ୱିକେଟ୍ ବିନିମୟରେ ୨୧୨ ରନର ବଡ଼ ସ୍କୋର କରିଥିଲା ।

ଏହାର ଜବାବରେ ରହମାନୁଲ୍ଲା ଗୁରୁବାଜ (୫୦), ଅଧିନାୟକ ଇବ୍ରାହିମ ଜାଦ୍ରାନ (୫୦) ଏବଂ ଗୁଲବନ୍ ନାଏବ (୫୫* ) ଙ୍କ ଅର୍ଦ୍ଧଶତକ ବଳରେ ଆଫଗାନିସ୍ତାନ ମଧ୍ୟ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୨୧୨ ରନ୍ କରିଥିଲା। ଫଳରେ ମ୍ୟାଚ୍ ସୁପର ଓଭରକୁ ଯାଇଥିଲା |

ପ୍ରଥମ ସୁପର ଓଭରରେ ମୁକେଶ କୁମାର ବୋଲିଂ କରିବାକୁ ଆସିଥିଲେ । ଏଥିରେ ଆଫଗାନିସ୍ତାନ ଗୋଟିଏ ୱିକେଟ୍ ବିନିମୟରେ ୧୬ ରନ୍ ସଂଗ୍ରହ କରିଥିଲା। ରୋହିତଙ୍କ ଦୁଇଟି ଛକା ଯୋଗୁଁ ଭାରତ ଗୋଟିଏ ୱିକେଟ୍ ହରାଇ ୧୬ ରନ୍ କରିବାରୁ ସ୍କୋର ପୁଣି ଟାଇ ହୋଇଥିଲା। ତେଣୁ ବିଜେତା ନିର୍ଣ୍ଣୟ ପାଇଁ ଦ୍ୱିତୀୟ ସୁପର ଓଭର ଖେଳାଯାଇଥିଲା | ପ୍ରଥମ ସୁପର ଓଭରର ପଞ୍ଚମ ବଲରେ ରୋହିତ ରିଟାୟର ଆଉଟ୍ ହୋଇଥିଲେ।

ଦ୍ୱିତୀୟ ସୁପର ଓଭରରେ ଭାରତୀୟ ଦଳ ପାଞ୍ଚଟି ବଲରେ ଦୁଇ ୱିକେଟ୍ ହରାଇ ୧୧ ରନ୍ ହିଁ କରିପାରିଥିଲା । ରୋହିତଙ୍କ ଗୋଟିଏ ଛକା ଏବଂ ଚୌକା ମାରିଥିଲେ। ରୋହିତ ପଞ୍ଚମ ବଲରେ ରନ୍ ଆଉଟ୍ ହୋଇଥିଲେ ଏବଂ ଫରିଦ ଅହମ୍ମଦ ରିଙ୍କୁ ସିଂଙ୍କୁ ଆଉଟ୍ କରିଥିଲେ।

ଦ୍ୱିତୀୟ ସୁପର ଓଭରରେ ରବି ବିଷ୍ଣୋଇଙ୍କୁ ବୋଲିଂ ଦାୟିତ୍ଵ ଦେଇଥିଲେ କ୍ୟାପଟେନ୍ ରୋହିତ। ଏହି ନିଷ୍ପତ୍ତି ଠିକ୍ ସାବ୍ୟସ୍ତ ହୋଇଥିଲା । ବିଷ୍ଣୋଇଙ୍କ ପ୍ରଥମ ତିନି ବଲରେ ଆଫଗାନିସ୍ତାନ ୧ ରନ୍ କରି ଦୁଇଟି ୱିକେଟ୍ ହରାଇବା ପରେ ଭାରତ ମ୍ୟାଚ୍ ଜିତିଥିଲା।

ପୂର୍ବରୁ ଭାରତ ଟସ୍ ଜିତି ବ୍ୟାଟିଂ କରିଥିଲା। ହେଲେ ଦଳ ୨୨ ରନରେ ୪ ଓ୍ବିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା ।ତେବେ ରୋହିତଙ୍କ ରେକର୍ଡ ପଞ୍ଚମ ଶତକ ଓ ରିଙ୍କୁ ସିଂହଙ୍କ ସହ ତାଙ୍କ ଅପରାଜିତ ଶତକୀୟ ଭାଗିଦାରୀ ସହାୟତାରେ ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟୁ ମୁକୁଳିଥିଲା । ରୋହିତ ୧୧ଟି ଚୌକା ଓ ୮ଟି ଛକା ସହାୟତାରେ ୬୯ ବଲରେ ଅପରାଜିତ ୧୨୧ ରନ୍ କରିଥିଲେ। ରିଙ୍କୁ ୩୯ଟି ବଲରେ ୬୯ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ । ତାଙ୍କ ଇନିଂସରେ ଦୁଇଟି ଚୌକା ଓ ୭ ଟି ଛକା ଥିଲା। ପଞ୍ଚମ ୱିକେଟ୍ ପାଇଁ ଉଭୟ ଅବିଭକ୍ତ ୧୯୦ ରନର ଅବିଭକ୍ତ ଭାଗିଦାରୀ କରିଥିଲେ।

୨୦୧୮ରେ ଲକ୍ଷ୍ନୌରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୧୧ ପରେ ରୋହିତଙ୍କ ଏହା ପ୍ରଥମ ଟି-୨୦ ଶତକ। ଟି-୨୦ରେ ମଧ୍ୟ ରୋହିତଙ୍କ ଏହା ସର୍ବାଧିକ ସ୍କୋର। ଏହା ପୂର୍ବରୁ ଏହି ଫର୍ମାଟରେ ତାଙ୍କର ସର୍ବାଧିକ ସ୍କୋର ୧୧୮ ରନ୍ ଥିଲା ଯାହା ସେ ୨୦୧୭ରେ ଇନ୍ଦୋରରେ ଶ୍ରୀଲଙ୍କା ବିପକ୍ଷରେ କରିଥିଲେ। ରୋହିତ ପ୍ରଥମ ଖେଳାଳି ଭାବେ ଟି-୨୦ରେ ୫ଟି ଶତକ ହାସଲ କରିଛନ୍ତି। ସେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

#Odia#Odisha#News
Share Article:

Related Articles