News Room Odisha
BREAKING
Odia

ମାଁ ସମଲେଇ ପ୍ରକଳ୍ପର ଲୋକାର୍ପଣ ପାଇଁ ଛତିଶଗଡ଼ରେ ନିମନ୍ତ୍ରଣ

ସମ୍ବଲପୁର : ସମ୍ବଲପୁର ରେ ଅବସ୍ଥାପିତ ମାଁ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଓଡିଶାର ମାନ୍ଯବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କରକମଳରେ ତା. ୨୭.୦୧.୨୪ ରିଖ ଦିନ ଅନୁଷ୍ଠିତ ହେବ। ଏହି ଲୋକାର୍ପଣ ଉତ୍ସବର ଭବ୍ଯ ଆୟୋଜନ ଉଦ୍ଦେଶ୍ଯରେ ସାରା ରାଜ୍ଯର ପ୍ରମୁଖ ଧର୍ମ ପୀଠମାନଙ୍କ ର ମୁଖ୍ଯ ସେବାୟତମାନଙ୍କୁ ଉତ୍ସବରେ ଯୋଗଦେବା ପାଇଁ ଆମନ୍ତ୍ରଣ କରାଯାଉଛି। ଏହି କ୍ରମରେ ମାଁ ସମଲେଇ ମନ୍ଦିର ର ଟ୍ରଷ୍ଟି, ପୂଜକ ଏବଂ ପ୍ରଶାସନିକ ଅଧିକାରୀ ନିମନ୍ତ୍ରଣ ଦେବା ପାଇଁ [...]

Admin•January 18, 2024
Share Article:

ସମ୍ବଲପୁର : ସମ୍ବଲପୁର ରେ ଅବସ୍ଥାପିତ ମାଁ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଓଡିଶାର ମାନ୍ଯବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କରକମଳରେ ତା. ୨୭.୦୧.୨୪ ରିଖ ଦିନ ଅନୁଷ୍ଠିତ ହେବ। ଏହି ଲୋକାର୍ପଣ ଉତ୍ସବର ଭବ୍ଯ ଆୟୋଜନ ଉଦ୍ଦେଶ୍ଯରେ ସାରା ରାଜ୍ଯର ପ୍ରମୁଖ ଧର୍ମ ପୀଠମାନଙ୍କ ର ମୁଖ୍ଯ ସେବାୟତମାନଙ୍କୁ ଉତ୍ସବରେ ଯୋଗଦେବା ପାଇଁ ଆମନ୍ତ୍ରଣ କରାଯାଉଛି।
ଏହି କ୍ରମରେ ମାଁ ସମଲେଇ ମନ୍ଦିର ର ଟ୍ରଷ୍ଟି, ପୂଜକ ଏବଂ ପ୍ରଶାସନିକ ଅଧିକାରୀ ନିମନ୍ତ୍ରଣ ଦେବା ପାଇଁ ଆଜି ଛତିଶଗଡ଼ର ଚନ୍ଦ୍ରହାସିନୀ ମନ୍ଦିର, ମାଁ ସମଲେଶ୍ଵରୀ ମନ୍ଦିର ଚାମ୍ପା ଏବଂ ମାଁ ସମଲେଶ୍ଵରୀ ମନ୍ଦିର ପୁରାନୀ ବସ୍ତି ଯାଇଥିଲେ। ମନ୍ଦିର ରେ ଉପସ୍ଥିତ ଟ୍ରଷ୍ଟି ଏବଂ ପୁଜାରୀଙ୍କୁ ନିମନ୍ତ୍ରଣ ପତ୍ର ଦିଆଗଲା। ସମ୍ବଲପୁର ରୁ ମନ୍ଦିର ଟ୍ରଷ୍ଟି ପ୍ରଫୁଲ୍ଲ ହୋତା, ପୂଜକ ପବିତ୍ର କୁମାର, ସୁଧୀର କୁମାର ଏବଂ ଡେପୁଟି କଲେକ୍ଟର ସଜତ ମାର୍କେ ନିମନ୍ତ୍ରଣ କରିବା ପାଇଁ ଯାଇଥିଲେ।

#Odia#Odisha#News
Share Article:

Related Articles