News Room Odisha
BREAKING
Odia

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ଇଡ଼ି ଟିମ୍

ରାଞ୍ଚି: ଜମି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଏକ ଟିମ୍ ଶନିବାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନରେ ପହଞ୍ଚିଛି। ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍)ର କାର୍ଯ୍ୟକାରୀ ସଭାପତି ସୋରେନ (୪୮) ପୂର୍ବରୁ ୭ ଥର ସମନ ସତ୍ତ୍ୱେ ଇଡି ଆଗରେ ହାଜର ହୋଇନଥିଲେ। ତଦନ୍ତକାରୀ ସଂସ୍ଥା ଅଷ୍ଟମ ସମନ ପଠାଇବା ପରେ ସେ ଶେଷରେ ଜେରା ପାଇଁ ରାଜି ହୋଇଥିଲେ । ଇଡି [...]

Admin•January 20, 2024
Share Article:

ରାଞ୍ଚି: ଜମି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଏକ ଟିମ୍ ଶନିବାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନରେ ପହଞ୍ଚିଛି।

ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍)ର କାର୍ଯ୍ୟକାରୀ ସଭାପତି ସୋରେନ (୪୮) ପୂର୍ବରୁ ୭ ଥର ସମନ ସତ୍ତ୍ୱେ ଇଡି ଆଗରେ ହାଜର ହୋଇନଥିଲେ। ତଦନ୍ତକାରୀ ସଂସ୍ଥା ଅଷ୍ଟମ ସମନ ପଠାଇବା ପରେ ସେ ଶେଷରେ ଜେରା ପାଇଁ ରାଜି ହୋଇଥିଲେ ।

ଇଡି ଅଧିକାରୀମାନେ ଅପରାହ୍ନ ପ୍ରାୟ ୧ଟାରେ ସୋରେନଙ୍କ ବାସଭବନରେ ପହଞ୍ଚିଥିଲେ । ଇଡି ଅଧିକାରୀଙ୍କ ସୁରକ୍ଷା ଦାୟିତ୍ବ ସମ୍ଭାଳୁଥିବା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଏସ୍ଏଫ୍) ସୋରେନଙ୍କ ବାସଭବନରେ ଗତିବିଧି ଉପରେ ନଜର ରଖିବା ପାଇଁ ହାଇ ରିଜୋଲ୍ୟୁସନ୍ ‘ବଡି କ୍ୟାମେରା’ ବ୍ୟବହାର କରୁଛି।

#Odia#Odisha#News
Share Article:

Related Articles