News Room Odisha
BREAKING
Odia

ସରକାରୀ ବଙ୍ଗଳା ଖାଲି କଲେ ମହୁଆ

ନୂଆଦିଲ୍ଲୀ: ବହିଷ୍କୃତ ସାଂସଦ ତଥା ଟିଏମସି ନେତ୍ରୀ ମହୁଆ ମୈତ୍ର ଶୁକ୍ରବାର ତାଙ୍କ ସରକାରୀ ବଙ୍ଗଳା ଖାଲି କରିଛନ୍ତି। ତାଙ୍କ ଓକିଲ ଦେଇଥିବା ସୂଚନା ମୁତାବକ ମହୁଆ ଟେଲିଗ୍ରାଫ୍ ଲେନ୍ ସ୍ଥିତ ସରକାରୀ ବଙ୍ଗଳାକୁ ଆଜି ସକାଳ ୧୦ଟା ସୁଦ୍ଧା ସମ୍ପୂର୍ଣ୍ଣ ଖାଲି କରିଥିଲେ । ମହୁଆଙ୍କ ଓକିଲ ଏହି ବଙ୍ଗଳାକୁ ସମ୍ପତ୍ତି ନିର୍ଦ୍ଦେଶାଳୟକୁ ହସ୍ତାନ୍ତର କରିଛନ୍ତି । ମହୁଆଙ୍କ ଓକିଲଙ୍କ କହିବା ଅନୁସାରେ କର୍ତ୍ତୃପକ୍ଷଙ୍କ ପହଞ୍ଚିବା ପୂର୍ବରୁ ପୂରା ବଙ୍ଗଳା ଖାଲି କରାଯାଇଥିଲା । କାହାକୁ [...]

Admin•January 19, 2024
Share Article:

ନୂଆଦିଲ୍ଲୀ: ବହିଷ୍କୃତ ସାଂସଦ ତଥା ଟିଏମସି ନେତ୍ରୀ ମହୁଆ ମୈତ୍ର ଶୁକ୍ରବାର ତାଙ୍କ ସରକାରୀ ବଙ୍ଗଳା ଖାଲି କରିଛନ୍ତି। ତାଙ୍କ ଓକିଲ ଦେଇଥିବା ସୂଚନା ମୁତାବକ ମହୁଆ ଟେଲିଗ୍ରାଫ୍ ଲେନ୍ ସ୍ଥିତ ସରକାରୀ ବଙ୍ଗଳାକୁ ଆଜି ସକାଳ ୧୦ଟା ସୁଦ୍ଧା ସମ୍ପୂର୍ଣ୍ଣ ଖାଲି କରିଥିଲେ ।

ମହୁଆଙ୍କ ଓକିଲ ଏହି ବଙ୍ଗଳାକୁ ସମ୍ପତ୍ତି ନିର୍ଦ୍ଦେଶାଳୟକୁ ହସ୍ତାନ୍ତର କରିଛନ୍ତି । ମହୁଆଙ୍କ ଓକିଲଙ୍କ କହିବା ଅନୁସାରେ କର୍ତ୍ତୃପକ୍ଷଙ୍କ ପହଞ୍ଚିବା ପୂର୍ବରୁ ପୂରା ବଙ୍ଗଳା ଖାଲି କରାଯାଇଥିଲା । କାହାକୁ ବଳପୂର୍ବକ ବାହାର କରାଯାଇ ନଥିଲା ।

ମହୁଆଙ୍କୁ ଜାନୁୟାରୀ ୧୬ରେ ସରକାରୀ ବଙ୍ଗଳା ଛାଡ଼ିବାକୁ ସମ୍ପତ୍ତି ନିର୍ଦ୍ଦେଶାଳୟ ପକ୍ଷରୁ ଦ୍ୱିତୀୟ ନୋଟିସ୍ ଦିଆଯାଇଥିଲା | ହେଲେ ଏହା ବିରୋଧରେ ମହୁଆ ଗୁରୁବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ କୋର୍ଟ ତାଙ୍କୁ କୌଣସି ଆଶ୍ବସ୍ତି ପ୍ରଦାନ କରିନଥିଲେ ।

ଜଣେ ଅଧିକାରୀ କହିଛନ୍ତି, ମହୁଆଙ୍କୁ ଆବଣ୍ଟିତ ସରକାରୀ ବଙ୍ଗଳାକୁ ଖାଲି କରିବା ପାଇଁ ଆଜି ସକାଳେ ଏକ ଟିମ୍ ପଠାଯାଇଥିଲା ।

ଗୌତମ ଆଦାନୀଙ୍କ ଗ୍ରୁପ୍ ବିରୋଧରେ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ମହୁଆ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ଠାରୁ ଟଙ୍କା ସହ ଦାମୀ ଉପହାର ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ମାମଲାରେ ଗତବର୍ଷ ଡିସେମ୍ବର ୮ରେ ଲୋକସଭାରୁ ବହିଷ୍କୃତ ହେବାପରେ ମହୁଆଙ୍କୁ ଆବଣ୍ଟିତ ସରକାରୀ ବଙ୍ଗଳା ରଦ୍ଦ ହୋଇଥିଲା । ପରେ ଜାନୁଆରୀ ୭ ସୁଦ୍ଧା ଘର ଖାଲି କରିବାକୁ ଏହି ଟିଏମସି ନେତ୍ରୀଙ୍କୁ ପ୍ରଥମ ନୋଟିସ୍ ଦିଆଯାଇଥିଲା।

#Odia#Odisha#News
Share Article:

Related Articles