News Room Odisha
BREAKING
Odia

ଗୁରମିତ ରାମ ରହିମ ପୁଣି ୫୦ ଦିନ ପାଇଁ ଜେଲରୁ ବାହାରିଲେ, ତିନି ବର୍ଷରେ ନବମ ଥର ପାରୋଲ

ନୂଆଦିଲ୍ଲୀ: ବଳାତ୍କାର ମାମଲାର ଦୋଷୀ ଡେରା ସଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ୍ ପୁଣି ପାରୋଲରେ ଜେଲରୁ ବାହାରିଛନ୍ତି । ତାଙ୍କୁ ୫୦ ଦିନ ପାଇଁ ପାରୋଲ ଦିଆଯାଇଛି । ଏଥରକୁ ମିଶାଇ ବଳାତ୍କାରୀ ରହିମଙ୍କୁ ଗତ ତିନି ବର୍ଷରେ ନବମ ଥର ପାରୋଲ ମିଳିଛି । ଶେଷଥର ଗୁରମିତ ରାମ ରହିମଙ୍କୁ ୨୧ ନଭେମ୍ବର ୨୦୨୩ରେ ୨୧ ଦିନ ପାଇଁ ପାରୋଲରେ ଜେଲରୁ ବାହାରିଥିଲେ। ତା’ପୂର୍ବରୁ ତାଙ୍କୁ ୨୦୨୩ ଜୁଲାଇରେ ୩୦ ଦିନ, ଜାନୁଆରୀରେ [...]

Admin•January 19, 2024
Share Article:

ନୂଆଦିଲ୍ଲୀ: ବଳାତ୍କାର ମାମଲାର ଦୋଷୀ ଡେରା ସଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ୍ ପୁଣି ପାରୋଲରେ ଜେଲରୁ ବାହାରିଛନ୍ତି । ତାଙ୍କୁ ୫୦ ଦିନ ପାଇଁ ପାରୋଲ ଦିଆଯାଇଛି । ଏଥରକୁ ମିଶାଇ ବଳାତ୍କାରୀ ରହିମଙ୍କୁ ଗତ ତିନି ବର୍ଷରେ ନବମ ଥର ପାରୋଲ ମିଳିଛି ।

ଶେଷଥର ଗୁରମିତ ରାମ ରହିମଙ୍କୁ ୨୧ ନଭେମ୍ବର ୨୦୨୩ରେ ୨୧ ଦିନ ପାଇଁ ପାରୋଲରେ ଜେଲରୁ ବାହାରିଥିଲେ। ତା’ପୂର୍ବରୁ ତାଙ୍କୁ ୨୦୨୩ ଜୁଲାଇରେ ୩୦ ଦିନ, ଜାନୁଆରୀରେ ୪୦ ଦିନ ପାରୋଲ ଦିଆଯାଇଥିଲା।

ଅକ୍ଟୋବର ୨୦୨୨ରେ ମଧ୍ୟ ସେ ୪୦ ଦିନ ପାରୋଲରେ ବାହାରକୁ ଆସିଥିଲେ। ପୁଣି ଜୁନ୍ ୨୦୨୨ରେ ତାଙ୍କୁ ଏକ ମାସ ପାଇଁ ପାରୋଲ ମିଳିଥିବା ବେଳେ ଫେବୃଆରୀ ୨୦୨୨ରେ ତିନି ସପ୍ତାହ ପାଇଁ ପାରୋଲରେ ବାହାରକୁ ଆସିଥିଲେ |

ବଳାତ୍କାର ମାମଲାରେ ଗୁରମିତ ହରିୟଣାର ରୋହତକ ଜେଲରେ ୨୦ ବର୍ଷ ଜେଲ୍ ଦଣ୍ଡ କାଟୁଛନ୍ତି ।

#Odia#Odisha#News
Share Article:

Related Articles