News Room Odisha
BREAKING
Odia

ବ୍ରହ୍ମପୁରର ଘରୋଇ ହସ୍ପିଟାଲ ଏମଡିଙ୍କୁ ଠକେଇ ମାମଲାରେ ଆଉ ଜଣେ ଗିରଫ

ବ୍ରହ୍ମପୁର – ବ୍ରହ୍ମପୁର ସ୍ଥିତ ଓମ୍ ଆରୋଗ୍ୟ ହସ୍ପିଟାଲସ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ରମେଶ ଚନ୍ଦ୍ର ବରତଙ୍କ ଦସ୍ତଖତ ଜାଲ୍ କରି ଠକେଇ ଅଭିଯୋଗ ମାମଲାରେ ଜଣଙ୍କୁ ଗିରଫ କରାଯାଇଛି । ଓମ୍ ଆରୋଗ୍ୟ ହସ୍ପିଟାଲସ ପ୍ରାଇଭେଟ ଲିମିଟେଡର ବିବାଦୀୟ ଲେସି ଋଷି ପ୍ରସାଦ ନାହାକଙ୍କୁ ଦସ୍ତଖତ ଜାଲ୍ କରି ଠକେଇ କରିବା ଅଭିଯୋଗରେ ଗିରଫ କରାଯାଇଛି। ଓମ୍ ଆରୋଗ୍ୟ ହସ୍ପିଟାଲସ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ରମେଶ ଚନ୍ଦ୍ର ବରତ, କମ୍ପାନୀର ନିର୍ଦ୍ଦେଶକ [...]

Admin•January 19, 2024
Share Article:

ବ୍ରହ୍ମପୁର – ବ୍ରହ୍ମପୁର ସ୍ଥିତ ଓମ୍ ଆରୋଗ୍ୟ ହସ୍ପିଟାଲସ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ରମେଶ ଚନ୍ଦ୍ର ବରତଙ୍କ ଦସ୍ତଖତ ଜାଲ୍ କରି ଠକେଇ ଅଭିଯୋଗ ମାମଲାରେ ଜଣଙ୍କୁ ଗିରଫ କରାଯାଇଛି । ଓମ୍ ଆରୋଗ୍ୟ ହସ୍ପିଟାଲସ ପ୍ରାଇଭେଟ ଲିମିଟେଡର ବିବାଦୀୟ ଲେସି ଋଷି ପ୍ରସାଦ ନାହାକଙ୍କୁ ଦସ୍ତଖତ ଜାଲ୍ କରି ଠକେଇ କରିବା ଅଭିଯୋଗରେ ଗିରଫ କରାଯାଇଛି। ଓମ୍ ଆରୋଗ୍ୟ ହସ୍ପିଟାଲସ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ରମେଶ ଚନ୍ଦ୍ର ବରତ, କମ୍ପାନୀର ନିର୍ଦ୍ଦେଶକ ନିଶି ପ୍ରିୟଦର୍ଶିନୀ ଓ ତାଙ୍କ ସ୍ୱାମୀ ବଦ୍ରି ପାତ୍ରଙ୍କ ବିରୋଧରେ ଠକେଇ ଅଭିଯୋଗ କରିଥିଲେ। ସେମାନେ ତାଙ୍କ ଦସ୍ତଖତ ଜାଲ୍ କରି ପେଡ୍ ଅପ୍ ଇକ୍ୱଟି ସେୟାର କ୍ୟାପିଟାଲ ବଦଳାଇ ଦେଇଥିବା ନେଇ ଡକ୍ଟର ବରତ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ବେଳେ ଜଣାପଡିଥିଲା ଯେ, ଏ କାମରେ ସ୍ପେସିମେନ୍ ହୋଲଡିଂ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଋଷି ପ୍ରସାଦ ନାହାକ ମଧ୍ୟ ସଂପୃକ୍ତ ଅଛନ୍ତି । ନିଶି ପ୍ରିୟଦର୍ଶିନୀ ଓ ବଦ୍ରି ପାତ୍ରଙ୍କ ସହ ଋଷି ମଧ୍ୟ ଡକ୍ଟର ରମେଶଙ୍କୁ ଠକିଥିଲେ । ଏହାର ପ୍ରମାଣ ମିଳିବା ପରେ ପୋଲିସ ଋଷି ନାହାକଙ୍କୁ ଗିରଫ କରିଛି। ପୂର୍ବରୁ ନିଶି ପ୍ରିୟଦର୍ଶିନୀ ଓ ବଦ୍ରି ପାତ୍ରଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ।

#Odia#Odisha#News
Share Article:

Related Articles